April 24, 2026

ଅଲଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଧାନ ଶୀକ୍ଷୟିତ୍ରୀଙ୍କୁ ତାଲା ପକେଇଲେ ସ୍ଥାନୀୟ ଜନସାଧାରଣ….. l 

IMG-20250730-WA0044
Share

 

ତିର୍ତ୍ତୋଲ ( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )

 

ଗତ ଜୁଲାଇ ୨୩ ତାରିଖରେ ପାଚିକା ଚୟନ, ଜୁଲାଇ ୩୦ ତାରିଖରେ ପାଚିକାର ନିଯୁକ୍ତି ଖତମ୍ l ପ୍ରଧାନଶିକ୍ଷୟିତ୍ରୀ ପାଚିକାକୁ ରୋଷେଇ କରିବାକୁ ବାରଣ କରିବାରୁ ସ୍ଥାନୀୟ ଲୋକେ ସ୍କୁଲ ଘରେ ଦିଦିଙ୍କୁ ପକେଇଲେ ତାଲା l ଅପରପକ୍ଷେ ପାଚିକାର ଆତ୍ମସମ୍ମାନ ରେ ଆଞ୍ଚ ଆସିବାରୁ ଦେହରେ କିରୋସିନି ଢାଳି ନିଆଁ ଲଗେଇବାକୁ ଉଦ୍ୟମ l ଉଦ୍ଧାରକଲେ ସ୍ଥାନୀୟ ଗ୍ରାମବାସୀ l ଘଟଣା ସ୍ଥଳରେ ପହଁଚିଲା ପୋଲିସ l ଏପରି ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଶିକ୍ଷାମଣ୍ଡଳ ଅଧିକାରୀଙ୍କ କାର୍ଯ୍ୟାଳୟ ଅଧୀନ ଅଲଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଧ୍ୟରେ l ଖବର ଅନୁସାରେ ଉକ୍ତ ସ୍କୁଲର ପୂର୍ବ ପାଚିକାଙ୍କ ଅବସର ପରେ ପାଚିକା ଚୟନ ନିମନ୍ତେ ଜୁଲାଇ ୨୩ ତାରିଖରେ ସ୍କୁଲ କମିଟି ଓ ଅଂଚଳବାସୀଙ୍କ ମନୋନୟନ ବଳରେ ଅଞ୍ଜନା ଓଝା ନାମ୍ନୀ ମହିଳାଙ୍କୁ ଚୟନ କରାଯାଇ ରେଜୁଲେସନ ଲେଖି ଉପସ୍ଥିତ କିଛି ଲୋକଙ୍କ ସ୍ଵାକ୍ଷର କରାଇ ନେଇଥିଲେ l ଏହି ଚୟନ ପ୍ରକ୍ରିୟାରେ ତିର୍ତ୍ତୋଲ ର ଅତିରିକ୍ତ ଶିକ୍ଷାମଣ୍ଡଳ ଅଧିକାରିଣୀ ବିଷ୍ନୁପ୍ରିୟା ଦେବୀ, ଏହି କ୍ଲଷ୍ଟର ର ସିଆରସିସି ଅଫିସିଆଲି ଯୋଗଦେଇ ଥିବା ବେଳେ ପାଚିକା ଚୟନ ପାଇଁ ୩୦, ୦୦୦ ଟଙ୍କା କୁଆଡେ ଦାବୀ କରାଯାଇଥିଲା ବୋଲି ସ୍ଥାନୀୟ ସମିତିସଭ୍ୟା ଙ୍କ ବୟାନରୁ ଜଣାଯାଏ l କାରଣ ଏହିଚୟନ ସରକାରୀ ନିୟମ କୁ ଉଲଙ୍ଘନ କରାଯାଇଛି ବୋଲି ଜଣାଯାଏ l ଏକଥା ଆମେ କହୁନୁ ସମିତି ସଭ୍ୟାଙ୍କ ରିଜୁଲେସନ ପଠନ ରୁ ପ୍ରମାଣ ମିଳୁଛି । ଉକ୍ତ ପାଚିକା ୩୦ ତାରିଖରେ କାର୍ଯ୍ୟକ୍ଷେତ୍ରରେ ଯୋଗ ଦେବାକୁ ଅସିଲାରୁ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ କ୍ଷେତ୍ରମଣୀ ସ୍ୱାଇଁ ପାଚିକା ଅଞ୍ଜନା ଓଝା ଙ୍କୁ ରୋଷେଇ କରିବାକୁ ବାରଣ କରି ଥିଲେ l ତାଙ୍କୁ କୁଆଡେ ଉପରୁ ଚାପ ପକା ଯାଇଥିଲା ଯେ ପାଚିକା କୁ କାର୍ଯ୍ୟଭାର ନ ଦେବାକୁ l ଏଇଠି ପ୍ରଶ୍ନ ଉଠେ ପାଚିକା ଜଣକ ୩୦, ୦୦୦/୦୦ ଟଙ୍କା ଦେଇ ନପାରିବାରୁ ଏପରି ଚାପ ପ୍ରୟୋଗ କରାଯାଇ ନାହିଁ ତ….? ଯାହା ଫଳରେ ପାଚିକା ନିଜ ଦେହରେ କିରୋସିନି ଢାଳି ଆତ୍ମଦାହ କରିବାକୁ ଉଦ୍ୟତ କରି ଥିଲେ l ଏହି ସମୟ ରେ ଗ୍ରାମବାସୀ ମାନେ ପାଚିକାକୁ ଉଦ୍ଧାର କରିଥିଲେ ଏବଂ ଏହି ସମସ୍ତ ସମସ୍ୟାର ସମାଧାନ ପାଇଁ ଯେପରି ବି.ଇ.ଓ ଏବଂ ଏ.ବି.ଇ.ଓ ଉଭୟ ଆସି ସ୍କୁଲରେ ପହଁଚିବେ ସେଥିପାଇଁ ପ୍ରଧାନଶିକ୍ଷୟିତ୍ରୀ ଙ୍କୁ ସ୍କୁଲ ଘରେ ତାଲା ବନ୍ଦ କରି ରଖିଥିଲେ l ଘଟଣା ବିଷୟରେ ବ୍ଲକ ଶିକ୍ଷାଧିକାରୀ ଓ ଅତିରିକ୍ତ ଶିକ୍ଷାଧିକାରିଣୀ ଜାଣିବା ପରେ ବି ଆସି ପହଞ୍ଚି ପାରିଲେ ନାହିଁ ବରଂ ତିର୍ତ୍ତୋଲ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପ୍ରଧାନଶିକ୍ଷୟିତ୍ରୀ ଙ୍କୁ ବନ୍ଦ ଗୃହରୁ ଉଦ୍ଧାର କଲେ l ଏଠି ପ୍ରଶ୍ନ ଉଠେ ଏ.ବି.ଇ.ଓ. ମାଡାମ କେଉଁ ଅଧିକାରୀ ଙ୍କ ନିର୍ଦେଶ କ୍ରମେ ଉକ୍ତ ପାଚିକା ଚୟନ କରାଇ ଥିଲେ…? ଯଦି ଚୟନ ହେଲା,ସରକାରୀ ନିୟମ ଅନୁଯାଇ ହେଲାନି କାହିଁକି….??? ଏବେ ଚର୍ଚ୍ଚା ହେଉଛି ତିର୍ତ୍ତୋଲ ଶିକ୍ଷାମଣ୍ଡଳ କାର୍ଯ୍ୟାଳୟ ରେ ଲାଞ୍ଚନେବା ପରି ଏତେ ହୀନ କାର୍ଯ୍ୟ ଚାଲିଛି କିପରି…..?? ଲାଞ୍ଚ ନେଉଛି କିଏ…. ??? ବି.ଇ.ଓ ନେଉଛନ୍ତି ନା ଏ.ବି.ଇ.ଓ ନେଉଛନ୍ତି….??? ଏ ଘଟଣାର ସତ୍ୟାସତ୍ୟ ଜାଣିବାକୁ ଯେବେ କ୍ରାଇମବ୍ରାଞ୍ଚ ତଦନ୍ତ କରାଯାଇ ପାରନ୍ତା ତେବେ ତିର୍ତୋଲ ଶିକ୍ଷାମଣ୍ଡଳ ର ଏପରି ହୀନ କାର୍ଯ୍ୟକୁ ରୋକା ଯାଇ ପାରନ୍ତା l

You may have missed