ଆଦିବାସୀଙ୍କ ଜଙ୍ଗଲ ଜମିପଟ୍ଟା ସର୍ଭେ ପାଇଁ ଦାବି
ବୁଗୁଡ଼ା : ତା ୨୧/୦୪/୨୩ : ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ବୁଗୁଡ଼ା ବ୍ଲକର ଭଗବାନପୁର ପଞ୍ଚାୟତର କାନସାରଳା , ତାକରଡା ପଞ୍ଚାୟତର ସୁଳିଆପଲ୍ଲୀ , କରଚୁଲି ପଞ୍ଚାୟତର ସିଙ୍ଗିପୁର , ଢେପସାହି , କିରିଆମ୍ବା ଓ ବଡଷଣ୍ଡା ଆଦି ଗ୍ରାମର ଆଦିବାସୀମାନେ ଜଙ୍ଗଲ ଜମିର ପଟ୍ଟା ପାଇବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାବି ପତ୍ର ଦାଖଲ କରାଯାଇଥିଲା । ଜିଲ୍ଲାପାଳଙ୍କ ଚିଠି ନଂ ୩୬୩୪/୩୦.୧୨.୨୦୧୭ ଓ ଚିଠି ନଂ ୩୪୨୦/୦୫.୧୨.୨୦୧୮ ଏବଂ ବୁଗୁଡ଼ା ପଞ୍ଚାୟତ ସମିତି ଚିଠି ନଂ ୧୪୮୪/୦୬.୦୭.୨୦୧୯ ଓ ଚିଠି ନଂ ୧୬୧୬/୨୫.୦୭.୨୦୧୯ ଅନୁଯାୟୀ ରାଜସ୍ବ ଓ ବନ ବିଭାଗର ମିଳିତ ତଦନ୍ତ ପାଇଁ ବୁଗୁଡ଼ା ତହସିଲ କାର୍ଯ୍ଯାଳୟକୁ ପତ୍ର ମାଧ୍ୟମରେ ଅବଗତ କରାଯାଇଥିଲେ ହେଁ କୌଣସି ପଦକ୍ଷେପ ନିଆଯାଇନାହିଁ ବୋଲି ଅଭିଯୋଗ କରି ଆଜି ଓଡିଶା କୃଷକ ସଭା ପ୍ରତିନିଧି ମଣ୍ଡଳୀ ଗହଣରେ ଉକ୍ତ ୬ଟି ଗ୍ରାମର ଆଦିବାସୀ ପୁରୁଷ ଓ ମହିଳାମାନେ ତହସିଲଦାର ସଂଗ୍ରାମ କେଶରୀ ଜେନାଙ୍କୁ ଭେଟି ଯଥାଶୀଘ୍ର ମିଳିତ ସର୍ଭେ କରିବାକୁ ଦାବି କରିଛନ୍ତି ।
ବୁଗୁଡା ରିପୋର୍ଟ ହର ପ୍ରସାଦ ପାଢି