ଝରକାରେ ବତା ପୂରାଇ ଚୋରି କରି ନେଲେ ଟଙ୍କା, ସୁନାଗହଣା
ପୁରୀ,ଝରକାରେ ବାଉଁଶ ବତା ପୂରାଇ ଘରୁ ଭ୍ୟାନିଟି ବ୍ୟାଗ୍ ଚୋରି କରିନେଇଛନ୍ତି ଦୁର୍ବୃତ୍ତ ।,ଭଳି ଏକ ଅଭିନବ ଉପାୟରେ ଚୋରି ହୋଇଛି ଭାରତୀପୁର ଅଞ୍ଚଳରେ। ଦୁର୍ବୃତ୍ତ ଚୋରି କରି ନେଇଥିବା ଭ୍ୟାନିଟି ବ୍ୟାଗରେ ପାଖାପାଖି ୧୫ ହଜାର ଟଙ୍କା, ଏକ ସୁନାଚେନ୍ ଓ ମୁଦି ରହିଥିବା ନେଇ ସଦର ଥାନାରେ ଅଭିଯୋଗ ହୋଇଛି। ଭାରତୀପୁରର ବାସିନ୍ଦା ବାମଦେବ ମହାନ୍ତିଙ୍କ ଅଭିଯୋଗ ଅନୁସାରେ ଚୋରିର ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଛି। ରାତି ପାଖାପାଖି ୨ଟା ବେଳେ ଜଣେ ଦୁର୍ବୃତ୍ତ ପ୍ରଥମେ ଏକ ହାତରେ ଶାବଳ ଧରି ଆସିଥିଲା । ଶାବଳ ଲମ୍ବ କମ ଥିବାରୁ ପୁଣି ଥରେ ସେ ବାହାରକୁ ଯାଇ ବତା ଆଣି ସେଥିରେ ଭ୍ୟାନିଟ୍ ବ୍ୟାଗକୁ ଟେକି ଝରକା ପାଖକୁ ଆଣି ସେଥିରୁ ଟଙ୍କା, ସୁନା ଅଳଙ୍କାର ନେଇ ଫେରାର ହୋଇଯାଇଥିଲା। ତେବେ ଏହି ଘଟଣାର ତଦନ୍ତ ଜାରି ରହିଥିବା କହିଛନ୍ତି ଥାନା ଅଧିକାରୀ ସୁନିଲ କୁମାର ପ୍ରଧାନ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
