ବେଗୁନିଆ ମଣ୍ଡଳ କ୍ରୀଡା ସଂଗଠନର ବୈଠକ ଅନୁଷ୍ଠିତ

ବେଗୁନିଆ, ତା14/08:ବେଗୁନିଆ ପଂଚାୟତ ସମିତି ସମ୍ମିଳନୀ କକ୍ଷରେ ଗୁରୁବାର ଦିନ ଗୋଷ୍ଠୀ ଶିକ୍ଷାଧିକାରୀ ଭାସ୍କର ଲେଙ୍କାଙ୍କ ପୌରୋହିତ୍ୟ ଓ ସହଗୋଷ୍ଠୀ ଶିକ୍ଷାଧିକାରିଣୀ ନଳିନୀ ପ୍ରଭା ଦେବୀ
ଙ୍କ ସଂଯୋଜନାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ବୈଠକରେ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁ,ସମ୍ପୃକ୍ତ ମଣ୍ଡଳର ସମସ୍ତ
ସାଧନକେନ୍ଦ୍ର ସଂଯୋଜକ, ସମସ୍ତ ଖେଳ ଶିକ୍ଷକ ଶିକ୍ଷୟିତ୍ରୀ, ପିଟିଆଇ
ଉପସ୍ଥିତ ଥିଲେ ।କ୍ରୀଡା ସଂଗଠନର
ସମ୍ପାଦକ ଅବସର ଗ୍ରହଣ କରିଥିବାରୁ ନୂତନ ସମ୍ପାଦକ ଭାବେ
କ୍ରୀଡା ଶିକ୍ଷକ ଶ୍ରୀନିବାସ ରଣସିଂହ, ନୂତନ ସଭ୍ୟ ରୂପେ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁ, ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିଭା
ରାଣୀ ମହାପାତ୍ର, ପ୍ରଧାନ ଶିକ୍ଷକ
ପ୍ରଶାନ୍ତ କୁମାର ପ୍ରଧାନ,କ୍ରୀଡା ଶିକ୍ଷକ ପ୍ରଭାତ କୁମାର ନିଶଙ୍କ ଏବଂ ପ୍ରକାଶ ଚନ୍ଦ୍ର ଦାସ ମନୋନୀତ ହୋଇଥିଲେ ।ପୂର୍ବରୁ ଥିବା 9ଟି ଖେଳ ସହ ନୂତନ ଭାବେ
ଆଉ 7ଟି ଖେଳ ଉପରେ ଚଳିତ ଶିକ୍ଷାବର୍ଷରେ ପ୍ରତିଯୋଗିତା ହେବାକୁ ଥିବାରୁ ନୂତନ ଖେଳ ଉପରେ ଜିଲ୍ଲା ତରଫରୁ ତାଲିମ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା ।ତେଣୁ ଖୋର୍ଦ୍ଧା ଜିଲ୍ଲା
କ୍ରୀଡା ଅଧିକାରୀ ଦିଲ୍ଲୀପ କୁମାର
ମୁଦୀଙ୍କ ସହ ଯୋଗାଯୋଗ କରାଯାଇଥିଲା ।ଶ୍ରୀ ମୁଦୀ ଏଥିରେ ସମ୍ମତି ପ୍ରଦାନ କରିବା ସହ ଆସନ୍ତା
ଜିଲ୍ଲାସ୍ତରୀୟ ଖେଳ ଶିକ୍ଷକ ଶିକ୍ଷୟିତ୍ରୀ ସମ୍ମିଳନୀରେ ଏହା ଉପରେ ଆଲୋଚନା କରାଯିବ ବୋଲି ମତବ୍ୟକ୍ତ କରିଥିଲେ ।
ତେଣୁ ଜିଲ୍ଲା ଶିକ୍ଷାଧିକାରିଣୀ ସୋନାମିକା ରାୟଙ୍କୁ ନିବେଦନ କରି ତାଲିମ ନିମିତ୍ତ ଅନୁମତି ଆଣିବାକୁ
ପ୍ରସ୍ତାବ ନିଆଗଲା। ବ୍ଲକ ସ୍ତରୀୟ ତାଲିମ ପରେ ସମସ୍ତ ପ୍ରତିଯୋଗିତା
ମଣ୍ଡଳ ସ୍ତରରେ କରି ଶ୍ରେଷ୍ଠ
ଖେଳାଳୀ ଚୟନ କରିବା ପାଇଁ
ଉପସ୍ଥିତ ସମସ୍ତ କ୍ରୀଡା ଶିକ୍ଷକ
ଓ ଶିକ୍ଷୟିତ୍ରୀ ପୂର୍ଣ ସହଯୋଗ କରିବାକୁ ପ୍ରତିଶୃତି ପ୍ରଦାନ କରିବା ସହ ଜିଲ୍ଲା ସ୍ତରକୁ ମଣ୍ଡଳରୁ ଚୟନ
ହୋଇଥିବା ଛାତ୍ର ଓ ଛାତ୍ରୀଙ୍କୁ ପ୍ରତିଯୋଗିତା ପାଇଁ ନେବା ପାଇଁ
ମତବ୍ୟକ୍ତ କରିଥିଲେ ।ପରିଶେଷରେ
ସାଧନ କେନ୍ଦ୍ର ସଂଯୋଜକ ସରୋଜ କୁମାର ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ରିପୋର୍ଟର ମାନସ ରଞ୍ଜନ କର
