ଜାମିଆ ଅଲ୍ ହବିବ ରେ ସ୍ଵାଧୀନତା ଦିବସ ପାଳନ ..

IMG-20250816-WA0077
Share

    ତିର୍ତ୍ତୋଲ ତା ୧୬/୮/୨୦୨୫ ତିର୍ତ୍ତୋଲ ବ୍ଲକ ବିରିତୋଳ ପଞ୍ଚାୟତ ଅନ୍ତର୍ଗତ ରସୁଲପୁର ସ୍ଥିତ ଏକ ଆଦର୍ଶ ଆବାସିକ ଶିକ୍ଷାନୁଷ୍ଠାନ ଜାମିଆ ଅଲ୍ ହବିବ୍ ପରିସରରେ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ବିଶିଷ୍ଟ ସମାଜସେବୀ ଶେଖ୍ ଲତିଫ ଉଦ୍ଦିନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବା ପରେ ମଦ୍ରାସା ର କାର୍ଯ୍ୟନିର୍ବାହୀ ଅଧିକାରୀ ମୌଲାନl ଶେଖ୍ ରିୟାଜତ୍ ହୋସେନ୍ ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଅନୁଷ୍ଠାନ ର ଅଧ୍ୟକ୍ଷ ଙ୍କ ସମେତ ସମସ୍ତ ଶିକ୍ଷକ, ଛାତ୍ର ଓ ଅନ୍ତେବାସୀ ମାନଙ୍କ ସହିତ ସ୍ଥାନୀୟ ଅଞ୍ଚଳର ବହୂ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଭାରତବର୍ଷ ର ଏକତା ଓ ଅଖଣ୍ଡତା କୁ ବଜାୟ ରଖିବା ପାଇଁ ଆମକୁ ଏକ ହେବାକୁ ପଡ଼ିବ ଓ ଦେଶ ମାତୃକା ର ସେବାରେ ନିଜକୁ ଉତ୍ସର୍ଗ କରି ବାକୁ ହେବ ବୋଲି ନିଜ ନିଜର ବକ୍ତବ୍ୟ ରେ ଆବେଗପୂର୍ଣ୍ଣ ଆହ୍ଵାନ ଦେଇଥିଲେ । ଏହି ଅବସରରେ ସାଧାରଣଜ୍ଞାନ ପ୍ରତିଯୋଗିତା ରେ କୃତିତ୍ବ ଲାଭ କରି ଥିବା ଛାତ୍ର ମାନଙ୍କୁ ମଧ୍ୟ ସେମାନଙ୍କ ର ପ୍ରତିଭା ପାଇଁ ସମ୍। ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା। ପରିଶେଷରେ ମୌଲାନl ଆସିକ୍ ଖାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଜଗତ୍ସିଂହପୁରର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଓଡିଶା