ଅବକାରୀ ଓ ପୋଲିସର ମିଳିତ ଚଢାଉ , ବହୁ ପରିମାଣର ପୋଚ ଓ ଦେଶୀମଦ ଜବତ, ଗିରଫ ଶୂନ look

ବୁଗୁଡା : ତା ୨୪/୦୭/୨୫ : ବୁଗୁଡ଼ା ଅଞ୍ଚଳର ବିଭିନ୍ନ ସ୍ଥାନରେ
ଅବକାରୀ ଓ ପୋଲିସର ମିଳିତ ଚଢାଉ କରାଯାଇ ପ୍ରଚୁର ପରିମାଣର ପୋଚ ଓ ଦେଶୀମଦ ସହ ପ୍ରସ୍ତୁତିରେ ବିନିଯୋଗୀ ସାମଗ୍ରୀ ଜବତ କରାଯାଇଥିବା ଜଣାଯାଇଛି।
ପ୍ରକାଶ ଯେ, ଆଜି ସକାଳେ ଅବକାରୀ ଓ ପୋଲିସ ବିଭାଗ ପକ୍ଷରୁ ବୁଗୁଡା ବ୍ଲକ କରଚୁଲି ପଞ୍ଚାୟତ ଅନ୍ତର୍ଗତ ଖଦାଳପଲ୍ଲୀ, ମହୁଲପଲ୍ଲୀ ଓ ସମଲେଇ ଆଦି ଗ୍ରାମର ଆଖପାଖ ଜଙ୍ଗଲ ଅଞ୍ଚଳରେ ଚଢାଉ କରାଯାଇ ପାଞ୍ଚ ହଜାର ଲିଟର ପୋଚ ଓ ଦୁଇ ଶହ ଲିଟର ଦେଶୀ ମଦ ସହ ପ୍ରସ୍ତୁତି ସାମଗ୍ରୀ ଜବତ କରିଥିଲେ। ସେଠାରେ ଜବତ ପୋଚ ଓ ମଦକୁ ନଷ୍ଟ କରାଯାଇଥିଲା। ଏ ନେଇ ଅବକାରୀ ଥାନାରେ କେସ୍ ନଂ ୫୭/୨୦୨୫-୨୬ରେ ମାମଲା ରୁଜୁ ହୋଇଥିବା ବେଳେ କାହାକୁ ମଧ୍ୟ ଗିରଫ କରାଯାଇନଥିବା ଜଣାଯାଇଛି।
ଉକ୍ତ ଚଢାଉ କାର୍ଯ୍ୟରେ ଅବକାରୀ ଡିଏସପି ସ୍ବାଧୀନ କୁମାର ସାହୁ, ଭଞ୍ଜନଗର ଇନିସପେକ୍ଟର ଡମ୍ବରୁଧର ହରିଜନ, ମୋବାଇଲ ଇନିସପେକ୍ଟର ଅଂଶୁମାନ ଜେନା, ବୁଗୁଡା ଅବକାରୀ ଅଧିକାରୀ ଜ୍ଯୋତି ରଞ୍ଜନ ସେନାପତି ଓ ପୋଲିସ ଥାନା ଅଧିକାରୀ ସୀତାଂଶୁ ଶେଖର ମାନ୍ଧାତାଙ୍କ ସମେତ ଅବକାରୀ ଓ ପୋଲିସ କର୍ମଚାରୀମାନେ ସାମିଲ ଥିଲେ।
