ବ୍ଲକ ସଭାଗୃହରେ ବୁଥ ସ୍ତରୀୟ ଅଧିକାରୀ ମାନଙ୍କ ଜାତୀୟ ପ୍ରଶିକ୍ଷଣ ଶିବିର ଉଦଯାପିତ 

IMG-20250710-WA0041
Share

 

 

ଆଜି ଗୁରୁବାର ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଅତାବିରା ବ୍ଳକ୍ ନୂତନ ସଭାଗୃହ ରେ ବୁଥ ସ୍ତରୀୟ ଅଧିକାରୀ ଙ୍କ ଜାତୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ରିପୁନାଥ ସୁନା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ତାଲିମ କାର୍ଯ୍ୟକ୍ରମରେ ଏବିଡ଼ିଓ ଗିରିନ୍ଦ୍ର ସାହୁ, ଜିଡିପିଓ ଏମ.ଡି. ଆକବର ମାଷ୍ଟର ଟ୍ରେନର କୃତାର୍ଥ ଚନ୍ଦ୍ର ଭୁଏ ସାଧନା କର୍ମୀ ଭାବେ ତାଲିମ ପ୍ରଦାନ କରିଥିଲେ । ଏହା ତା ୦୮-୦୭-୨୦୨୫ ରେ ଆରମ୍ଭ ହୋଇଥିଲା । ତିନି ଦିନ ଧରି ଚାଲିଥିବା ତାଲିମ କାର୍ଯ୍ୟକ୍ରମରେ ସମୁଦାୟ ୧୩୭ ଜଣ ଏବଂ ୧୨ ଜଣ ବିଏଲଓ ସୁପରଭାଇଜର ତାଲିମ ଗ୍ରହଣ କରିଥିଲେ । ଶେଷ ଦିନରେ ବିଏଲଓ ସୁପରଭାଇଜର ଧରମ ନାଏକ,ନନ୍ଦିଘୋଷ ଭୁଏ,କେଶବ ଛନ୍ଦ,ତ୍ରିଲୋଚନ ସେଠ୍ ତାଲିମ ଗ୍ରହଣ କରିଥିଲେ । ତାଲିମ ରେ ସାମ୍ବିଧାନିକ ବ୍ୟବସ୍ଥା, ବିଏଲଓ ମାନଙ୍କ ଦାୟିତ୍ଵ,ବିଭିନ୍ନ ଫର୍ମ ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇଥିଲା । ଶେଷରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦ୍ବାରା ସମସ୍ତଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇ ଥିଲା । ଏଥିରେ ବ୍ଲକ ର ନିର୍ବାଚନ ବିଭାଗରେ କାର୍ଯ୍ୟରତ କର୍ମଚାରୀ ଗଣ ସହଯୋଗ କରିଥିଲେ ।