ଗଞ୍ଜାମ ସାମ୍ବାଦିକ ସଂଘ ପକ୍ଷରୁ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ଟୁର୍ନାମେଣ୍ଟ ସମାପନ
ଗଞ୍ଜାମ : ପ୍ରଦୀପ କୁମାର ପଣ୍ଡା
ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିୟମ ଠାରେ ଗଞ୍ଜାମ ବ୍ଲକ ସାମ୍ବାଦିକ ସଙ୍ଘ ପକ୍ଷରୁ ସ୍ୱାଧୀନତା ଦିବସ ଉପଲକ୍ଷେ ପ୍ରଶାସନ ଓ ପ୍ରେସକୁ ନେଇ ଏକ ଦିନିକିଆ ବନ୍ଧୁତ୍ୱ ପୂର୍ଣ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଥିଲା l ଗ୍ରାସୀମ କମ୍ପାନୀ ୟୁନିଟ ହେଡ଼ ଅଜୟ କୁମାର ଗୁପ୍ତା, ବିଡ଼ିଓ ଅଚ୍ୟୁତାନନ୍ଦ ଯାନୀ, ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର, ଗ୍ରାସୀମ କମ୍ପାନୀ ମାନବ ସମ୍ବଳ ଅଧିକାରୀ ନିରଜ ପଟ୍ଟନାୟକ, ସିଏସ ଆର ମୁଖ୍ୟ ସୁସ୍ମିତା ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ମିଳିତ ଭାବେ ଏହାର ଶୁଭାରମ୍ଭ କରିଥିଲେ l ଏହି ଟୁର୍ନାମେଣ୍ଟରେ ପାଞ୍ଚଟି ଦଳ ଭାଗ ନେଇଥିଲେ l ପୋଲିସ ପ୍ରଶାସନ ,ବ୍ଲକ ପ୍ରଶାସନ , ତହସିଲ ପ୍ରଶାସନ , ଗ୍ରାସିମ ଇଲେଭେନ୍ ଓ ପ୍ରେସ ଇଲେଭେନ୍ ଅଂଶ ଗ୍ରହଣ କରିଥିଲେ l ଲିଗ ମ୍ୟାଚରୁ ପ୍ରେସ ଇଲେଭେନ ଓ ବ୍ଲକ ପ୍ରଶାସନ ଓ ଗ୍ରସୀମ ଇଲେଭେନ୍ ବିଦାୟ ନେଇଥିବା ବେଳେ ପୋଲିସ ୱାରିଆର ଓ ତହସିଲ ଟାଇଟନ୍ସ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା l ଫାଇନାଲ ମ୍ୟାଚରେ ପୋଲିସ ଟିମର ଅଧିନାୟକ ତଥା ଥାନା ଏସଆଇ ଅନିରୁଦ୍ଧ ସ୍ୱାଇଁ ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତି ନେଇଥିଲେ l ତହସିଲ ଟିମ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 10 ଓଭରରେ ସାତ ବିକେଟ ହରାଇ 83 ରନ କରିବାକୁ ସକ୍ଷମ ହୋଇଥିଲା l ଜବାବରେ ପୋଲିସ ୱାରିଆର ଆଠ ୱିକେଟ ହରାଇ ଶେଷ ଓଭରରେ ଆବଶ୍ୟକ 84 ରନ କରି ମ୍ୟାଚ ବିଜୟୀ ହେବା ସହ ଚମ୍ପିୟାନ ହୋଇଥିଲା l ଉଦଯାପନୀ ଉତ୍ସବରେ ପୂର୍ବତନ କାଉନ୍ସିଲର ତଥା ପରିବେଶବିତ ଦୁର୍ଗା ମାଧବ ପାଣିଗ୍ରାହୀ,ବଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ସୁଧୀର କୁମାର ନାହାକ, ପ୍ରେସ କ୍ଳବ ସଭାପତି ଶବର କୁମାର ତରାଇ,ଉପଦେଷ୍ଟା ଉମାକାନ୍ତ ବେହେରା ପ୍ରମୁଖ ଅତିଥି ବିଜୟୀ ପୋଲିସ ଟିମକୁ ଚମ୍ପିୟାନ ଟ୍ରଫି ଏବଂ ରନର୍ସ ଅଫ ତହସିଲ ଟିମକୁ ମଧ୍ୟ ଏକ କପ ପ୍ରଦାନ କରିଥିଲେ l ବେଷ୍ଟ ବୋଲର ତହସିଲ ଟିମର ସୁଜିତ କୁମାର ପ୍ରଧାନ,ବେଷ୍ଟ ବ୍ୟାଟ୍ସ ମ୍ୟାନ ସମୀର କୁମାର ପାଢ଼ୀ, ଶ୍ରେଷ୍ଠ ଖେଳାଳି ଶଙ୍କର୍ଷଣ ସାହୁ ଏବଂ ୱେଷ୍ଟ କ୍ୟାଚର ପୋଲିସ ଟିମର ଥାନା ରାଇଟର ଅଶ୍ୱନୀ ପଟ୍ଟନାୟକଙ୍କୁ ବିବେଚିତ ହୋଇଥିଲେ l କ୍ଳବ ସମ୍ପାଦକ ବିଦ୍ୟାଧର ସାହୁ ଭାଷ୍ୟ ପ୍ରଦାନ କରିଥିଲେ l ଏହି ଟୁର୍ନାମେଣ୍ଟକୁ ସାମ୍ବାଦିକ ସଙ୍ଘ ରାକେଶ ରଞ୍ଜନ ଦାସ,ଶିବାନନ୍ଦ ପଲାଇ,ସୁଧୀର କୁମାର ପାଢ଼ୀ,ପ୍ରଦୀପ ପଣ୍ଡା,ବିଜଲକ୍ଷ୍ମୀ ମହାଙ୍କଡ଼,ନିରଞ୍ଜନ ପରିଡା, ମିଥୁନ ବାରିକ, କେ. ରଜନୀ କାନ୍ତ ରେଡି, ମୁରଲୀ ପ୍ରଧାନ, ବିନୋଦ ଚନ୍ଦ୍ର ପଲାଇ,କୃଷ୍ଣ ଦାସ, ବଟକୃଷ୍ଣ ରାଉଳ, ପ୍ରକାଶ ପଲାଇ, ମନୋଜ ପ୍ରଧାନ ପ୍ରମୁଖ ପରିଚାଳନା କରିଥିବା ବେଳେ ଆମ୍ପ୍ୟାୟାର ସନ୍ତୋଷ ସାହାଣୀ ଓ ସ୍କୋରର ସଞ୍ଜୟ କୁମାର ସାହୁ ଦାୟିତ୍ୱ ତୁଲାଇଥିଲେ l
