ଉମରକୋଟ ଠାରେ କଲେଜ ପ୍ରିନ୍ସପାଲ ପରିଚୟ ଦେଇ ସାଇବର ଠକ ଛାତ୍ର ଙ୍କ ବାପା ଠାରୁ ଠକି ନେଲେ ୨୪ ହଜାର ଟଙ୍କା…..

IMG-20250801-WA0013
Share

 

 

ଉମରକୋଟ:-(ଏମ୍.ଦୀନା°ଶୂ ଆଚାରୀ) ନିଜକୁ କଲେଜ ପ୍ରିନ୍ସପାଲ ପରିଚୟ ଦେଇ ସାଇବର ଠକ ଛାତ୍ର ଙ୍କ ବାପା ଙ୍କ ଠାରୁ ଠକି ନେଲେ ତେଇଶି ହଜାର ଟଙ୍କା। ଏଭଳି ଠକେଇ ରେ ଶିକାର ହୋଇଛନ୍ତି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଖାଣ୍ଡା ପଂଚାୟତ ର ଲକ୍ଷ୍ମଣ ସାନ୍ତା। ଲକ୍ଷ୍ମଣ ଙ୍କୁ ଗତକାଲି ୪ଘଂଟିକା ସମୟରେ ଜଣେ ଅଜଣା ନମ୍ବର ରୁ ଫୋନ ଆସିଥିଲା ମୁଁ ପେନ୍ଡ୍ରାଣି କଲେଜ ର ପ୍ରିନ୍ସପାଲ କହୁଛି ତମ ପୁଅର ଆଡ଼ମିସନ କରିବାର ଆଜି ଶେଷ ତାରିଖ ଅଛି ବୋଲି କହିଥିଲେ ଏବଂ QR CODE ପଠେଇ କହିଥିଲେ ଯେ ଏହି QR CODE ରେ ଫୋନ ପେ ମାଧ୍ୟମ ରେ ଟଙ୍କା ପୈଠ କରିଲେ ତମ ପିଲା ର ମୁଁ ଆଡ଼ମିସନ କରେଇଦେବି କହିବାରୁ ଲକ୍ଷ୍ମଣ ପ୍ରଥମେ ୬୫୬୯ ଟଙ୍କା ପଠାଇଥିଲେ, ପରେ ସାଇବର ଠକ ପୁଣି ଥରେ ଫୋନ କରି କହିଥିଲେ ଟଙ୍କା ଆସିନି ଆଉ ଥରେ ପଠେଇ ବାକୁ କହିବାରୁ ଲଖ୍ମଣ ପୁଣିଥରେ ସେହି QR CODE ରେ ୬୫୬୯ ଟଙ୍କା ପଠେଇଥିଲେ ଏବଂ ୟୁନିଫର୍ମ ବାବଦକୁ ୫୦୦୦ଟଙ୍କା ଦେବାକୁ ପଡିବ କହିବାରୁ ଲଖ୍ମଣ ଦୁଇ ଥର ୫୦୦୦ ଟଙ୍କା ପଠେଇଥିଲେ ସେହିପରି ମୋଟ ୨୩୧୩୮ ଟଙ୍କା ପୈଠ କରିବା ପରେ ଆଜି ସକାଳ 8 ଘଂଟିକା ସମୟରେ ପୁଣି ଫୋନ କରି ୨୦୦୦ଟଙ୍କା ପଠାଓ ନହେଲେ ତମ ପୁଅ ର ଆଡ଼ମିସନ ହେଇପାରିବ ନାହିଁ ବୋଲି କହିବାରୁ ଲଖ୍ମଣ ଉମରକୋଟ ପେନ୍ଡ୍ରାଣୀ କଲେଜ ପହଂଚି ପ୍ରିନ୍ସପାଲ ଙ୍କୁ ଭେଟି ଜାଣିବାକୁ ପାଇଥିଲେ ଯେ ସେ ସାଇବର ଠକେଇ ରେ ଶିକାର ହୋଇଛନ୍ତି। ପରେ ଲକ୍ଷ୍ମଣ ବିଜୁ ଛାତ୍ର ଜନତା ଦଳ ର କିଛି କର୍ମୀ ଙ୍କ ସହଯୋଗ ରେ ଉମରକୋଟ ଥାନା ରେ ଏନେଇ ଏତଲା ଦେଇଛନ୍ତି।