April 30, 2026

ରସାୟନ ବିଜ୍ଞାନ ବିଭାଗ ପକ୍ଷରୁ ନବାଗତଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କାର୍ଯ୍ୟକ୍ରମ 

IMG-20250816-WA0066
Share

ବୁଗୁଡ଼ା : ତା ୧୬/୦୮/୨୫ : ସ୍ଥାନୀୟ ପିପୁଲ୍ସ

କଲେଜର ରସାୟନ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବପରିସରରେ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଡ.ପୁରୁଷୋତ୍ତମ ମିଶ୍ରଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବିଭାଗୀୟ ମୁଖ୍ୟ ଅଧ୍ୟାପକ ମନୋଜ କୁମାର ଦାସ , ଅଧ୍ୟାପକ ବିଜେନ୍ଦ୍ର ଆଚାର୍ଯ୍ୟ ଓ ସୌମ୍ୟ ରଞ୍ଜନ ପ୍ରଧାନ ,ଡେମୋନଷ୍ଟେଟର୍ ନରହରି ଚୌଧୁରୀ ଯୋଗ ଦେଇଥିଲେ । ଏ ଅବସରରେ ନବାଗତ ଛାତ୍ରଛାତ୍ରୀମାନେ ଠାକୁରଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ସ୍ବ ସ୍ବ ପରିଚୟ ପ୍ରଦାନ କରିଥିଲେ ଏବଂ ଦ୍ବିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀମାନେ ସେମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏଥି ସହ ବିଭାଗ ଓ ମହାବିଦ୍ୟାଳୟର ଅନୁଶାସନ ମାନି ଚଳିବାକୁ ପରାମର୍ଶ ଦେଇଥିଲେ । ଏ ଅବସରରେ ଅଧ୍ଯକ୍ଷ ଏବଂ ବିଭାଗୀୟ ଅଧ୍ଯାପକମାନେ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିବା ସହ ସେମାନଙ୍କ ଉଜ୍ଜ୍ବଳମୟ ଭବିଷ୍ୟତ କାମନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ଛାତ୍ରୀ ଅର୍ଚ୍ଚିତା ଦାଶ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପରିଶେଷରେ ଛାତ୍ରୀ ସ୍ବୀକୃତି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।