April 24, 2026

ସୌମ୍ଯାଶ୍ରୀଙ୍କୁ ନ୍ଯାୟ ଦାବିରେ ବୁଗୁଡା କଂଗ୍ରେସର ବନ୍ଦ ପାଳନ 

IMG-20250717-WA0051
Share

 

ବୁଗୁଡା : ତା ୧୭/୦୭/୨୫ : ବାଲେଶ୍ବର ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ଯାଶ୍ରୀ ବିଶିଙ୍କ ଆତ୍ମଦାହ ଜନିତ ମୃତ୍ଯୁ ଘଟଣାରେ ଉଚିତ ନ୍ଯାୟ ପ୍ରଦାନ ଦାବିରେ କଂଗ୍ରେସ ପକ୍ଷରୁ ଗୁରୁବାର ଦିନ ସକାଳ ୬ଟାରୁ ୧୨ ଘଣ୍ଟିଆ ଓଡିଶା ବନ୍ଦ ଡାକରା ପରିପ୍ରେକ୍ଷୀରେ ବୁଗୁଡାରେ ବସ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ସାଙ୍ଗକୁ ବିଭିନ୍ନ ଶିକ୍ଷାନୁଷ୍ଠାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଏବଂ ଦୋକାନ ବଜାର ବନ୍ଦ ରହିଥିଲା। ବୁଗୁଡା ସହର ମଧ୍ୟରେ କାଁ ଭାଁ ଦୋକାନ ଖୋଲା ରହିଥିବା ବେଳେ କଂଗ୍ରେସ ଦଳର ଜାନକୀ ବଲ୍ଲଭ ରାଉତ, ସିମାଞ୍ଚଳ ଖଟେଇ, ସୁଜିତ କୁମାର ସ୍ବାଇଁ , ମାନସ ରଞ୍ଜନ ଦାଶ , ଶଙ୍କର ବେହେରା, ସୁବ୍ରତ କୁମାର ପଟ୍ଟନାୟକ, ଦିଲ୍ଲୀପ କୁମାର ଦାଶ ପ୍ରମୁଖ ପିକେଟିଂ କରୁଥିବା ଦେଖିବାକୁ ମିଳିଥିଲା ବେଳେ କେତେକ ସ୍ଥାନରେ ପୋଲିସ୍ ମୂତୟନ ରହିଥିଲେ ଏବଂ ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ରହିଥିଲା।