ଔଷଧ ଆଣିବାକୁ କହି ଘରୁ ଯାଇଛି ଯେ…..ଆଉ ଘରକୁ ଫେରିଲେ ନାହିଁ…..
ତିର୍ତୋଲ, ରୁ ( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )
ଜଗତସିଂହପୁର ଜିଲ୍ଲାର ତିର୍ତୋଲ ବ୍ଲକ ଅନ୍ତର୍ଗତ ଇବିର୍ସିଙ୍ଗ ପଞ୍ଚାୟତ ର ଅଲଣା ଗ୍ରାମର
ଶୈଳ ଦାସ ନାମ୍ନୀ ୫୨ ବର୍ଷୀୟା ମହିଳା ପ୍ରାୟ ଏକ ମାସ ହେବ ଘରୁ କୁଆଡେ ଚାଲିଯାଇଛନ୍ତି । ଘରେ ତାଙ୍କର ସ୍ୱାମୀ ଗୁରୁବାରି ଦାସ, ବୟସ ପ୍ରାୟ ୫୫ ବର୍ଷ,ପୁଅ,ବୋହୁ ଥିବା ବେଳେ ଝିଅଟି ବିବାହ କରି ସାରିଛି ।
ଘରେ କଳି ଝଗଡା କିଛି ନଥିବା ବେଳେ ୧୮/୦୭/୨୦୨୫ ରେ ଘରୁ କହିକି ଯାଇଛି ଯେ ଔଷଧ ଆଣି ଫେରିବି । କିନ୍ତୁ ଘରକୁ ନଫେରିବାରୁ ୧୯/୦୭/୨୦୨୫ ରେ ତିର୍ତ୍ତୋଲ ଥାନାରେ ଏକ ମିସିଙ୍ଗ କେଶ ଦିଆଯାଇଛି । ଏପରି ସ୍ଥଳେ ଉକ୍ତ ମହିଳାଙ୍କ ର ଏକମାସ ହେବ କୌଣସି ଖୋଜ ଖବର ନାହିଁ । ମହିଳା ଜଣକ ଘରୁ ଯିବାବେଳେ ସାଥିରେ ବ୍ୟାଙ୍କ ପାସ ବୁକ, ଆଧାରକାର୍ଡ଼, କିପ୍ୟାଡ଼ ମୋବାଇଲ ନେଇଥିବା ବେଳେ ଗୋଟିଏ ମାଟିଆ ରଙ୍ଗର ଶାଢ଼ୀ ପିନ୍ଧିଥିଲେ । ତାଙ୍କର ରଙ୍ଗ ଶ୍ୟାମଳ, ଉଚ୍ଚତା ୫ ଫୁଟ ହେବ ଏବଂ ମୁହଁର ଆକାର ଇସତ ଲମ୍ବା ଅଟେ ।ଯେବେ କୌଣସି ସହୃଦୟ ବ୍ୟକ୍ତି ଏହି ମହିଳାଙ୍କ ବିଷୟରେ ସୂଚନା ପାଆନ୍ତି ତେବେ ମୋ – ୭୦୨୦୦୮୨୩୪୮ ନମ୍ବର ରେ ତୁରନ୍ତ ଯୋଗାଯୋଗ କରିବାକୁ ପରିବାର ଲୋକେ ଆକୁଳ ନିବେଦନ କରିଛନ୍ତି ।
