March 11, 2026

ଗଜପତି:- ପବିତ୍ର ରାକ୍ଷୀ ପୂର୍ଣିମା ଅବସରରେ ସୁଭଦ୍ରା ତୃତୀୟ କିସ୍ତି ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ..

IMG-20250809-WA0158
Share

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ପବିତ୍ର ରାକ୍ଷୀ ପୂର୍ଣିମା ଅବସରରେ ସୁଭଦ୍ରା ର ତୃତୀୟ କିସ୍ତି ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀମତୀ ମଧୁମିତାଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବିଧାୟକ ଶ୍ରୀ ରୂପେଶ କୁମର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଶ୍ରୀ କେ: ନାଗାରାଜୁ , ବନଖଣ୍ଡ ଅଧିକାରୀ ପାରଳାଖେମୁଣ୍ଡି , ଶ୍ରୀ ମୁନିନ୍ଦ୍ର ହନେଗା , ଅତିରିକ୍ତ ଜିଲ୍ଲାପାଳ ଗଜପତି , ଶ୍ରୀ ଶଙ୍କର କେରକେଟା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଗଜପତି , ଶ୍ରୀମତୀ ନିର୍ମଳା ସେଠୀ , ଅଧ୍ୟକ୍ଷ, ପୌରପରିଷଦ ପାରଳାଖେମୁଣ୍ଡି , ଶ୍ରୀମତୀ ମନୋରମା ଦେବୀ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଗଜପତି ଓ ଡାକ୍ତର ମହମ୍ମଦ ମୁବାରକ ଅଲ୍ଲୀ , ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଗଜପତି ପ୍ରମୁଖ ମଞ୍ଚାସିନ ଥିଲେ।

ଏହି କାର୍ଯ୍ୟକ୍ରମରେ ପବିତ୍ର ରାକ୍ଷୀ ପୂର୍ଣିମା ଅବସରରେ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ଜିଳ୍ଲାର ଯୋଗ୍ୟା ହିତାଧିକାରୀଙ୍କୁ ଡିବିଟି: ମାଧ୍ଯମରେ ଜିଲ୍ଲାରୁ ୧ ଲକ୍ଷ ୪୩ ହଜାରରୁ ଉର୍ଦ୍ଧ ମହିଳାଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି ।

ସୁଭଦ୍ରା ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀ ମାନେ ସୁଭଦ୍ରା ବିଷୟରେ ଅନ୍ୟମାନଙ୍କୁ ସଚେତନତା ସୃଷ୍ଟି କରିବା ଓ ନିଜର ଆର୍ଥିକ ସମସ୍ୟାକୁ ସୁଦୃଢ କରି ସଫଳତାର କାର୍ଯ୍ୟ କରିବା ପାଇଁ ଜିଲ୍ଲାପାଳ ସମସ୍ତ ମହିଳା ମାନଙ୍କୁ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ। ସେହିପରି ମହିଳାମାନଙ୍କ ଅର୍ଥନୈତିକ , ସାମାଜିକ କ୍ଷେତ୍ରରେ ସାମିଲ କରି ଉଚିତ ସମ୍ମାନ ଦେବା ଦେବା ପାଇଁ ମାନ୍ୟବର ବିଧାୟକ ଅଭିଭାଷଣ ପ୍ରଦାନ କରିଥିଲେ ।

ଏହି ଅବସରରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏଥିରେ କୃତୀ ପ୍ରତିଯୋଗୀଙ୍କୁ ଅଥିତିମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରା ଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଶ୍ରୀ ଲକ୍ଷ୍ମଣ କୁମାର ମୁର୍ମୁ , ନିର୍ବାହୀ ଅଧିକାରୀ ପୌରପରିଷଦ ,ପାରଳାଖେମୁଣ୍ଡି , ଶ୍ରୀ ସୁଶାନ୍ତ ରଞ୍ଜନ ଦାସ , ଉପନିର୍ଦ୍ଦେଶକ ଉଦ୍ୟାନ ବିଭାଗ ଗଜପତି , ଜିଲ୍ଲା ପ୍ରକଳ୍ପ ପରିଚାଳକ , ଓଡ଼ିଶା ଜୀବିକା ମିଶନ ତଥା ମିଶନ ଶକ୍ତି ଶ୍ରୀ ଟିମନ ବାରା , ଜିଲ୍ଲା ଶିକ୍ଷଧିକାରୀ ଡ଼.ମାୟାଧର ସାହୁ , ସ୍ଥାନୀୟ ତହସିଲଦାର ଶ୍ରୀ ନାରାୟଣ ବେହେରା , ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର କର୍ମଚାରୀ ଶ୍ରୀମତୀ ସାରଳା ପାତ୍ର ଓ ଶ୍ରୀ ମନୋଜ କୁମାର ପଣ୍ଡା ସମେତ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଓ ବହୁ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

ପରେ ପରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ପରିସମାପ୍ତି ପରେ ରାଜ୍ଯସ୍ତରୀୟ କାର୍ଯ୍ୟକ୍ରମର ସିଧା ପ୍ରସାରଣ ହୋଇଥିଲା ।

——————————————–

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି)

—————————————-

You may have missed