ସର୍ପଆଘାତ ରେ +୨ ଛାତ୍ରୀଙ୍କ ମୃତ୍ୟୁ ..

hand
Share

 

 

କୁଜଙ୍ଗ, ( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )

 

ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ଅନ୍ତର୍ଗତ ଅଗପାଳ ପଞ୍ଚାୟତ ତଥା, ସେହି ଗ୍ରାମର ନୃସିଂହ ସାହୁ ଓ ଆରତୀ ସାହୁଙ୍କ ଏକମାତ୍ର ୧୭ ବର୍ଷ ବୟସ ର କନ୍ୟା ଶ୍ରୁତି ସାହୁଙ୍କର ସର୍ପ ଆଘାତରେ ଦେହାନ୍ତ ହୋଇ ଯାଇଛି l କୌଣସି କାରଣରୁ ଘର ପଛ ଆଡେ ଯାଇଥିବା ସମୟରେ ଏକ ଗୋଖର ସର୍ପ ପଛପଟୁ ଗୋଡ଼କୁ ଆଘାତ କରିଥିଲା l ଘରଲୋକେ ସୃତି କୁ ମଣିଜଙ୍ଗା ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ତୁରନ୍ତ ନେଇଯାଇଥିଲେ l ମଣିଜଙ୍ଗା ରେ ଚିକିତ୍ସା ର କୌଣସି ସୁବିଧା ନଥିବାରୁ ସେଠାକାର ଡ।କ୍ଟର ଜଗତସିଂହପୁର ମେଡିକାଲ କୁ ସ୍ଥାନାନ୍ତର କରିଦେଇଥିଲେ l ମାତ୍ର ପହଂଚିବା ୨ଘଣ୍ଟା ମଧ୍ୟରେ ସୃତିର ଦେହାନ୍ତ ହୋଇ ଯାଇଥିଲା l ଖବରରୁ ପ୍ରକାଶ ଯେ ସୃତି ସାହୁ +୨ ରେ ଅଧ୍ୟୟନ କରୁଥିଲେ l ତାର ମୃତ୍ୟୁ ରେ କଲେଜ ର ସାଙ୍ଗସାଥି ଓ ଅଧ୍ୟାପକ ଅଧ୍ୟାପିକା ଙ୍କ ମହଲରେ ଶୋକର ଛାୟା ଖେଳି ଯାଇଛି l ସୃତି ର ମୃତ୍ୟୁରେ ଗ୍ରାମବାସୀଙ୍କ ମଧ୍ୟରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିବାର ଦେଖିବାକୁ ମିଳିଛି ।

You may have missed