April 27, 2026

ଏନଏସି ସ୍ତରରେ ନିଯୁକ୍ତ ହେବେ ଖାଦ୍ୟ ନିରାପତ୍ତା ଅଧିକାରୀ ,

IMG-20250722-WA0007
Share

 

( ଦେବାଶିଷ ଦାଶ କ୍କ ରିପୋର୍ଟ )

ସହରରୁ ଗାଁ ପର୍ଯ୍ୟନ୍ତ ଅନେକ ପେଟ ରୋଗରେ ଆକ୍ରାନ୍ତ ହେଉଛନ୍ତି। କେଉଁଠି ବାସି ଖାଦ୍ୟ ବିକ୍ରି ହେଉଛି ତ ପୁଣି କେଉଁଠି ଦୂଷିତ ପାଣି ବ୍ୟବହାର ଯୋଗୁଁ ଲୋକ ଝାଡ଼ାବାନ୍ତି ଭଳି ସ୍ବାସ୍ଥ୍ୟ ସମସ୍ୟା ଭୋଗୁଛନ୍ତି। ଏସବୁ ରୋକିବା ପାଇଁ ଖାଦ୍ୟ ନିରାପତ୍ତା ବିଭାଗ ରହିଛି। ବିଭାଗର ମାନବ ସମ୍ବଳ ଅଭାବ ଯୋଗୁଁ ଅପମିଶ୍ରଣ ରୋକିବାରେ ସକ୍ଷମ ହୋଇପାରୁନି। ଏଣିକି ଖାଦ୍ୟ ସାମଗ୍ରୀରେ ହେବ ନାହିଁ ଅପମିଶ୍ରଣ। ଏହାକୁ ରୋକିବାକୁ ବଡ଼ ପଦକ୍ଷେପ ଗ୍ରହଣ କରାଯାଉଛି। ବିଭାଗ ପକ୍ଷରୁ ଆଗକୁ ୧୧୩ଟି ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍ଏସି)ରେ ଖାଦ୍ୟ ନିରାପତ୍ତା ଅଧିକାରୀ ଓ ୧୦ଟି ଭ୍ରାମ୍ୟମାଣ ଖାଦ୍ୟ ପରୀକ୍ଷା ଲାବ୍‌ (ଏମ୍ଏଫ୍‌ଟିଏଲ) ଯାନ କିଣିବା ପାଇଁ ଯୋଜନା କରିଛି।ଏହାବ୍ୟତୀତ ରାସ୍ତାକଡ଼ରେ ବିକ୍ରି ହେଉଥିବା ଫାଷ୍ଟଫୁଡ୍‌, ଚାଟ୍‌, ଗୁପ୍‌ଚୁପ୍‌, ଦୋସା, ମୋମୋ, ଦହିବରା ଦୋକାନରେ ଗ୍ରାହକଙ୍କ ଭିଡ଼ ଜମୁଛି। ଏସବୁ ଖାଦ୍ୟ ପ୍ରସ୍ତୁତ ପାଇଁ ସ୍ବଚ୍ଛତା ଆପଣା ଯାଉନାହିଁ। ଏବେ ପାଣିଠୁ ଆରମ୍ଭ କରି ଖାଦ୍ୟ ପର୍ଯ୍ୟନ୍ତ ସବୁ ଅପମିଶ୍ରଣ ହେଉଛି।