ମୁକୁଳେଶ୍ୱର ଙ୍କ ନିକଟରେ ଜଳାଭିଷେକ କଲେ କାଉଡିଆ..
( ଦେବାଶିଷ ଦାଶ କ୍କ ରିପୋର୍ଟ )
ପଞ୍ଚୁପାଲି,ସିଂଲା ଥାନା ସାର୍ଥ| ଗ୍ରାମର ବାବା ମୁକୁଳେଶ୍ୱର ମହାଦେବଙ୍କ ମନ୍ଦିର ରେ ସହ ସହ କାଉଡିଆ ଭକ୍ତଙ୍କ ଜଳାଭିଷେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି |ଏଥିରେ ମନ୍ଦିର ପୂଜକ ଶୁଭ୍ରକାନ୍ତ ନନ୍ଦ ଙ୍କ ତଥା ନରେନ୍ଦ୍ର ନାଥ ମଲ୍ଲିକ ଓ ଶ୍ରୀମତୀ ବାସନ୍ତୀ ମଲ୍ଲିକ ଙ୍କ ପ୍ରତ୍ତେଖ୍ୟ ତତ୍ୱା ବିଧାନରେ ଆୟୋଜିତ ଜଳାଭିଷେକ କାର୍ଯ୍ୟକ୍ରମ ରେ ସମସ୍ତ କାଉଡିଆ ଭକ୍ତ ସାହୁଘାଟ ଠାରେ ଉପସ୍ଥିତ ହେଇ ଥିଲେ |ସେଠାରେ ବିଧି ପୂର୍ବକ ନଦୀରୁ ପାଣି ଉତ୍ତଳନ କରି ପାଣି ଭାରନେଇ ମୁକୁଳେଶ୍ୱର ମହାଦେବଙ୍କ ପୀଠରେ ଜଳାଭିଷେକ କରିଥିଲେ |ଏହି ବୋଲ ବମଯାତ୍ରୀଙ୍କୁ ରଶ୍ମିରଞ୍ଜନ ମଲ୍ଲିକ, ସଂଗ୍ରାମ ମଲ୍ଲିକ, ତପନ ବେହେରା ଜଗନ୍ନାଥ ମଲ୍ଲିକ, ପ୍ରମୁଖ ସହଯୋଗ କରିଥିବା ବେଳେ ସାହୁଘାଟ ବଣିକ ସଂଘ ତଥା ଅଞ୍ଚଳ ବାସୀ ମଧ୍ୟ୍ୟ ଏଥିରେ ଭକ୍ତମାନଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ ।
