March 8, 2026

ଉତ୍ତମ କୁମାର ଦାସ ବୁଗୁଡ଼ା ବ୍ଲକ ଓ ଏନ୍ଏସି ପାଇଁ ସାଂସଦ ପ୍ରତିନିଧି ଭାବେ ନିଯୁକ୍ତ       

IMG-20250714-WA0055
Share

 

ବୁଗୁଡା : ତା ୧୪/୦୭/୨୫ : ବୁଗୁଡା ବ୍ଲକ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ଆସିକା ଲୋକସଭା ସାଂସଦ ଅନିତା ଶୁଭଦର୍ଶିନୀଙ୍କ ପ୍ରତିନିଧି ଭାବେ ଆଇନଜୀବୀ ଉତ୍ତମ କୁମାର ଦାସ ନିଯୁକ୍ତ ହୋଇଥିବା ଜଣାଯାଇଛି। ଏ ନେଇ ବିଧିବଦ୍ଧ ଭାବେ ବ୍ଲକ ଓ ଏନ୍ଏସି ପ୍ରଶାସନକୁ ପତ୍ର ମାଧ୍ୟମରେ ଅବଗତ କରାଯାଇଅଛି। ସାଂସଦଙ୍କ ପ୍ରତିନିଧିତ୍ବ ହାସଲ କରିଥିବା ଉତ୍ତମ କୁମାର ଦାସ ବୁଗୁଡ଼ା ଅଞ୍ଚଳର ଜଣେ ଦକ୍ଷ ଯୁବ ସଂଗଠକ ସହିତ ଗଞ୍ଜାମ ଜିଲ୍ଲାର ଜଣେ ସୁଦକ୍ଷ ଛାତ୍ର ନେତା ଭାବେ ପରିଚିତ | ସେ ଛାତ୍ର ଜୀବନରେ ବୁଗୁଡ଼ା ପିପୁଲ୍ସ କଲେଜର ସାଂସ୍କୃତିକ ସମ୍ପାଦକ ସହିତ ଛାତ୍ର ସଂଗଠନର ସଭାପତି ଏବଂ ପରବର୍ତ୍ତୀ ସମୟରେ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟର ସଭାପତି ରୂପେ ନିର୍ବାଚିତ ହୋଇଥିଲେ | ଓଡ଼ିଶାର ଟାଣୁଆ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ସ୍ବର୍ଗତ ରାମକୃଷ୍ଣ ପଟ୍ଟନାୟକଙ୍କ ନାମରେ ଗଠିତ ରାମକୃଷ୍ଣ ପଟ୍ଟନାୟକ ଚାରିଟେବୁଲ ଟ୍ରଷ୍ଟର ସମ୍ପାଦକ ଭାବରେ ବର୍ତ୍ତମାନ ସେ ବିଭିନ୍ନ ସାମାଜିକ କାର୍ଯ୍ୟରେ ଜଡିତ ଅଛନ୍ତି | ପ୍ରତିନିଧି ନିଯୁକ୍ତି ପରେ ଉତ୍ତମ ଦାସ ସାଂସଦଙ୍କୁ କୃତଜ୍ଞତା ଜଣାଇବା ସହିତ ତାଙ୍କର ମାର୍ଗଦର୍ଶନରେ ଅଞ୍ଚଳ ପାଇଁ କାମ କରି ବିଜେପି ସଂଗଠନକୁ ସୁଦୃଢ କରିବେ ବୋଲି ପ୍ରତିକ୍ରିୟାରେ କହିଛନ୍ତି | ତେବେ ତାଙ୍କ ନିକଟକୁ ବିଭିନ୍ନ ସଂଗଠନ ତରଫରୁ ଶୁଭେଚ୍ଛା ଏବଂ ଅଭିନନ୍ଦନର ସୁଅ ଛୁଟୁଥିବା ଜଣାଯାଇଛି।