June 19, 2026

ଜାତୀୟ କୃମି ନାଶକ ଦିବସ ଉଦ୍ଘାଟିତ 

IMG-20250812-WA0136
Share

 

ପୁରୀ ୧୨/୦୮ ଆଜି ପୁରୀ ଜିଲ୍ଲା ସ୍କୁଲରେ ଜିଲ୍ଲା ସ୍ତରୀୟ ଜାତୀୟ କୃମି ନାଶକ ଦିବସ ପାଳନର ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଶତପଥୀ ଶୁଭ-ଉଦ୍ଘାଟନ କରିଥିଲେ | ପ୍ରତ୍ୟକ ବର୍ଷ ପରି ଏ ବର୍ଷ ମଧ୍ୟ ୧ ରୁ ୧୯ ବର୍ଷର ସମସ୍ତ ପିଲା ଓ ୨୦ ରୁ ୨୪ ବର୍ଷ ପର୍ଯ୍ୟନ୍ତ ଯୋଗ୍ୟ ଦମ୍ପତିଙ୍କୁ ଏହି ଔଷଧ ପ୍ରଦାନର କାର୍ଯ୍ୟକ୍ରମ ରହିଛି । ବିଶେଷ କରି ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ୨୨୦୫ଟି ଶିକ୍ଷାନୁଷ୍ଠାନର ୨୦୧୩୪୮ ଛାତ୍ର ଛାତ୍ରୀ ଏବଂ ୨୫୪ଟି ବେସରକାରୀ ଶିକ୍ଷାନୁଷ୍ଠାନ ର ୫୬୫୬୩ ଛାତ୍ର ଛାତ୍ରୀ ଓ ୨୫୬୬ଟି ଅଙ୍ଗନବାଡି କେନ୍ଦ୍ର ର ୮୮୬୬୮ ପିଲାଙ୍କୁ ଓ ଜିଲ୍ଲାର ୬୨୨୬୦ ଯୋଗ୍ୟ ଦମ୍ପତି ଙ୍କୁ ଏହି ଔଷଧ ପ୍ରଦାନ କରାଯିବ | ଜିଲ୍ଲାର ସମସ୍ତ ବିଦ୍ୟାଳୟ ମାନଙ୍କ ରେ ଆଜି ୧୨ ତାରିଖରେ ଜାତୀୟ କୃମି ନାଶକ ଦିବସ ପାଳିତ ହୋଇଯାଇଛି। ସରକାରଙ୍କ ମାର୍ଗଦର୍ଶିକା ଆଧାର ରେ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର,ସରକାରୀ ଓ ବେସରକାରୀ ବିଦ୍ୟାଳୟ ମାନଙ୍କ ରେ ଛାତ୍ରଛାତ୍ରୀ ମାନଙ୍କୁ କୃମି ନାଶକ ଆଲବେଣ୍ଡାଜୋଲ (କୃମି ନାଶକ) ବଟିକା ତଥା ସିରପ ପ୍ରଦାନ କରାଯାଇଛି | ଯେଉଁ ମାନେ ଅଗଷ୍ଟ ୧୨ ତାରିଖରେ କୃମି ନାଶକ ବଟିକା ବା ସିରପ୍ ସେବନ କରିନଥିବେ ବା ଅସୁସ୍ଥ ଥିବେ ସେମାନେ ଆସନ୍ତା ଅଗଷ୍ଟ ୧୯ ତାରିଖରେ କୃମି ନାଶକ ଔଷଧ ସେବନ କରିବେ । ପିଲା ମାନଙ୍କ ଠାରେ ପ୍ରାୟ କୃମି ଦେଖାଯାଏ ଓ ଏହା ଦ୍ଵାରା ପିଲା ମାନେ ରୁଗ୍ଣ ଓ ଦୁର୍ବଳ ହୋଇ ଥାନ୍ତି।ତେଣୁ ପିଲା ମାନଙ୍କ ସ୍ବାସ୍ଥ୍ୟ ପାଇଁ କୃମି ନାଶନ ଜରୁରୀ ହୋଇ ଥାଏ। ତେଣୁ ବର୍ଷକୁ ଦୁଇ ଥର ଯଥା ଫେବୃଆରୀ ଓ ଅଗଷ୍ଟ ମାସରେ ଏହି କୃମି ନାଶକ ଦିବସ ପାଳନ ହୋଇଥାଏ | ଏଥିରେ ସ୍ବାସ୍ଥ୍ୟ ବିଭାଗ, ଶିକ୍ଷା ବିଭାଗ, ମହିଳା ଓ ଶିଶୁ ବିଭାଗ, ଜିଲ୍ଲା ମଙ୍ଗଳ ଉନ୍ନୟନ ବିଭାଗ, ପୁରୀ ଜିଲ୍ଲା ପ୍ରଶାସନର ଅଧିକାରୀ ଓ ବ୍ଲକ ସ୍ତରୀୟ ଅଧିକାରୀ ତଥା କର୍ମଚାରୀ ମାନେ ଉପସ୍ଥିତ ଥିଲେ l ଏଥିରେ ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡ଼. ଚନ୍ଦ୍ରକାନ୍ତି ଆଚାର୍ଯ୍ୟ ସ୍ବାଗତ ଭାଷଣ ରଖିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଦୀପକ କୁମାର ପାଢ଼ୀ , ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀ ହିମାଂଶୁ ଭୁଷଣ ସମର୍ଥ, ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ବିକାଶ କୁମାର ମହାନ୍ତି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ତନୁପ୍ରଭା ବେଉରା, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ବିନୋଦିନୀ ତ୍ରିପାଠୀ, ଶ୍ରୀମତୀ ବାଲ୍ୟବତି ମହାନ୍ତି, ଶ୍ରୀ ସନ୍ତୋଷ କୁମାର ସେଠୀ, ଅଶୋକ କୁମାର ସାହୁ,ସନ୍ଦୀପ ବରଣ ଓଝା, ମନୋଜ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।କିଶୋର ଚନ୍ଦ୍ରଶେଖର ପ୍ରସାଦ ଦାଶ ସଭା କାର୍ଯ୍ୟକୁ ପରିଚାଳନା କରିଥିବାବେଳେ, ଜିଲ୍ଲା ପ୍ରକଳ୍ପ ପରିଚାଳକ ଶ୍ରୀ ଶ୍ୟାମ ସୁନ୍ଦର ତ୍ରିପାଠୀ ନିଜର ଅଭିଭାଷଣ ରଖିବା ସହିତ ଧନ୍ୟବାଦ ଅର୍ପଣ ମଧ୍ୟ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed