ମନାପଡାରେ ମାଁ ସନ୍ତୋଷୀ ବାର୍ଷିକ ପୂଜା
ବରଗଡ(ସୁରେନ୍ଦ୍ର କଠାର)
ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ମନାପଡା ଗ୍ରାମ ରେ ଆଜି ମହା ଆଡ଼ମ୍ବରରେ ମାଁ ସନ୍ତୋଷୀ ପୂଜାର୍ଚ୍ଚନା କରାଯାଇଛି, ଏହା ପ୍ରତିବର୍ଷ ଶ୍ରାବଣ ପୂର୍ଣ୍ଣିମା ତିଥି ରେ ମହାସମାଗମ ରେ ପାଳନ କରାଯାଏ, ମନାପଡା ଗ୍ରାମ ରେ ଦୀର୍ଘ 33 ବର୍ଷ ହେଲା ମାଁ ସନ୍ତୋଷୀ ମନ୍ଦିର ଅଛି, ପ୍ରତି ଶୁକ୍ରବାର ଦିନ ମାଁ କର ପୂଜାର୍ଚ୍ଚନା କରାଯାଏ, ଓ ପ୍ରତିବର୍ଷ ରାଖି ପୂର୍ଣ୍ଣିମା ଦିନ ମହାସମାରୋହରେ ପାଳନ କରାଯାଏ |ଭଉଣୀ ମାନେ ଭାଇକଂ ପାଇଁ ନିର୍ଜଳ ଉପବାସ ରହି ମାଁ କଂ ଠାରେ ପୂଜାର୍ଚ୍ଚନା କରି ଭାଇକଂ ଦୀର୍ଘାୟୁ କାମନୀ କରି ଭାଇକଂ ହାତରେ ରାଖି ବାନ୍ଦିଥିଲେ |ପୂଜକ ଥିଲେ କିଶୋର ଷଡଂଗି |ଶେଷରେ ଭକ୍ତମାନେ ଅନ୍ନପ୍ରସାଦ ସେବନ କରିଥିଲେ
