କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲା ନିୟମଗିରି ଡଙ୍ଗରିଆ କନ୍ଧଙ୍କ ମୁଖ୍ୟମନ୍ତ୍ରୀ ଙ୍କ ସହ ଦେଖା

ଲାଞ୍ଜିଗଡ଼ ( ପୁରନ୍ଦର ଦଣ୍ଡସେନା ) ଗତ 9 ତାରିଖ ରାକ୍ଷୀପୂର୍ଣ୍ଣିମା ଦିନ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କୋରାପୁଟ ସ୍ଥିତ ଜନଶୁଣାଣୀ କକ୍ଷଠାରେ ଲାଞ୍ଜିଗଡ଼, ପାର୍ସଲୀ ଓ ରାୟଗଡ଼ାର ନିୟମଗିରି ପାର୍ବତରେ ବସବାସ କରୁଥିବା ଡଙ୍ଗରିଆ ଓ କୁଟିଆ ଆଦିବାସୀ କନ୍ଧଙ୍କ ସହ ସାକ୍ଷାତ କରିଥିଲେ l ଏହି ସାକ୍ଷାତ ସମୟରେ ପ୍ରଥମେ ଡଙ୍ଗରିଆ ଭଉଣୀମାନେ ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧି ତାଙ୍କର ଉତ୍ତରୋତ୍ତର ଉଜ୍ଜଳ ଭବିଷ୍ୟତର କାମନା କରିଥିଲେ l ମୁଖ୍ୟମନ୍ତ୍ରୀ ମହୋଦୟ ସେମାନଙ୍କୁ ଆଶୀର୍ବାଦ କରିଥିଲେ l କୁହାଯାଏ ଯେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମ ଯିଏକି ଡଙ୍ଗରିଆ ଭଉଣୀମାନଙ୍କ ଠାରୁ ରାକ୍ଷୀ ଗ୍ରହଣ କରି ଏକ ନିଆରା ପରାମ୍ପରା ସୃଷ୍ଟି କରିଥିଲେ l
ଏହି ପରିପ୍ରେକ୍ଷୀରେ ନିୟମ ଗିରି ଓ ଲାଞ୍ଜିଗଡ଼ ଅଞ୍ଚଳ ସମ୍ପୂର୍ଣ୍ଣ ଭାବେ ଅବହେଳାର ଶିକାର ହେବା ସହ ସରକାରଞ୍ଜ ସମସ୍ତ ଯୋଜନାର ମୌଳିକ ସୁବିଧାରୁ ବଞ୍ଚିତ ଦୃଷ୍ଟି ଆକର୍ଷଣ କରିଥିଲେ l ଯେପରିକି ପ୍ରତ୍ୟେକ ଗ୍ରାମକୁ ରାସ୍ତା ଘାଟ, ବିଶୁଦ୍ଧ ପାନୀୟଜଳ, ଜଳସେଚନ, ଉତ୍ତମ ସ୍ୱାସ୍ଥ୍ୟ ବ୍ୟବସ୍ଥା, ଶିକ୍ଷା ଓ ବିଭିନ୍ନ ଉନ୍ନୟନ ମୂଳକ ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ଦେଇଥିଲେ l ଏହା ବ୍ୟତୀତ ଲାଞ୍ଜିଗଡ଼ ବ୍ଲକ, ଲାଞ୍ଜିଗଡ଼ ତହସିଲ ଓ ଆଇ. ଟି. ଆଇ. ଲାଞ୍ଜିଗଡ଼ରେ ସ୍ଥାପନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ l ବେଦାନ୍ତ କମ୍ପାନନୀର ଆଲୁମିନା ରିଫାଇନେରୀ ଦ୍ୱାରା ଲାଞ୍ଜିଗଡ଼ ଅଞ୍ଚଳରେ ପ୍ରଦୂଷଣ ବିଷୟରେ ମଧ୍ୟ ଜଣାଇଥିଲେ l ଜନବସତି ମଧ୍ୟରେ ରେଡ଼ମଡ଼ ପଣ୍ଡ ଓ ଆଶପଣ୍ଡ ସ୍ଥାପନ ଦ୍ୱାରା ଯେଉଁ ପ୍ରଦୂଷଣ ବଢୁଛି, ତା ଦ୍ୱାରା ଲାଞ୍ଜିଗଡ଼ ଅଞ୍ଚଳର ଲୋକେ ବିଭିନ୍ନ ଅସାଧ୍ୟ୍ୟ ରୋଗରେ ଆକ୍ରାନ୍ତ ହେବା ବିଷୟ ମଧ୍ୟ ଦାବୀପତ୍ରରେ ଉଲ୍ଲେଖ ଥିଲା l ଲାଞ୍ଜିଗଡ଼ ବ୍ଲକ ଓ ନିୟମଗିରି ଅଞ୍ଚଳର ଲୋକେ କିପରି କୌଣସି କାମ ନ ପାଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହା ମଧ୍ୟ ଦର୍ଶାଯାଇଥିଲା l
ଏ ପର୍ଯ୍ୟନ୍ତ ବେଦାନ୍ତ କମ୍ପାନୀ ଦ୍ୱାରା ପାରିପାର୍ଶ୍ଵିକ ଉନ୍ନୟନର ଚିହ୍ନ ମାତ୍ର ନାହିଁ l ଯଦି ନିୟମଗିରିର ଆଦିବାସୀମାନେ ନିଜ ଅଞ୍ଚଳର ବିକାଶ ନେଇ ସରକାର ଏବଂ ବେଦାନ୍ତ କମ୍ପାନୀକୁ ଜଣାଇବା ପାଇଁ ଆନ୍ଦୋଳନକୁ ଓହ୍ଲାନ୍ତି, ତାହେଲେ ସେମାନଙ୍କୁ ନକ୍ସଲ ଓ ଦେଶଦ୍ରୋହୀ ଆଖ୍ୟା ଦେଇ ଜେଲକୁ ପଠାଇ ଦିଆଯାଉଛି ଏବଂ ନାନା ପ୍ରକାର ନିର୍ଯ୍ୟାତନା ଦିଆଯାଉଛି l ଦାବୀ ପତ୍ର ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଏ ବିଷୟ ଜଣାଇ ଦିଆଯାଇଛି l ମୁଖ୍ୟମନ୍ତ୍ରୀ ଏ ସବୁ ବିଷୟରେ ରାୟଗଡ଼ା ଓ କଳାହାଣ୍ଡି ନିୟମଗିରି ଅଞ୍ଚଳର ଆଦିବାସୀମାନକୁ ଆଶ୍ୱାସନା ଦେଇଛନ୍ତି l
ଦେଖା ଯାଉ, ମୁଖ୍ୟମନ୍ତ୍ରୀ ଏ ସବୁ ସମସ୍ୟାର ସମାଧାନ ପାଇଁ କେବେ ଓ କି ପ୍ରକାର ପଦକ୍ଷେପ ଗ୍ରହଣ କରିବେ l
ଲାଞ୍ଜିଗଡ଼ରୁ ପୁରନ୍ଦର ଦଣ୍ଡସେନା / ନିୟୁଜ ଉପାନ୍ତ ଖବର
