September 13, 2026

ଆର୍.ଡବ୍ଲୁ.ଏସ.ଏସ ର ବେପରୁଆ କାମ ପାଇଁ, ବିଲ କୁ ଖସିପଡିଲା ଲକ୍ଷ୍ମୀବସ

IMG-20250812-WA0169
Share

 

 

ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ

 

ତିର୍ତ୍ତୋଲ ବ୍ଲକ ଅଧୀନ ଦେବେନ୍ଦ୍ର ବେଗୁନିଆ ରାସ୍ତା କଡରେ ଆର୍.ଡବ୍ଲୁ.ଏସ.ଏସ ତତଫରୁ, ପାନୀୟ ଜଳ ଯୋଗାଣ ପାଇପ ବିଛା କାମ ଚାଲିଥିବା ବେଳେ, ଦୀର୍ଘ ମାସ ଧରି, ଠିକାଦାର ସଂସ୍ଥା ର ମନମାନି ଓ ବିଭାଗୀୟ ଯନ୍ତ୍ରୀ ମାନଙ୍କ ଅଣଦେଖା ଯୋଗୁଁ, ବେଗୁନିଆ ଠାରୁ କଟରା ପର୍ଯ୍ୟନ୍ତ ଜେସିବ ମେସିନ ଲଗାଯାଇ ଗଦା ଗଦା ମାଟି ପିଚୁରାସ୍ତା ଉପରେ ପଡ଼ିରହିଛି । ଯାହା ଫଳରେ ରାସ୍ତାରେ ଗଲାବେଳେ ଯାନବାହାନ ଗୁଡ଼ିକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଯଦି ଅସରାଏ ବର୍ଷା ହୋଇଗଲା ତାହେଲେ ଦୁଇଚକିଆ ଯାନବାହାନ ଚଳାଚଳ ସମୟରେ ଦୁର୍ଘଟଣା ର ସମ୍ମୁଖୀନ ହେବାକୁ ପଡୁଛି । ଯାତ୍ରୀ ମାନେ ଓ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ଠିକାଦାର ସଂସ୍ଥା କୁ ଯେତେ ଆପତ୍ତି ଅଭିଯୋଗ କଲେ ମଧ୍ୟ ବେପରୁଆ ଭାବରେ ରାସ୍ତାର ଅଧା ପର୍ଯ୍ୟନ୍ତ ମାଟି ପକାଇ ଚାଲିଛନ୍ତି। ଯାହାର କରୁଣ ଚିତ୍ର ଦେଖିବାକୁ ମିଳିଛି ଗତ ମଙ୍ଗଳବାର ଦିନ ୧୧ ଟା ୩୦ ମିନିଟ ସମୟରେ, ପ୍ରତିଦିନ ଏହି ରାସ୍ତାରେ କଷ୍ଟେ ମଷ୍ଟେ କଟରl ରୁ ପଟିଲୋ ଯାତାୟତ କରୁଥିବା ଲକ୍ଷ୍ମୀବସ ଟି ଇଟାଙ୍ଗ ଘର ସମ୍ମୁଖରେ ରାସ୍ତା କଡ ୫/୬ ଫୁଟ ତଳକୁ ଖସି ଯାଇଛି । ସମୁଖରେ ଥିବା ଏକ ଗଛ ରେ ଧକ୍କା ଖାଇ ବସ ଟି ଅଟକି ଯିବାରୁ ବସରେ ବସିଥିବା ଯାତ୍ରୀ ମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଘଟଣା ଘଟିବାର କିଛି ସମୟ ମଧ୍ୟରେ ଶହ ଶହ ସଂଖ୍ୟାରେ ସ୍ଥାନୀୟ ଲୋକମାନେ ଉତ୍ୟକ୍ତ ହୋଇ ଠିକାଦାର ସଂସ୍ଥା ରେ କାମ କରୁଥିବା ଲୋକଙ୍କୁ କାମ ବନ୍ଦ ରଖିବାକୁ ଦାବୀ କରିଥିଲେ । ଏଥିପାଇଁ ଦୀର୍ଘ ୪ ଘଣ୍ଟାରୁ ଉର୍ଦ୍ଧ୍ସସମୟ ଯାତାୟତ ବାଧାପ୍ରାପ୍ତ ହୋଇଥିବା ବେଳେ ଏଠାରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା । ତେବେ ଏହି ପାଣିପାଇପ ବିଚ୍ଛାଇ କାମ ଚାଲିଥିବା ବେଳେ ତିର୍ତ୍ତୋଲ ର ବିଭିନ୍ନ ପଞ୍ଚାୟତରେ କୌଣସି ବିଭାଗୀୟ ଅଧିକାରୀ ତଦାରଖ କରୁନଥିବାରୁ ଗାଁ ଗହଳି ରାସ୍ତାରେ ଯାତାୟତ ବେଳେ ଲୋକମାନଙ୍କୁ ହିନସ୍ଥା ହେବାକୁ ପଡୁଛି। ବିଭାଗୀୟ ଉଚ୍ଚ ପଦାଧିକାରୀ ମାନେ ଏହାର ସଠିକ୍ ଅନୁଧ୍ୟାନ କରି ଆବଶ୍ୟକୀୟ ଆଶୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବୀ ହେଉଛି ।