April 25, 2026

ଭବାନୀପାଟଣାରେ ୭୯ ତମ ସ୍ୱାଧୀନତା ଦିବସ ପାଳିତ।

IMG-20250815-WA0045
Share

 ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) ଆଜି ଭବାନୀପାଟଣା ସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ ଠାରେ ୭୯ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ, କଳାହାଣ୍ଡି ସାଂସଦ ଶ୍ରୀମତୀ ମାଳବିକା ଦେବି, କଳାହାଣ୍ଡି ଜିଲ୍ଲାପାଳ ଶ୍ରୀ ସଚିନ ପାୱାର, କଳାହାଣ୍ଡି ଏସ.ପି ଶ୍ରୀ ନାଗରାଜ ଦେବରକୋଣ୍ଡା ପ୍ରମୁଖ ଯୋଗଦାନ କରିଥିଲେ। ଏହାପରେ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହାପରେ ନିଜ ଅଭିଭାଷଣରେ ଭାରତର ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ବୀରତ୍ୱ ଓ ବଳିଦାନ ଉପରେ କହିଥିଲେ। ଏହାପରେ ଅନ୍ୟ ଅତିଥିଗଣ ନିଜ ନିଜର ଅଭିଭାଷଣ ଦେଇଥିଲେ। ତତପାଶ୍ଚାତ ଷ୍ଟାଡିୟମରେ ଉପସ୍ଥିତ ଜିଲ୍ଲା ପୋଲିସ ସହ ପ୍ରାୟ ସମସ୍ତ ମହାବିଦ୍ୟାଳୟ, ଉଚ୍ଚବିଦ୍ୟାଳୟ ତଥା ବିଶ୍ୱବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ପରେଡ କରିଥିଲେ ଓ ମୁଖ୍ୟଅତିଥିଙ୍କୁ ସାଲାମୀ ଦେଇଥିଲେ। ଏହାପରେ ବିଭିନ୍ନ ସାଂସ୍କୃତିକ ନୃତ୍ୟ ପରିବେଷଣ କରାଯାଇଥିଲା। ଶେଷରେ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ବିଜେତା ଦଳଙ୍କୁ ପୁରସ୍କୃତ କରି ସଂମାନିତ କରିଥିଲେ। ଏହାଛଡା ଭବାନୀପାଟଣାର ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ବିଦ୍ୟାଳୟ ତଥା ବିଭିନ୍ନ ଅନୁଷ୍ଠାନ ଗୁଡିକରେ ଆଜି ସ୍ୱତନ୍ତ୍ରତା ଦିବସ ପାଳନ କରାଯାଇଛି।

You may have missed