କିଆ କାରେନ୍ସ କ୍ଲାଭିସ୍ “EV” ର ଶୁଭାରମ୍ଭ

IMG-20250809-WA0159
Share

 

ଛତ୍ରପୁର.୯/୮/୨୦୨୫(ଅରୁଣ କୁମାର ପଣ୍ଡା )କିଆ ଇଣ୍ଡିଆ ଲିମିଟେଡ ର ବହୁ ପ୍ରତିକ୍ଷିତ ମଡେଲ ” କାରେନ୍ସ କ୍ଲାଭିସ୍” EV ” ର ବଜାର ପ୍ରବେଶ ହୋଇ ଯାଇଛି । ଏହି ପରିପ୍ରେକ୍ଷୀରେ କିଆ ଇଣ୍ଡିଆ ର ସ୍ଵୀକୃତି ପ୍ରାପ୍ତ ଡିଲର୍ “ସେଣ୍ଟ୍ରାଲ କିଆ” ରଘୁନାଥପୁର ବ୍ରହ୍ମପୁର ସ୍ଥିତ ସୋରୁମ୍ରେ ବଜାର ପ୍ରବେଶ ଉତ୍ସଵ ହୋଇଯାଇଛି । ଏହି ଅବସର  ଛତ୍ରପୁର  ବିଧାୟକ କୃଷ୍ଣଚନ୍ଦ୍ର ନାୟକ  ମୂଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ନରେନ୍ଦ୍ରପୂର୍ ସରପଞ୍ଚ ଜ୍ୟୋତି ସାହୁ , ସମିତିସଭ୍ୟା ଅଲିଅଳ ସେନାପତି  ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସେଣ୍ଟ୍ରାଲ କିଆ ର ମ୍ୟାନେଜିଂ ଡାଇରେକ୍ଟର ବିଶାଲ୍ ଧୱନ୍ ଏବଂ କିଆ ଇଣ୍ଡିଆର ଏରିଆ ମ୍ୟାନେଜେର  ହେମନ୍ତ ମିଶ୍ର ଓ ସେଲ୍ସ ଜେନେରାଲ ମ୍ୟାନେଜର ପ୍ରଶାନ୍ତ ବେହେରା, ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର ସରୋଜ କୁଆଁର, ବ୍ରାଞ୍ଚ ମ୍ୟାନେଜର ଗୋବିନ୍ଦ ଦାସ, ସେଲ୍ସ ମ୍ୟାନେଜର ଜିତେନ୍ଦ୍ର ପୋଲାଇ, ଆସିଷ୍ଟାଣ୍ଟ ସେଲ୍ସ ମ୍ୟାନେଜର ବିନୟ ବୋମଲି, ଫାଇନାନ୍ସ ମ୍ୟାନେଜର ବାବୁଲ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।କିଆ ଏହାର ଅତ୍ୟାଧୁନିକ ଡିଜାଇନ୍ ଏବଂ ଉନ୍ନତ ଫିଚର ସହିତ ଏହି ବର୍ଗ ରେ ଏକ ନୂତନ ଚାଳନା ଅଭିଜ୍ଞତା ଦେଇପାରିବ। ଏହା ର ବାହାର ଆକୃତି ଏକ ଶକ୍ତିଶାଳୀ ଉପସ୍ଥିତି କୁ ଦର୍ଶାଇଥାଏ ଓ ଏହାର ଆଭ୍ୟନ୍ତରୀଣ ଡିଜାଇନ୍ “କିଆ କାର୍ଣିଭାଲ” ର ବିଶାଳ ଅତ୍ୟାଧୁନିକ ଡିଜାଇନ୍ ରୁ ପ୍ରଭାବିତ।”କିଆ କାରେନ୍ସ କ୍ଲାଭିସ୍ EV” କେବଳ ଏହାର ବାହ୍ୟ କିମ୍ବା ଆଭ୍ୟନ୍ତରୀଣ ଡିଜାଇନ୍ ପାଇଁ ଉତ୍କୃଷ୍ଟ ତାହା ନୁହେଁ, ପରନ୍ତୁ ଏହା ଅତ୍ୟାଧୁନିକ ୨୦ ଟି ଅଟୋନୋମସ୍ ADAS ଲେଭେଲ ୨.୦ ଯାହାକି ଆପଣଙ୍କ ସୁବିଧା ଓ ସୁରକ୍ଷା ପାଇଁ ଉତ୍ସର୍ଗୀକୃତ । ଏହା ମଧ୍ୟ ଆଡପ୍ତିଭ କ୍ରୁଜ କଣ୍ଟ୍ରୋଲ, ଲେନ୍ କିପ ଆସିଷ୍ଟ, କଲିଯନ୍ ଅଭଏଡାନ୍ସ ଏବଂ ଆହୁରି ଅନେକ ନୂତନ ଫିଚର ସମ୍ବଳିତ, ଯାହା ଆପଣଙ୍କୁ ସୁରକ୍ଷିତ ଏବଂ ଆରାମଦାୟକ ଯାତ୍ରା ର ଅନୁଭୂତି ଦେବା ସହିତ ୨ ଗୋଟି ବ୍ୟାଟେରି ରହୁଛି 42 kWh ଥରେ ଚାର୍ଜ ରେ 404 km ଏବଂ 51.4 kWh ଥରେ ଚାର୍ଜ ରେ 490 km ଯିବ, ସେଣ୍ଟ୍ରାଲ କିଆ ରେ ” କିଆ କାରେନ୍ସ କ୍ଲାଭିସ୍ EV” ଟେଷ୍ଟ ଡ୍ରାଇଭ୍ ପାଇଁ ଉପଲବ୍ଧ ଅଛି।

You may have missed