ବେଲଗୁଣ୍ଠା ପ୍ରେସ୍ କ୍ଳବ ଓ ବିଭିନ୍ନ ଅନୁଷ୍ଠାନ ରେ ୭୯ତମ ସ୍ୱାଧୀନତା ଦିବସ ପାଳିତ
ବେଲଗୁଣ୍ଠା-୧୬/୮-ପ୍ରେସ୍ କ୍ଳବ, ବେଲଗୁଣ୍ଠା,ବ୍ଲକ ଓ ଏନ ଏ ସି ର ବହୁ ଅନୁଷ୍ଠାନ ରେ ୭୯ତମ ସ୍ୱାଧୀନତା ଦିବସ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି ।ପ୍ରେସ କ୍ଲବ କାର୍ଯ୍ୟକ୍ରମରେ ବେଲଗୁଣ୍ଠା ତହସିଲଦାର/ବିଡ଼ିଓ କଳାକୃଷ୍ଣ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ ।ପ୍ୟାରେଡ୍ ରେ ଥିବା ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିର ଛାତ୍ରଛାତ୍ରୀ ମାନଙ୍କ ଠାରୁ ଅଭିବାଦନ ଗ୍ରହଣ କରିଥିଲେ ।ଏଥି ସହିତ ସ୍ୱାଧୀନତା ଦିବସର ମହାତ୍ମ୍ୟ ଓ ଏହାର ଉଦ୍ଦେଶ୍ୟ ବିଷୟରେ ବକ୍ତବ୍ୟ ପ୍ରଦାନ କରି ଗଣମାଧ୍ୟମର ଭୂମିକା ଉପରେ ମତପୋଷଣ କରିଥିଲେ ।ନିଜ ଜାତି,ଦେଶ ପ୍ରତି ସମର୍ପଣ ଭାବ ରଖି ଏକ ହୋଇ ଦେଶ ଓ ରାଜ୍ୟର ବିକାଶରେ ସହାୟକ ହେବା ପାଇଁ ଆହ୍ୱାନ ଦେଇଥିଲେ ।ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସାଂସଦ ପ୍ରତିନିଧି ନାରାୟଣ ସାହୁ, କାଉନସିଲର ଦିବ୍ୟ ରଞ୍ଜନ ଦାଶ,ବରିଷ୍ଠ ଆଇନଜୀବୀ ପ୍ରମୋଦ କୁମାର ମହାପାତ୍ର ଓ ସନ୍ତୋଷ କୁମାର ପଣ୍ଡା,ସାଇ ଆଇଟିଆଇ ଅଧ୍ୟକ୍ଷ ମଧୂସୁଦନ ମହାପାତ୍ର, ସାହିତ୍ୟ ଘର ସଭାପତି ମୋତିଲାଲ ପତି, ସମାଜସେବୀ ଭି.ଦେବୀ ପ୍ରସାଦ ପାତ୍ର,ପୁର୍ବତନ ଉପନଗରପାଳ ପ୍ରଶାନ୍ତ କୁମାର ସାହୁ, ବେଲଗୁଣ୍ଠା ସମବାୟ ସମିତି ଲିଃ ସଭାପତି ସନ୍ତୋଷ କୁମାର ସୁବୁଦ୍ଧି, ଶିକ୍ଷାବିତ୍ ରବୀନ୍ଦ୍ରନାଥ ଚୌଧୁରୀ ଯୋଗଦେଇଥିଲେ l ପ୍ରେସ୍ କ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଉପସ୍ଥିତ ଥିବା ବେଳେ ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି ସଂଯୋଜନ କରିଥିଲେ i ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ l ଉପସଭାପତି ପ୍ରଭାତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ I ସେହିପରି ବେଲଗୁଣ୍ଠା ଏନ୍ଏସି କାର୍ଯ୍ୟକ୍ରମରେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ପତାକା ଉତ୍ତୋଳନ କରିଥିବା ବେଳେ ନିର୍ବାହି ଅଧିକାରୀ ବନମାଳୀ ଶତପଥି ଏବଂ ସମସ୍ତ କାଉନସିଲର୍ ଉପସ୍ଥିତ ଥିଲେ I ବ୍ଳକ୍ ପଡିଆରେ ନଗରପାଳ ଫିରୋଜ ସେଠୀ ପତାକା ଉତ୍ତୋଳନ କରିଥିବା ବେଳେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀଙ୍କ ଦ୍ୱାରା ପରେଡ୍ ରେ ଅଭିବାଦନ ଗ୍ରହଣ କରିଥିଲେ I ବ୍ଳକ୍ କାର୍ଯ୍ୟାଳୟ ଠାରେ ଅଧ୍ୟକ୍ଷା ମମତା ଭୋଳ,ତହସିଲ୍ କାର୍ଯ୍ୟାଳୟରେ ତହସିଲଦାର କଳାକୃଷ୍ଣ ପ୍ରଧାନ, ଥାନାରେ ଥାନା ଅଧିକାରୀ ରେବତୀ ଶବର ,ସ୍ୱାସ୍ଥ୍ୟକେନ୍ଦ୍ରରେ ଡ଼ାକ୍ତର ସବିତା ବେହେରା, ଡିଗ୍ରୀ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକ, ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଥାନା ଅଧିକାରୀ ରେବତୀ ଶବର,ବଣିକ ସଂଘରେ ସଭାପତି ସନତ୍ କୁମାର ସୁବୁଦ୍ଧି, ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ ଠାରେ ସିଡିପିଓ ନଳିନୀ ମହାରଣା,ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଏବିଇଓ ଗୋବିନ୍ଦ ଚନ୍ଦ୍ର ପାଢୀ, ସରସ୍ଵତୀ ଶିଶୁ ବିଦ୍ୟାଭବନରେ ପୂର୍ବତନ ଉପନଗର ପାଳ ପ୍ରଶାନ୍ତ କୁମାର ସାହୁ, ବେଲଗୁଣ୍ଠା ସ୍ୱାମୀବିବେକାନନ୍ଦ ଶିକ୍ଷlକେନ୍ଦ୍ରରେ ଆଇନଜୀବୀ ସନ୍ତୋଷ ପଣ୍ଡା,ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ସଭାପତି ଭି ଦେବୀ ପ୍ରସାଦ ପାତ୍ର, କ୍ଲବ 99 ରେ ପୂର୍ବତନ ସଭାପତି ରାକେଶ ପାତ୍ର,ସେବା ସମବାୟ ସମିତିରେ ସଭାପତି ସନ୍ତୋଷ କୁମାର ସୁବୁଦ୍ଧି,କୃଷି କାର୍ଯ୍ୟାଳୟରେ ବ୍ଳକ୍ କୃଷି ଅଧିକାରୀ ଶୈଳସୂତା ସାହୁ, ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟରେ ସହକାରୀ ଯନ୍ତ୍ରୀ ସୁଶାନ୍ତ କୁମାର ମହାପାତ୍ର, ପ୍ରାଣୀ ଚିକିତ୍ସାଳୟରେ ଡାକ୍ତର କାର୍ତ୍ତିକେଶ୍ୱର ସାହୁ,ବିପିଏଚଡି କାର୍ଯ୍ୟାଳୟରେ ସହକାରୀ ଯନ୍ତ୍ରୀ ମୃତ୍ୟୁଞ୍ଜୟ ସାହୁ, ପଟ୍ଟନାୟକ,ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଶିକ୍ଷାବିତ୍ ପଦ୍ମ ଚରଣ ମହାପାତ୍ର,ଉଢୁରା ପଂଚାୟତ କାର୍ଯ୍ୟାଳୟରେ ସରପଞ୍ଚ ବିଷ୍ଣୁ ସେଠୀ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମିତିସଭ୍ୟ ସୁଧାଂଶୁ ଶେଖର ପୋଲାଇ, କୋକଲୁଣ୍ଡା ଉଚ୍ଚ ବିଦ୍ୟାଳୟରେ ସଭାପତି କପିଳ ବରାଡ,ବଙ୍କା ପଂଚାୟତ କାର୍ଯ୍ୟାଳୟରେ ସରପଞ୍ଚ ଶୁଭଶ୍ରୀ ପରିଡା, ବିଦ୍ୟାଳୟରେ ସମିତିସଭ୍ୟ ସୁଧୀର କୁମାର ଜେନା, ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡ଼ାକ୍ତର ସ୍ମୃତି ରେଣୁ ଗୌଡ଼,ମଙ୍ଗଳପୁର ସ୍ୱାମୀବିବେକାନନ୍ଦ ଶିକ୍ଷକେନ୍ଦ୍ରରେ ପ୍ରତିଷ୍ଠାତା ମାଧବ ଚନ୍ଦ୍ର ଆପଟ,ନାଟଙ୍ଗା ପଂଚାୟତ କାର୍ଯ୍ୟାଳୟ ଏବଂ ବାଲିଭାଗ ବିଦ୍ୟାଳୟରେ ସରପଞ୍ଚ ସୁପ୍ରଭା ଗୌଡ଼, ସେବା ସମବାୟ ସମିତି କାର୍ଯ୍ୟାଳୟରେ ସଭାପତି ପ୍ରହଲ୍ଲାଦ ଲେଙ୍କା,ବେଣୀପଲି ପଂଚାୟତ କାର୍ଯ୍ୟାଳୟ ଠାରେ ସରପଞ୍ଚ ଦୁର୍ଗାମାଧବ ନାୟକ ପତାକା ଉତ୍ତୋଳନ କରିଥିବା ବେଳେ ବଡ଼ବୋର୍ସିଂ ପଂଚାୟତରେ ସରପଞ୍ଚ ଏସ୍ ରାମେଶ୍ଵର ପାତ୍ର ପତାକା ଉତ୍ତୋଳନ କରିଥିଲେ I ଗୋବରା ବିଶ୍ୱଭାରତୀ ଆବାସିକ ବିଦ୍ୟାଳୟରେ ବିଶିଷ୍ଟ ସମାଜସେବୀ ରାମକୃଷ୍ଣ ସାହୁ ପତାକା ଉତ୍ତୋଳନ କରିଥିବା ବେଳେ ଶିକ୍ଷାବିତ୍ ଲିଙ୍ଗରାଜ ଜେନା ଏବଂ ଅନୁଷ୍ଠାନ ସଭାପତି ତଥା ପ୍ରତିଷ୍ଠାତା କୁଞ୍ଜବିହାରୀ ନାୟକ ଯୋଗ ଦେଇଥିଲେ I କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକ ,ସ୍ନାତକ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଡ଼ଃ ଗିରିଧର ନାୟକ,ବୁଢାକେନ୍ଦୁ ଶିଳ୍ପ ତାଲିମ୍ କେନ୍ଦ୍ରରେ ମହନ୍ତ ରାମକୃଷ୍ଣ ଦାସ ,ପାଇଲିପଡ଼ା ପଂଚାୟତରେ ସରପଞ୍ଚ ସଲୀଳା ମହାରଣା,ବସୁନ୍ଧରା ପବ୍ଳିକ୍ ସ୍କୁଲ୍ ରେ ଅନୁଷ୍ଠାନ ସଭାପତି ବିଶ୍ଵନାଥ ତ୍ରିପାଠି, ଗାଙ୍ଗପୁର ପଂଚାୟତରେ ସରପଞ୍ଚ ପ୍ରତିନିଧି ସୁରେନ୍ଦ୍ର କୁମାର ଡାକୁଆ,ଥାନାରେ ଥାନା ଅଧିକାରୀ ବନବିହାରୀ ପ୍ରଧାନ, ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ,ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନରେ ସମ୍ପାଦକ ସୀମାଞ୍ଚଳ ପୃଷ୍ଟି,ଝାଡ଼ବନ୍ଧ ଶ୍ରୀ ଗରୂଡେଶ୍ୱର ଉଚ୍ଚ ବିଦ୍ୟାଳୟ ଜିଲ୍ଲାପରିଷଦ ସଭ୍ୟ ପ୍ରତାପ ଚନ୍ଦ୍ର ସ୍ୱାଇଁ, କୁମୁଣ୍ଡି ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶିଶିର କୁମାର ସ୍ୱାଇଁ ପ୍ରମୁଖ ପତାକା ଉତ୍ତୋଳନ କରିଥିଲେ I
ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ
