ଭଞ୍ଜନଗର ଅଞ୍ଚଳରେ ଅଜଣା ମୃତ ଦେହ ଉଦ୍ଧାର …
ଭଞ୍ଜନଗର ୧୦/୦୭-:କନ୍ଧମାଳ ଜିଲ୍ଲାର ସୀମାନ୍ତ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧିନ ବାଇବାଲି ମୁନିଆକଣ ଜଙ୍ଗଲରେ ପୋତା ହୋଇଥିବା ଏକ ଅଜଣା ମୃତ ଦେହ କୁ ପୋଲିସ ଜବତ କରିଛି। ମୃତକଙ୍କ ପରିଚୟ ମିଳି ନଥିଲା ବେଳେ ମୃତ ଦେହ ଟି ଜଣେ ପୁରୁଷ ଲୋକଙ୍କ ହୋଇଥିବା ଜଣାପଡିଛି। ତେବେ କିଭଳି ଓ କେଉଁ ପରିସ୍ଥିତି ରେ ମୃତ ଦେହ ଟି ଜଙ୍ଗଲ ର ମାଟି ତଳେ ପୋତା ଗଲା ଜଣା ପଡ଼ିନାହିଁ। ମାଜିଷ୍ଟ୍ରେଟ ଅବିନାଶ କୁମାର ମାହାରଙ୍କ ଉପସ୍ଥିତିରେ ମାଟି ଖୋଳି ମୃତ ଦେହ ଉଦ୍ଧାର କରାଯାଇଛି। ପରେ ମୃତ ଦେହ ର ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲ ପଠାଯାଇଛି। ଏନେଇ ୨୧/୨୫ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି। ସାଇଣ୍ଟିଫିକ ଟିମ ସହାୟତା ରେ ଏସଡିପିଓ ଡ. ଦିପକ କୁମାର ମିଶ୍ର,ଥାନା ଅଧିକାରୀ ଜିବନାନନ୍ଦ ଜେନାଙ୍କ ସମେତ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନଭିନ୍ କରିଛନ୍ତି।ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଏହି ଘଟଣାର ପ୍ରକୃତ କାରଣ ଜଣା ପଡିବ ବୋଲି ଏସଡିପିଓ ଡ. ଦିପକ କୁମାର ମିଶ୍ର କହିଛନ୍ତି।ମୃତ ଦେହ ଉଦ୍ଧାର ସମୟରେ ଏସଡିପିଓ ଡ. ମିଶ୍ର,ଥାନା ଅଧିକାରୀ ଜିବନାନନ୍ଦ ଜେନା, ଏସଆଇ ସମିର କୁମାର ସେଠି, ଲିପିନା ବିଶ୍ବାଳ, ଏଏସଆଇ ରୁଦ୍ର ପ୍ରତାପ କହଁର, ହାବିଲଦାର ଦିଲିପ କୁମାର ରାଉତ ଉପସ୍ଥିତ ଥିଲେ।
ଭଞ୍ଜନଗର ରୁ ସୁକାନ୍ତ କୁମାର ନାୟକ ଙ୍କ ରିପୋର୍ଟ
