April 26, 2026

୭୯ତମ ସ୍ୱାଧୀନତା ଦିବସ ରେ ବିଦ୍ୟାଳୟ ରେ ପାଠ୍ୟ ଉପକରଣ ବଣ୍ଟନ

IMG-20250817-WA0010
Share

 

୭୯ତମ ସ୍ୱାଧୀନତା ଦିବସ ଭାରତ ବର୍ଷର ବିଭିନ୍ନ ବିଦ୍ୟାଳୟ ମହାବିଦ୍ୟାଳୟ ସହିତ ସରକାରୀ ବେସରକାରୀ ସଂସ୍ଥା ମାନଙ୍କରେ ପାଳନ କରାଯାଇଛି l ସେହିଭଳି ନିଆରା ଢଙ୍ଗରେ ୭୯ତମ ସ୍ୱାଧୀନତା ଦିବସକୁ ପାଳନ କରିଛି ପୁରୀଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ମହାବିନାୟକ ସେବା ଟେମ୍ପୁଲ ଟ୍ରଷ୍ଟ l ଟ୍ରଷ୍ଟ ର ଅଧକ୍ଷା ସବିତା ମିଶ୍ରଙ୍କ ଅଧକ୍ଷତା ରେ ସମସ୍ତ ସଦସ୍ୟ ସଦସ୍ୟା ମିଶି ପୁରୀ ସହରର ଚୂଡ଼ଙ୍ଗସାହି ନଂ-୧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଜାତୀୟ ପତାକା ଉତ୍ତୋଳନ ସହିତ ଛାତ୍ରଛାତ୍ରୀମାନଙ୍କୁ ମିଠେଇ ସହିତ ପୁସ୍ତକ, ଖାତା, ପେନସିଲ ଇତ୍ୟାଦି ପାଠ୍ୟପକରଣ ବଣ୍ଟନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ପ୍ରଧାନଶିକ୍ଷୟିତ୍ରୀ ସୁପ୍ରିୟା ପଟ୍ଟନାୟକ ସ୍ୱୀକୃତି ଦେବା ସହିତ ବିଦ୍ୟାଳୟର ଶିକ୍ଷକ ପଞ୍ଚାନନ ବେହେରା,ଶିକ୍ଷୟିତ୍ରୀ ସଞ୍ଜୁବାଳା ସାହୁ,ଉଷାରାଣୀ ମହାନ୍ତି,ଲକ୍ଷ୍ମୀପ୍ରିୟା ପଟ୍ଟନାୟକ, ପୁଷ୍ପଲତା ନାୟକ, ସନ୍ଧ୍ୟାରାଣୀ ଜେନା, ମଧୁସ୍ମିତା ବାରିକଙ୍କ ସହିତ ସହିତ ସାମନ୍ତ ପ୍ରଧାନ ଏବଂ ଅନୁଷ୍ଠାନ ପକ୍ଷରୁ ଅଧକ୍ଷା ସବିତା ମିଶ୍ରଙ୍କ ସହିତ ନିରଞ୍ଜନ ମିଶ୍ର, କୁନା ମିଶ୍ର, ଝାନ୍ସୀରାଣୀ ମିଶ୍ର, ଗୀତା ଦାଶ ଓ ସନ୍ତୋଷ ବାରିକଙ୍କ ସହିତ ସମସ୍ତ ସଦସ୍ୟ ସଦସ୍ୟା ପରିଚାଳନା କରିବାରେ ପୂର୍ଣ୍ଣ ସହଯୋଗ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ