April 30, 2026

ଗଜପତି ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହୋମଗାର୍ଡ ନିଯୁକ୍ତିରୁ ବାଦ ପଡ଼ିଥିବା ଆଶାୟୀଙ୍କ ବିକ୍ଷୋଭ

IMG-20250816-WA0057
Share

 

ପାରଳାଖେମୁଣ୍ଡି:୧୬/୮(ଗରୁଡ ଧ୍ଵଜ ଚୌଧୂରୀ) ଗଜପତି ଜିଲ୍ଲାରେ ହୋମଗାର୍ଡ ନିଯୁକ୍ତି ତାଲିକାରୁ ବାଦ ପଡ଼ିଥିବା କେତେକ ପ୍ରାର୍ଥୀ ଜିଲ୍ଲା ଏସପିଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦଶନ କରିଥିବା ସୂଚନା ମିଳିଛି. ଗତକାଲି ଗଜପତି ଜିଲ୍ଲାରେ ହୋମଗାର୍ଡ ନିଯୁକ୍ତି ପାଇଁ ତାଲିକା ଘୋଷଣା କରାଯାଇଥିଲା. ଏହି ତାଲିକାରେ ୧୪୪
ଜଣ ବଦଳରେ ୧୨୮ ଜଣ ହୋମଗାର୍ଡଙ୍କୁ ନିଯୁକ୍ତି ଦେବା ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା.୧୪୪ ଜଣଙ୍କ ପରିବର୍ତ୍ତେ କାହିଁକି ୧୨୮ ଜଣ ହୋମଗାର୍ଡ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରାଗଲା ବୋଲି ହୋମଗାର୍ଡ ନିଯୁକ୍ତିରୁ ବାଦ ପଡ଼ିଥିବା ପ୍ରାର୍ଥୀମାନେ ଅସନ୍ତୋଷ ପ୍ରକାଶ କରି ଗଜପତି ଏସପି ସମ୍ମୁଖରେ ବିକ୍ଷୋଭ କରିଥିଲେ.