June 18, 2026

ନିରାଶ ଜନକ ବର୍ଷା ଯୋଗୁଁ ଶୁଖିଲା ପଡିଛି ପାଟବନ୍ଧ ମା’ବୁଢୀଦେଇ ସିଂହନାଦ ଡ୍ୟାମ।ମରାମତି ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟ ପରେବି ହେଉନି କାମ। 

IMG-20250806-WA0074
Share

ବୋଲଗଡ଼, ୦୬/୦୮(ଉପାନ୍ତ ଖବର):ଶ୍ରାବଣ ଶେଷ ହେବାକୁ ଗଲାଣି ହେଲେ ସୁଖିଲା ପଡିଛି ପାଟବନ୍ଧ ମା’ ସିଂହନାଦ ଡ୍ୟାମ ପାଟବନ୍ଧ,କୃଷ୍ନପୁର, ଜରିପଡା,ପୋଡ଼ପାଟଣା,ଗୋଡିଆଳି,ବେଣାଗାଡିଆ, ମୌଜାର ହଜାର ହଜାର ହେକ୍ଟର ଜମି ଏହି ଡ୍ୟାମ୍ ପାଣି ଉପରେ ନିର୍ଭର କରେ । ଏବେ ନିଅଣ୍ଟିଆ ବର୍ଷା ଯୋଗୁଁ ଡ୍ୟାମରେ ପାଣି ନଥିବାରୁ ସୁଖିଲାପଡିଛି।

ବର୍ଷାର ଲୁଚକାଳି ଖେଳ ସାଙ୍ଗକୁ ଶୁଖିଲା ଡ୍ୟାମ୍ ଚାଷୀଙ୍କ ହୋସ ଉଡାଇ ଦେଉଛି । ଏଥର ଚାଷ ଗଲା ବୋଲି ଚାଷୀମହଲରେ ଭାଣେଳଣୀ ପଡ଼ିଛି । ଶ୍ରାବଣମାସ ଶେଷ ଭାଗରେ ମଧ୍ୟ ଆବଶ୍ୟକ ମୁତାବକ ବର୍ଷା ନହେବାରୁ ଖରିଫି ଫସଲ ଧାନ ଚାଷକୁ ନେଇ ଆଶଙ୍କା ଦେଖାଦେଇଛି । ଅନେକ ଢିପ ଜମି ପଡିଆ ପଡିଥିବା ବେଳେ ଧାନ ତଳି ଗୁଡିକ ବୁଢ଼ା ହେବାକୁ ବସିଲାଣି।

 

ନିରାସଜନକ ବର୍ଷା ହେଉଉଥିବା ବେଳେ ଚାଷୀଙ୍କ ଏକମାତ୍ର ଭରସା ମା’ ବୁଢିଦେଇ ସିଂହନାଦ ଡ୍ୟାମ ବି ଶୁଖିଲା ପଡିଛି । ଡ୍ୟାମରେ ଆବଶ୍ୟକତା ଠାରୁ ଖୁବ୍ କମ ପାଣି ରହିଛି। ଏପରିକି ଗତ କିଛି ବର୍ଷ ହେବ କେନାଲ ସଫା ହୋଇନଥିବାରୁ ଗଛଲତା ମାଡି ରହିଥିବାରୁ କେନାଲରେ ଠିକ୍ ଭାବରେ ପାଣି ଆସୁପାରୁନାହିଁ। ପ୍ରତିବର୍ଷ କେନାଲ ମରାମତି ପାଇଁ ଲକ୍ଷାଧିକ ଟଙ୍କା ଆସୁଥିଲେ ମଧ୍ୟ ଲାଭ ପାଇଥାନ୍ତି ଠିକାଦାର ଓ ଅଧିକାରୀ ତତସହିତ ଡ୍ୟାମଟି ମଧ୍ୟ ଖନନ ଅଭାବରୁ ପୋତି ହୋଇ ଗଲାଣି। ଫଳରେ ଧାନ ଚାଷକୁ ନେଇ ୬ଟି ମୌଜାର ଚାଷୀ ଚିନ୍ତାରେ ପଡିଛନ୍ତି । ଜଦି ଆବଶ୍ୟକ ପରିମାଣର ବର୍ଷା ନହୁଏ ମରୁଡି ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

You may have missed