କାଉନସିଲ ବୈଠକ– ସାମ୍ବାଦିକଙ୍କୁ ବାଦ..

IMG-20250730-WA0047
Share

 

 

ଗଞ୍ଜାମ=ପ୍ରଦିପ କୁମାର ପଣ୍ଡା

 

ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦରେ ବୈଠକ ଗୃହରେ ଅନୁଷ୍ଠିତ କାଉନସିଲ ବୈଠକରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଯୋଗ ଦେଇ ବହୁ ଗୁରୁତ୍ୱପୂର୍ଣ ବିଷୟରେ ଆଲୋଚନା କରିଛନ୍ତି l ଏହି ଭଳି ଗୁରୁତ୍ୱପୂର୍ଣ୍ଣ ବୈଠକରେ ସାମ୍ବାଦିକଙ୍କୁ ଡକାଯାଇ ନଥିବା ନେଇ ଖବରଦାତା ଙ୍କ ମନରେ ଓ ମହଲରେ ଉଦବେଗ ପ୍ରକାଶ ପାଇଛି l ପୂର୍ବରୁ ଏନଏସିର ସମସ୍ତ ବୈଠକରେ ଗଣମାଧ୍ୟମକୁ ଆମନ୍ତ୍ରଣ କରାଯାଉଥିବା ବେଳେ ଚଳିତ କାଉନସିଲ ବୈଠକରେ ସାମ୍ବାଦିକଙ୍କୁ ବାଦ ଦିଆଯିବା ସ୍ଥାନୀୟ ଜନସାଧାରଣ ଓ ଗଣମାଧ୍ୟମ ମହଲରେ ଆଶ୍ଚର୍ଯ୍ୟ ଓ ଅସନ୍ତୋଷ ସୃଷ୍ଟି କରିଛି।

ଗଣମାଧ୍ୟମ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ଜନସାଧାରଣଙ୍କୁ ସୂଚନା ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ। ଏହି ବୈଠକରେ ସହରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ଯଥା ବିକାଶ, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ଆଦି ଉପରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ଗଞ୍ଜାମ ଅଞ୍ଚଳର ବିକାଶ ଓ ଜନସାଧାରଣଙ୍କ ସମସ୍ୟା ସମ୍ପର୍କିତ ଆଲୋଚନା ଗଣମାଧ୍ୟମ ଜରିଆରେ ଲୋକଙ୍କ ପାଖରେ ପହଞ୍ଚୁଥିଲା। କିନ୍ତୁ ଏଥର ସାମ୍ବାଦିକଙ୍କୁ ବୈଠକରୁ ଦୂରେଇ ରଖିବା ସୂଚନାର ଅଧିକାର ଓ ପାରଦର୍ଶିତା ଉପରେ ପ୍ରଶ୍ନ ଉଠାଇଛି। ସ୍ଥାନୀୟ ସାମ୍ବାଦିକ ମାନଙ୍କୁ ଗୁରୁତ୍ଵ ପୂର୍ଣ୍ଣ ସୂଚନା ଜନ ସାଧାରଣଙ୍କ ଠାରୁ ଲୁଚାଇବାର ଏକ ପ୍ରୟାସ ହୋଇପାରେ। ଅନେକ ସହର ବାସିନ୍ଦା ଏହାକୁ ଅଗଣତାନ୍ତ୍ରିକ ପଦକ୍ଷେପ ଭାବେ ବିବେଚନା କରିଛନ୍ତି ଏବଂ ଏହା ସରକାରୀ କାର୍ଯ୍ୟକଳାପରେ ପାରଦର୍ଶିତାର ଅଭାବକୁ ପ୍ରତିଫଳିତ କରୁଛି ବୋଲି ମତ ଦେଇଛନ୍ତି। ସ୍ଥାନୀୟ ସାମ୍ବାଦିକ ସଂଘ ଏହାର ତୀବ୍ର ବିରୋଧ କରି ଘଟଣାର ସ୍ୱଚ୍ଛ ତଦନ୍ତ ଦାବି କରିଛି।

ଏହି ପରିସ୍ଥିତି ଗଞ୍ଜାମରେ ଗଣମାଧ୍ୟମ ଓ ପ୍ରଶାସନ ମଧ୍ୟରେ ସମ୍ପର୍କକୁ ଆହୁରି ଜଟିଳ କରିପାରେ ବୋଲି ଚର୍ଚ୍ଚା ହେଉଛି l ଏନେଇ ଏନଏସି ଇଓ ଅପର୍ଣ୍ଣା ଡାଙ୍ଗୁଆଙ୍କ ଯୋଗାଯୋଗ କରିବାରେ ସେମିତି କିଛି ଉର୍ଧେଶ୍ୟ ନଥିବା କହିଛନ୍ତି l