April 30, 2026

ବିଜେପି ସରକାର ରେ ସୁରକ୍ଷିତ କିଏ ??

IMG-20250803-WA0000
Share

 

ସୋର ( ଦେବାଶିଷ ଦାଶ )

 

ଜଣେ କର୍ତ୍ତବ୍ୟ ରତ ସାମ୍ବାଦିକ ଡାକ୍ତର ପାଖରୁ ଗାଳି ଶୁଣୁଛି,,,

 

 

ଖବର ପରିବେଷଣ ପାଇଁ ଯାଇଥିବା ସାମ୍ବାଦିକଙ୍କ ମୋବାଇଲକୁ ଅନନ୍ତପୁର ଡାକ୍ତରଖାନାର ଜଣେ କାର୍ଯ୍ୟରତ ଡାକ୍ତର ଛଡାଇନେଇଥିବା ଅଭିଯୋଗ ହୋଇଛି। ସୋର ବ୍ଳକ ଅନନ୍ତପୁର ସ୍ଥିତ ଅନନ୍ତପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିବାଦ ପଛ ଛାଡୁନି। ଗତ କିଛି ମାସ ତଳେ ଏହି ଡାକ୍ତରଖାନାର ଡାକ୍ତର ସୁରକ୍ଷା କର୍ମୀଙ୍କ ହାତରେ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଥିବା ଭଳି ଘଟଣା ଦେଖିବାକୁ ମିଳିଥିବା ବେଳେ ଗତ ୨୪ ତାରିଖ ରାତିରେ ଟର୍ଚ୍ଚ ଆଲୁଅରେ ରୋଗୀ ସେବା କରୁଥିବା ଭଳି ଘଟଣା ଦେଖିବାକୁ ମିଳିଥିଲା। ଯାହାକୁ ନେଇ କିଛି ଗଣମାଧ୍ୟମରେ ଖବର ପରିବେଷଣ ହୋଇଥିଲା। ଖବର ପ୍ରସାରଣ ପରେ କୌଣସି ପ୍ରଭାବ ପଡିଛିକି ନାହିଁ ଏବଂ ଡାକ୍ତରଖାନାର ଉକ୍ତ ୱାର୍ଡ଼କୁ ବିଦ୍ୟୁତ ସଂଯୋଗ କରାଯାଇଛି କି ନାହିଁ ସେ ବାବଦରେ ଜାଣିବାକୁ ଓ ଡାକ୍ତରଖାନାର ପରିଚାଳକ ସାସ୍ୱତ ସାହୁଙ୍କ ମତାମତ ନେବା ପାଇଁ ଅପରାହ୍ଣ ଖବର କାଗଜର ସାସ୍ୱାଦିକ ଅଞ୍ଜନ ଦାସ ଅନନ୍ତପୁର ଡାକ୍ତରଖାନାକୁ ଯାଇଥିଲେ।

ଏହି ସମୟରେ ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଜଣେ ବ୍ୟକ୍ତି ଡାକ୍ତରଖାନାକୁ ଆସିଥିବା ବେଳେ ଡାକ୍ତର ଜଣଙ୍କ ମୋବାଇଲରେ ବ୍ୟସ୍ତ ଥାଇ ସମୃକ୍ତ ବ୍ୟକ୍ତିଙ୍କୁ ଦେଖିବାକୁ ଯାଇନଥିଲେ। ଏବାବଦରେ ସାମ୍ବାଦିକ ଜଣଙ୍କ ଡାକ୍ତର ସାସ୍ୱତ ସାହୁଙ୍କୁ ପଚାରିବାରୁ ସେ ହଠାତ୍ ଉତକ୍ଷିପ୍ତ ହୋଇ ସାମ୍ବାଦିକଙ୍କ ମୋବାଇଲ ଛଡାଇ ନେବା ସହିତ ଜୋରରେ ଗାଳିଗୁଲଜ କରିଥିଲେ।

 

ଏଠି ପ୍ରଶ୍ନ ଉଠୁଛି ଯେ ଡାକ୍ତରଖାନା ଭିତରେ DUTY ସମୟ ରେ ଡାକ୍ତର ର କାମ କଣ ???

 

ଯଦି ସେ ଠିକ୍ ସେ ସେବା କରୁଥିଲେ ତ ସାମ୍ବାଦିକ ମୋବାଇଲ ଛଡ଼ାଇ ନେଲେ କଣ ପାଇଁ ???

 

କଣ ଗୋଟିଏ ଲୋକ ର ଅସୁବିଧା ସମୟରେ ସାମ୍ବାଦିକ ଟିଏ ଖବର ପରିବେଷଣ କରି ପାରିବନି ???

 

 

ଡାକ୍ତରଖାନାର ଅନ୍ୟ କର୍ମଚାରୀ ମାନେ ରୁଣ୍ଡ ହୋଇ ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲେ।

ଏନେଇ ସାମ୍ବାଦିକ ଜଣଙ୍କ ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକ୍ଷକ କାଶୀନାଥ ପଣ୍ଡାଙ୍କୁ ପଚାରିବାରୁ ଡାକ୍ତର ଜଣଙ୍କ ଯାହା କରିଛନ୍ତି ତାହା ସମ୍ପୁର୍ଣ୍ଣ ଭାବେ ଭୁଲ ଏବାବଦରେ ମୁଁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବି ବୋଲି କହିଥିଲେ। ଦିନକୁ ଦିନ ସୋରରେ ସାମ୍ବାଦିକ ମାନେ ସରକାରୀ ଅଧିକାରୀ ଓ କର୍ମଚାରୀମାନଙ୍କ ଆକ୍ରୋଶର ଶିକାର ହେଉଥିବାରୁ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।