April 28, 2026

ଲରମ୍ଭା ମହାବିଦ୍ୟାଳୟ, ଲରମ୍ଭାରେ ଗଙ୍ଗାଧର ମେହେର ଜୟନ୍ତୀ

IMG-20250816-WA0078
Share

ଲରମ୍ଭା ମହାବିଦ୍ୟାଳୟ, ଲରମ୍ଭାରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ: ଅତାବିରା ବ୍ଲକ ସ୍ଥିତ ଅଗ୍ରଣୀ ଶିକ୍ଷାକେନ୍ଦ୍ର ଲରମ୍ଭା ମହାବିଦ୍ୟାଳୟ ଠାରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ ହୋଇଯାଇଅଛି। ଏହି ଅବସରରେ ସଭାପତି ଲରମ୍ଭା ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ଅଶୋକ କୁମାର ମହାନ୍ତି, ମୁଖ୍ୟଅତିଥି ଲରମ୍ଭା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ନେପାଳ ପ୍ରଧାନ, ମୁଖ୍ୟବକ୍ତା ପଞ୍ଚାୟତ ମହାବିଦ୍ୟାଳୟ ଇଂରାଜୀ ବିଭାଗର ସହକାରୀ ପ୍ରଫେସର ଶ୍ରୀ ଯୁକ୍ତ ମାନଭଞ୍ଜନ ପାଣିଗ୍ରାହୀ, ଲରମ୍ଭା ମହାବିଦ୍ୟାଳୟର +୨ ଅଧିକାରୀ ଡ.ଦିଗମ୍ବର ଚାନ୍ଦ, ଓଡିଆ ବିଭାଗମୁଖ୍ୟ ଡ. ଶାନ୍ତିଲତା ବାରିକ ମଂଚାସୀନ ଥିଲେ। ପ୍ରଥମେ ବ୍ରଜମୋହନ ପଣ୍ଡାଙ୍କ ଓ ଗଙ୍ଗାଧରଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରି ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏହି ଅବସରରେ ଲରମ୍ଭା ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ର ଶ୍ରୀ ଆଶୀର୍ବାଦ ମହାପାତ୍ର କୁଲୁତା ଟୁକୁରାଙ୍କୁ ଦକ୍ଷିଣ ଆଫ୍ରିକାର ତାଞ୍ଜାନିଆ ସ୍ଥିତ କିଲିମାଞ୍ଜୋରୋ ପର୍ବତ ଆରୋହଣ ପୂର୍ବକ ସଫଳତା ଆଣିଥିବାରୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ବ୍ରଜମୋହନ ପଣ୍ଡାଙ୍କ ସହ ଗଙ୍ଗାଧର ମେହେରଙ୍କ ପତ୍ରାଳାପର ବିଷୟକୁ ବକ୍ତା ମାନେ ଆଲୋକପାତ କରିବା ସହ ମୁଖ୍ୟବକ୍ତା ଗଙ୍ଗାଧରଙ୍କ ସ୍ବରଚିତ କାବ୍ୟକବିତାକୁ ଗାନ କରି କବିଙ୍କର ପ୍ରକୃତିପ୍ରୀତି, ସାମାଜିକ ଚଳଣି, ସଂସ୍କାର, ସଂସ୍କୃତିର ରୂପରେଖକୁ ନେଇ ନିଜର ବକ୍ତବ୍ଯ ରଖିଥିଲେ । ଶେଷରେ ମହାବିଦ୍ୟାଳୟର ଓଡିଆ ଅଧ୍ୟାପିକା ସଂଘମିତ୍ରା ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଓଡିଆ ବିଭାଗର ଅଧ୍ୟାପକ ଡ.ରଞ୍ଜିତ ପ୍ରଧାନ, ଅଧ୍ୟାପିକା ଯଶୋବନ୍ତୀ ସା, ଅଧ୍ୟାପକ ଚୂଳରାଜ ମେହେର , ଡ. ଅଜିତ ନାଥଙ୍କ ସମେତ ନିମନ୍ତ୍ରିତ ଅତିଥି ,ସମସ୍ତ ଅଧ୍ୟାପକ, ଅଧ୍ୟାପିକା , କର୍ମକର୍ତ୍ତା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

You may have missed