April 29, 2026

 ମା ମହିଷା ମର୍ଦ୍ଧିନୀଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବରେ ଯୋଗଦେଲେ ସମାଜ ସେବୀ 

IMG-20250810-WA0063
Share

 

 

ଖୋର୍ଦ୍ଧା-: (ପ୍ରିୟଙ୍କା ମହାପାତ୍ର) ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବୋଲଗଡ଼ ବ୍ଲକ ବଡ଼କୁମାରୀ ପଞ୍ଚାୟତର ଡିହଖଉରୁଣୀ ଓ ବିଲ ଖଉରୁଣୀଠାରେ ମା ମହିଷା ମର୍ଦ୍ଧିନୀଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି l ଶୁକ୍ଳପକ୍ଷ ଗହ୍ମା ପୂର୍ଣ୍ଣମୀ ତିଥିରେ ମା’ଙ୍କ ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା କରାଯାଇଥିଲା। ପ୍ରାତଃ ସମୟରେ ମା’ଙ୍କ ପୂଜାନୀତି ଉପଚାର ସମ୍ପନ୍ନ କରଯାଇଥିଲା । ଗ୍ରାମର ସଭାପତି ଓ ତାଙ୍କ ସହଧର୍ମିଣୀ କର୍ତାକର୍ତ୍ତୀ ଭାବେ ଉପସ୍ଥିତ ଥିଲେ । ବଡ଼କୁମାରୀ ଗ୍ରାମପଞ୍ଚାୟତର ଯୁବ ସମାଜସେବୀ ବାସୁଦେବ ସାହୁଙ୍କ ପ୍ରଚେଷ୍ଟାରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶତାଧିକ ମହିଳାପୁରୁଷ 108 କଳସ ଯାତ୍ରାରେ ସାମିଲ ହୋଇ ସାହି ପରିକ୍ରମା କରିଥିଲେ। ୭ ଜଣ ବ୍ରାହ୍ମଣମାନଙ୍କୁ ନେଇ ରୀତି ନୀତି ଅନୁଯାୟୀ ହୋମକାର୍ଯ୍ୟ ହୋଇଥିଲା । ସନ୍ଧ୍ୟାରେ ଶକ୍ତିପୀଠ ଲୋକାରଣ୍ୟ ତଥା ଶ୍ରଦ୍ଧାଳୁମୟ ପରିବେଶ ମଧ୍ୟରେ ଯଜ୍ଞର ପୂର୍ଣାହୁତି ଦିଆଯାଇଥିଲା। ଯୁବ ସମାଜ ସେବୀ ବାସୁଦେବ ସାହୁଙ୍କୁ ଗ୍ରାମବାସୀମାନେ ଫୁଲମାଳ ଦେଇ ଉତ୍ତରୀୟ ପ୍ରଦାନ କରି ବାଜା ବଜାଇ ଗ୍ରାମ ପରିକ୍ରମା କରି ମନ୍ଦିର ପ୍ରାଙ୍ଗଣକୁ ପାଛୋଟି ଆଣିଥିଲେ l ସମାଜସେବୀ ଶ୍ରୀ ସାହୁ ପୂର୍ଣ୍ଣାହୁତି ପ୍ରଦାନ କରିଥିଲେ l

ଏହି କାର୍ଯ୍ୟକ୍ରମରେ ବଡ଼ କୁମାରୀ ଗ୍ରାମପଞ୍ଚାୟତର ବିଲ ଖଉରୁଣୀ, ଡିହ ଖଉରୁଣୀ, ସାନକୁମାରୀ, ବଡ଼କୁମାରୀ, କୋଟପଲ୍ଲା, ହାଟବସ୍ତ, ହରିକେଶର ଆଦି ଗ୍ରାମଗୁଡିକରୁ ପ୍ରାୟ ତିନି ହଜାରରୁ ବହୁ ଶ୍ରଦ୍ଧାଳୁ ଭକ୍ତମାନେ ଏହି ଉତ୍ସବରେ ଯୋଗଦେଇଥିଲେ l ଏହି କାର୍ଯ୍ୟକ୍ରମରେ ଗ୍ରାମର ଯୁବକଓ ଗ୍ରାମବାସୀ ମାନେ ସହଯୋଗ କରି ପରିଚାଳନା କରିଥିଲେ l ଏହି ଉତ୍ସବ ଅବସରରେ ନବରଙ୍ଗ ପୌରାଣିକ ଶୀର୍ଷକ ନାଟକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା l ଯୁବସମାଜସେବୀଙ୍କ ଗ୍ରାମ ପ୍ରତି ଅତୁଳନୀୟ ଅବଦାନ ପାଇଁ ଗ୍ରାମବାସୀ ଓ ପଞ୍ଚାୟତ ବାସୀ ଧନ୍ୟବାଦ ଅର୍ପଣ କରିଥିଲେ l