April 26, 2026

ଗୋପ ରେ ମର୍ମାହତ ସଡ଼କ ଦୃଘଟଣା ରେ ୨ ଗାଈ ମୃତ୍ୟୁ ଗୋଟେ ବାଛୁରୀ ଗୁରୁତର ..

IMG-20250717-WA0049
Share

 

ଗୋପ :- 17/07/2025 ଗତ ୧୬ ଜୁଲାଇ ୨୦୨୫ ରାତି ପ୍ରାୟ ୩ଟା ସମୟରେ ଗୋପ ବାୟାକୁଦା ଗାଁ ମୁଣ୍ଡରେ ଏକ ମର୍ମନ୍ତୁକ ସଡ଼କ ଦୁର୍ଘଟଣାରେ ୨ ଟି ଗୋମାତାଙ୍କର ମୃତ୍ୟୁ ଘଟିଥିବା ବେଳେ ଗୋଟିଏ ଗୋମାତା ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ଟି ସ୍ଥାନୀୟ ପ୍ରଶାସନର ଅବହେଳା ଏବଂ ଗୋଚର ଜମି ଜବରଦଖଲ ଓ ସଡ଼କ ସୁରକ୍ଷା ବ୍ୟବସ୍ଥାର ଅଭାବକୁ ସୂଚାଇଛି। ଚଳିତବର୍ଷ ରଥଯାତ୍ରା ସମୟରେ ପୁରୀ ସହରରୁ ଶତାଧିକ ଗୋମାତା ଙ୍କୁ ଗୋପ ଓ ଏହାର ଆଖପାଖ ଅଞ୍ଚଳ ରେ ରାତିଅଧିଆ କୌଣସି ଦୃର୍ବତ ଛାଡିଦେଇଯାଇଛନ୍ତି l ଏଠାରେ ମଧ୍ୟ ଗୋଚର ଜମି କୁ କିଛି ମୁଷ୍ଟିମୟ ବ୍ୟକ୍ତି ବିଶେଷ ନିଜ ଆୟତ୍ତ ରେ ରଖିଛନ୍ତି l ଏଣୁ ଗୋଚର ଜମି ଜବରଦଖଲକାରୀ ଙ୍କ ଠୁ ମୁକ୍ତ କରି ଗ୍ରାମ ପଞ୍ଚାୟତକୁ ହସ୍ତାନ୍ତର କରାଯାଉ । ଗୋପ ମୁଖ୍ୟାଳୟ ସଂଲଗ୍ନ ସମସ୍ତ ରାସ୍ତାରେ ସ୍ପିଡ୍ ବ୍ରେକର୍, ସାଙ୍କେତିକ ଚିହ୍ନ ଓ ଆଲୋକ ବ୍ୟବସ୍ଥା କରାଯାଉ । ଗୋବଂଶ ସଡ଼କରେ ବିଚରଣରୁ ରୋକିବା ପାଇଁ ବ୍ୟବସ୍ଥା କରାଯାଉ । ଦୁର୍ଘଟଣାର ତଦନ୍ତ ଓ ଦାୟୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ l ଆଉ ଗୋପ ରେ ଏକ ବୃହତ ଗୋଶାଳା ନିର୍ମାଣ କରାଗଲେ ଅନେକ ନିରୀହ ବୁଲା ଗୋମାତା ଙ୍କ ଜୀଵନ ବଞ୍ଚିଯାନ୍ତା l ଏଥିପାଇଁ ଭାରତୀୟ ଜନତା ପାର୍ଟି ର ରାଜ୍ୟ କୃଷକମୋର୍ଚା ର ସମ୍ପାଦକ ପ୍ରଶାନ୍ତ କୁମାର ସ୍ୱାଇଁ, ପୁରୀ ଜିଲ୍ଲାପାଳଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ