April 29, 2026

ଶିକ୍ଷୟତ୍ରୀ ମିନାକ୍ଷୀ କର ଙ୍କର ଉଦେଶ୍ୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ଅନୁଷ୍ଠିତ..

IMG-20250801-WA0003
Share

 

ନୀଳଗିରି ( ଦେବାଶିଷ ଦାଶ )

ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡ ସନ୍ତରାଗଡିଆ ପ୍ରାଥମିକ ବିଦ୍ୟାଳୟ ରେ, ଶହକାରୀ ଶିକ୍ଷୟତ୍ରୀ ଭାବେ ଦୀର୍ଘ 17 ବର୍ଷ ଧରି କାର୍ଯ୍ୟ କରି ପିଲାମାନଙ୍କୁ ଉତ୍ତମ ଶିକ୍ଷା ଦେବା ଶହ, ମା ‘ଭଳି ସ୍ନେହ ଆଦର କରି ଶିକ୍ଷା ଦାନ କରିଥିବା ଆଦର୍ଶ ଶିକ୍ଷୟତ୍ରୀ ମିନାକ୍ଷୀ କର ଙ୍କର ଅବସରରେ ଆଜି ସନ୍ତରା ଗଡିଆ ପ୍ରାଥମିକ ଠାରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି,କାର୍ଯ୍ୟକ୍ରମ ରେ ଆନୁଷ୍ଠାନି ଭାବେ ଦ୍ୱୀପ ପ୍ରଜ୍ଜଳନ କରିବା ଶହ ମୁଖ୍ୟ ଅତିଥି ଶିକ୍ଷକ ରତ୍ନାକର ବେହେରା, ସଭାପତି ବନମାଳୀ ସିଂ, ସନ୍ନମାନିତ ଅତିଥି ଭାବେ ସାମ୍ବାଦିକ କପିଳ ସାମଲ, ଙ୍କ ଶହ ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ଶନୈଶ୍ଚ ରଞ୍ଜନ ବେହେରା,ଶିବସଙ୍କର ବେହେରା, ଶ୍ରୀଧର ଦାସ, ସୁଭଦ୍ରା ଚନ୍ଦ୍ର ଦାସ, ଶିକ୍ଷୟତ୍ରୀ ପ୍ରମିଳା ସୁନ୍ଦରୀ ମଲିକ, ଉର୍ମିଳା ଦେ, ପ୍ରତିମା ମାଝୀ, ବିଦ୍ୟାଳୟ କମିଟି ର ସଦସ୍ୟ ସଂଯୁକ୍ତା ଦଳପତି, ପ୍ରଶାନ୍ତ ଜେନା, ସ୍ବରସ୍ବତୀ ପାତ୍ର, ବଳରାମ ରାଉତ, ରଂଜିତା ପ୍ରଧାନ, ଗୋପୀନାଥ ମହାରଣା, ବସନ୍ତ ସ୍ୱାଇଁ, ପୁରାତନ ଛାତ୍ର ରଶ୍ମିତା ନାୟକ, ପ୍ରଶାନ୍ତ ରାଉତ, କାବ୍ଜ୍ୟୋତି ରାଉଳ, ଅନିରୁଦ୍ଧ ଦିବେଦୀ, ରବୀନ୍ଦ୍ର ବାରିକ ପ୍ରମ୍ମୁଖ ଉପସ୍ଥିତ ରହି ଶିକ୍ଷୟତ୍ରୀ ଙ୍କର ବିଦ୍ୟାଳୟ ଓ ଛାତ୍ର ଛାତ୍ରୀ ମାନଙ୍କ ପ୍ରତି ରହିଥିବା ଅତୁଳନୀୟ ଅବଦାନ ଉକ୍ତ ସଭା ରେ ଉପସ୍ଥାପନା କରି ଭାବବିୟଳ ହୋଇ ପଡ଼ିଥିଲେ,