April 27, 2026

ଉମରକୋଟ ରେ ଅତିରିକ୍ତ ଖର୍ଚ୍ଚରେ ଧାନ ରୁଆ,ଏକର ପିଛା ରୁଆ ଖର୍ଚ୍ଚ ୬ ହଜାର ଟଙ୍କା ରୁ ଉର୍ଦ୍ଧ………..

IMG-20250730-WA0042
Share

 

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଚଳିତ ବର୍ଷ ଖରିଫ୍ ଧାନ ଚାଷ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗତ ଦିନରେ ନିଅଣ୍ଟିଆ ବର୍ଷା ଯୋଗୁଁ ୪୦ ପ୍ରତିଶତ ଧାନ ରୁଆ ଓ ବେଉଷଣ ସରିବା ପରେ ଚଳିତ ସପ୍ତାହର ଲଘୁଚାପ ଜନିତ ଲଗାଣ ବର୍ଷାରେ ଅବଶିଷ୍ଟ ଧାନ ରୁଆ କାର୍ଯ୍ୟ କ୍ଷୀପ୍ର ଗତିରେ ଚାଲିଥିବା ଦେଖିବାକୁ ମିଳିଛି। ଆବଶ୍ୟକ ବର୍ଷା ଅଭାବରେ ଚିନ୍ତାରେ ଥିବା ଚାଷୀ ଜମି ପ୍ରସ୍ତୁତି ସାରି ବର୍ଷା ଅପେକ୍ଷାରେ ଥିବାବେଳେ ଲଗାତାର ଗୋଟିଏ ସପ୍ତାହ ହେବ ଝରିଗାଁ ବ୍ଲକରେ ବର୍ଷା ଲାଗି ରହିଥିବାରୁ ଧାର କରଜ କରି ପାଗ ଅନୁକୂଳ ଦେଖି ଅତିରିକ୍ତ ଖର୍ଚ୍ଚ କରି ରୁଆ କାର୍ଯ୍ୟ ଶେଷ କରିବାରେ ବ୍ୟସ୍ତ ଚାଷୀ। ଏବର୍ଷ ଗତ ବର୍ଷ ତୁଳନାରେ ଅଧିକ ଖର୍ଚ୍ଚ କରିବାକୁ ପଡୁଥିବା କହିଛନ୍ତି ଚାଷୀ। ଧାନ ତୋଳି ବୁଢ଼ା ହେବାକୁ ବସିଥିବା ବେଳେ ଲଘୁଚାପ ବର୍ଷା ହସ ଫୁତାଇଛି ଚାଷୀର ମୁହଁରେ। ଆର୍ଥିକ ସ୍ୱତ୍ସଳ ଥିବା ଚାଷୀ ଜମି ନିକଟରେ ଥିବା ନାଳ ପୋଖରୀ ଗାଡିଆ ଆଦିର ପାଣି ମୋଟର ପମ୍ପ ସାହାଯ୍ୟରେ କ୍ଷେତରେ ମଡାଇ ଧାନ ରୁଆ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଗରିବ ଚାଷୀ ଆତୁର ହୋଇ ବର୍ଷାକୁ ଅପେକ୍ଷା କରି ରହିଥିଲା। ବ୍ଲକ କୃଷି ବିଭାଗ ସୂଚନା ପ୍ରକାରେ ସମୁଦାୟ ୮୬୫୨ ହେକ୍ଟର ଜମିରେ ଧାନ ଚାଷ ହେଉଥିବା ବେଳେ ଜଳସେଚନ ସୁବିଧା ଉପଲବ୍ଧ ଥିବା ଜମିର ପରିମାଣ ୪୭୨୬ ହେକ୍ଟର ରହିଛି। ଚଳିତ ସପ୍ତାହ ମଧ୍ୟରେ ଅବଶିଷ୍ଟ ରୁଆ କାର୍ଯ୍ୟ ଓ ବେଉଷଣ କାମ ଶେଷ ହେବ ଅନୁମାନ କରାଯାଉଛି। ତୋଳି ବୁଢ଼ା ହେବାର ଭୟ ପାଗ ହଟି ଯିବାର ଭୟରେ ରୁଆ କାମ ଜୋରଦାର ଚାଲିଛି। ଚିନ୍ତାର କାରଣ ଶ୍ରମିକ ଅଭାବ। ଚଢ଼ା ମଜୁରୀ ଦେଇ ଶ୍ରମିକ ଆଣିବାକୁ ପଡୁଛି। ଏହା ବାଦେ ଘରୁ ଅଟୋ , ପିକ୍ ଅପ୍ ଟ୍ରାକ୍ଟର ଯୋଗେ ଜମିକୁ ଆଣି ପୁଣି ରୁଆ କାର୍ଯ୍ୟ ଶେଷ ପରେ ଘରେ ନେଇ ଛାଡ଼ିବାକୁ ପଡୁଛି ଶ୍ରମିକଙ୍କୁ। ୧୦ ରୁ ୧୨ କିମ୍ବା ଉର୍ଦ୍ଧ ମହିଳା ଯୁବତୀ ଦଳ ଠିକାରେ ଧାନ ରୁଆ କାର୍ଯ୍ୟ କରୁଛନ୍ତି। ଗୋଟିଏ ୧୨ ଜଣିଆ ଦଳ ଗୋଟିଏ ଏକର କୁ ଗୋଟିଏ ଦିନରେ ଶେଷ କରୁଛନ୍ତି। ଦୈନିକ ମଜୁରୀ ମହିଳାଙ୍କୁ ଦୁଇଶହ ଟଙ୍କା ପଡ଼ୁଥିବା ବେଳେ ଠିକାରେ ନେଲେ ଜଣକ ଚାରିଶହ ଟଙ୍କା ଅର୍ଥ ଦୁଇଗୁଣ ଟଙ୍କା ପାଉଛନ୍ତି। ସକାଳ ୯ ଘଣ୍ଟା ସନ୍ଧ୍ୟା ୬ ଘଣ୍ଟା ପ୍ରାୟ ୬ ଘଣ୍ଟା ରୁ ଉର୍ଦ୍ଧ ସମୟ ରୁଆ କାର୍ଯ୍ୟ କରି ସାରିଥାନ୍ତି। ଚାଷୀ ତରତର ହେଉଥିବା ବେଳେ ଏକର ପ୍ରତି ୬ ହଜାର ଟଙ୍କା ଦାବି କରୁଛନ୍ତି ଶ୍ରମିକ। ଶ୍ରମିକ ବାବଦକୁ ଖର୍ଚ୍ଚ ଗାଡ଼ି ଭଡା ଖର୍ଚ୍ଚ ରୁଆ କାର୍ଯ୍ୟକୁ ବ୍ୟୟ ବହୁଳ ହେଉଛି। ଉତ୍ପାଦନ ସେହି ପରିମାଣରେ ନହେଲେ ଚାଷୀ ଆର୍ଥିକ କ୍ଷତି ସହିବ ବୋଲି ଆକଳନ କରାଯାଉଛି।