ବାଇକ୍ ଓ ବୁଲେଟ୍ ମୁହାଁମୁହିଁ ଧକ୍କା , ଟ୍ରଲର ଚକା ତଳେ ପଡି ଦୁଇ ବାଇକ୍ ଆରୋହୀ ମୃତ, ଛିଟିକି ପଡି ବୁଲେଟ୍ ଚାଳକ ଗୁରୁତର 

IMG-20250806-WA0077
Share

ବୁଗୁଡ଼ା : ତା ୦୬/୦୮/୨୫ : ବୁଗୁଡ଼ା ନିକଟସ୍ଥ ଷୋଳମଇଲିଠାରେ ବାଇକ୍ ଓ ବୁଲେଟ୍ ଧକ୍କା ହେବା ଏବଂ ରାସ୍ତାରେ ଆସୁଥିବା ଟ୍ରଲର ଚକା ତଳେ ପଡି ୨ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଫୋପାଡି ହୋଇ ବୁଲେଟ୍ ଚାଳକ ମଧ୍ୟ ଗୁରୁତର ହୋଇଥିବା ଜଣାଯାଇଛି। ମୃତକ ୨ ଜଣ ହେଲେ ବୁଗୁଡା ଥାନା ଅନ୍ତର୍ଗତ ବେତାରସିଂ ଗ୍ରାମର ଶଶାଙ୍କ ମହାରଣା(୪୩) ଓ ସୁବୁଦ୍ଧିପଲ୍ଲୀ ଗ୍ରାମର ଖଦାଳ ମହାରାଣା(୭୯) ଏବଂ ଗୁରୁତର ଜଣକ ହେଲେ ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଶିଶୁଣ୍ଡା ଗ୍ରାମର ଲକ୍ଷ୍ମୀଧର ବେହେରା । ଘଟଣାରୁ ପ୍ରକାଶ ଯେ, ଆଜି ସକାଳେ ବାଲିପଦର ପଟୁ ବୁଗୁଡା ଆଡକୁ ଲୁହାଖାଡି ବୋଝେଇ ଟ୍ରଲର(ନଂ-ଏପି ୩୧ ଟିବି ୭୧୮୦) ଆସୁଥିଲା । ଏହି ସମୟରେ ଶଶାଙ୍କ ଓ ତାଙ୍କର ବଡବାପା ଖଦାଳ ବାଇକ(ନଂ-ଓଡି ୩୨ ଇ ୫୨୮୯)ରେ ବନ୍ଧୁଘର ପଙ୍କଳବାଡି ଗାଁକୁ ଯାଉଥିବାବେଳେ ବାଲିପଦର ପଟୁ ଆସୁଥିବା ଲକ୍ଷ୍ମୀଧରଙ୍କ ବୁଲେଟ୍(ନଂ-ଓଡି ୩୨ ଏଚ୍ ୧୦୮୭) ଗାଡି ସହ ମୁହାଁମୁହିଁ ଧକ୍କା ହେବାରୁ ସେ ଦୁହେଁ ଟ୍ରଲର ପଛ ଚକା ତଳେ ପଡିଯାଇଥିଲେ ଏବଂ ମାତାଲ ଅବସ୍ଥାରେ ଥିବା ଲକ୍ଷ୍ମୀଧର ରାସ୍ତା କଡକୁ ଫୋପାଡି ହୋଇ ପଡିଥିଲେ । ଦୁର୍ଘଟଣାରେ ବୃଦ୍ଧ ଖଦାଳଙ୍କ ଦୁଇ ଗୋଡ ଉପରେ ଟ୍ରଲର ଚକା ଚଢିଯାଇଥିଲା ବେଳେ ଶଶାଙ୍କ ଟ୍ରଲର ଚକାରେ ଲାଗିଯାଇ ପ୍ରାୟ ୨୦ ମିଟର ଘୋଷାଡି ହୋଇ ଘଟଣା ସ୍ଥଳରେ ହିଁ ମୃତ୍ଯୁ ବରଣ କରିଥିଲେ। ଘଟଣା ସ୍ଥଳରୁ ଗୁରୁତର ଖଦାଳ ଓ ଲକ୍ଷ୍ମୀଧରଙ୍କୁ ଉଦ୍ଧାର କରି ମେଡିକାଲକୁ ଅଣାଯାଇଥିଲେ ହେଁ ଚିକିତ୍ସାଧିନ ଅବସ୍ଥାରେ ଖଦାଳଙ୍କ ମୃତ୍ଯୁ ଘଟିଥିଲା ବେଳେ ଲକ୍ଷ୍ମୀଙ୍କ ଭଙ୍ଗା ଡାହାଣ ଗୋଡର ପ୍ରାଥମିକ ଉପଚାର ପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା । ପୋଲିସ ମେଡିକାଲରେ ପହଞ୍ଚି ଶବ ଦ୍ବୟକୁ ଜବତ କରି ବ୍ଯବଛେଦ ପାଇଁ ପଠାଇବା ସହ ଘଟଣା ସ୍ଥଳରୁ ଟ୍ରଲର ଓ ବାଇକ୍ ଦୁଇଟିକୁ ଜବତ କରିଥିଲା। ଏଥି ସହ ଟ୍ରଲର ଡ୍ରାଇଭରକୁ ପୋଲିସ ଥାନାରେ ଅଟକ ରଖି ଘଟଣାର ତଦନ୍ତ କରୁଥିବା ବେଳେ ଏ ନେଇ କେସ୍ ନଂ-୫୦୯/୨୫ରେ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି ସୀତାଂଶୁ ଶେଖର