November 16, 2024

ଗଞ୍ଜାମ ବ୍ଲକ ବିଭିନ୍ନ ଗ୍ରାମରେ ପ୍ଲାଷ୍ଟିକ ଚାଉଳ ବଣ୍ଟନ ଅଭିଯୋଗ

Share

 

ଗଞ୍ଜାମ -ପ୍ରଦୀପ କୁମାର ପଣ୍ଡା

 

ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତର ବିଭିନ୍ନ ଗ୍ରାମରେ ପ୍ଲାଷ୍ଟିକ ମିଶା ଚାଉଳ ବଣ୍ଟନ ହୋଇଥିବା ଅଭିଯୋଗ ହୋଇଛି l ଚଳିତ ମାସରେ ଖାଦ୍ୟ ସୁରକ୍ଷା ଆଇନ ଯୋଜନାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗରିବ ଜନସାଧାରଣଙ୍କୁ ଟଙ୍କିକିଆ ଏବଂ ମାଗଣା ପ୍ରଦାନ କରାଯାଉଥିବା ଚାଉଳରେ ଅଧିକ ପ୍ଲାଷ୍ଟିକ ଚାଉଳ ଥିବା ବିଞ୍ଚଣାପଲି ଗ୍ରାମର ଜଣେ ହିତାଧିକାରୀ ଅଭିଯୋଗ କରିଛନ୍ତି l ଏ ସମ୍ପର୍କରେ ଉକ୍ତ ପଞ୍ଚାୟତ ପିଇଓ ଦିଲ୍ଲୀପ କୁମାର ନାୟକଙ୍କୁ ପଚାରିବାରେ ଅଭିଯୋଗ ସମ୍ପର୍କରେ ଜିଲ୍ଲା ଉଚ୍ଚ ପ୍ରଶାସନର ଅବଗତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି l ପ୍ରକାଶ ଯୋଗ୍ୟ ଏହି ଘଟଣା ନୂଆ ନୁହେଁ ପୂର୍ବରୁ ଗଞ୍ଜାମ ଏନଏସି ଅନ୍ତର୍ଗତ ୱାର୍ଡ ନ 8 ପୁଇଁତୋଳା ଗ୍ରାମରେ ମଧ୍ୟ ପ୍ଲାଷ୍ଟିକ ଯୁକ୍ତ ଚାଉଳ ବଣ୍ଟନ କରାଯାଇଥିବା ଅଭିଯୋଗ ହୋଇଥିଲା l ଏଭଳି ପ୍ଲାଷ୍ଟିକ ମିଶା ଚାଉଳ ବଣ୍ଟନ ଘଟଣା ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଉ ନ ଥିବାରୁ ଏଥିରେ ସନ୍ଦେହ ଉପୁଜୁଥିବା କହିଛନ୍ତି ସ୍ଥାନୀୟ ଅଞ୍ଚଳ ବୁଦ୍ଧିଜୀବୀ l କିଛି ମିଲର ଏବଂ ପ୍ରଶାସନର ମଧୁ ଚନ୍ଦ୍ରିକା ଯୋଗୁଁ ଏଭଳି ଘଟଣା ଘଟୁଥିବା ଦାବୀ କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ l ବର୍ତମାନ ଏହି ଘଟଣାର ସଠିକ ତଦନ୍ତ ହେବ ନା ତଳିଆ କର୍ମଚାରୀଙ୍କ ମୁଣ୍ଡରେ ଦୋଷ ଲଦି ଘଟଣାକୁ ଏଡାଇ ଦିଆଯିବ ତାହା ଦେଖିବାକୁ ବାକି ରହିଲା l