June 22, 2026

ସାଗରଗୁଆଁରେ ପବିତ୍ର ବାହୁଡ଼ା ରଥଯାତ୍ରା ଅନୁଷ୍ଠିତ ..

IMG-20250705-WA0023
Share

 

 

ବୋଲଗଡ଼,୦୫/୦୭(ଉପାନ୍ତ ଖବର):ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାଗରଗୁଆଁ ଗ୍ରାମ ରେ ବାହୁଡ଼ା ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି ଏହି ଅବସରରେ ୧୮୧୭ ମସିହା ଭାରତ ର ପ୍ରଥମ ସଂଗ୍ରାମର ସହିଦ କାଳିଆ ଭୁଇଁମୁଳ ସ୍ମୃତି ପରିଷଦ ବାଙ୍କୋଇ ସତ୍ ସେବାସଂଘ ସାଗରଗୁଆଁ ମିଳିତ ଆନୁକୂଲ୍ୟରେ ସାଗରଗୁଆଁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ଥିବା ମାଉସୀ ମା’ ମନ୍ଦିରରୁ ଶ୍ରୀଜୀଉଙ୍କ ବିଗ୍ରହମାନଙ୍କୁ ପଣ୍ଡିତ ମାନଙ୍କ ଦ୍ୱାରା ନିତୀ କାନ୍ତି ଅନୁସାରେ ପହଣ୍ଡି ବିଜେ କରାଯାଇଥିଲା। ଏଥିରେ ତଥା ଶହିଦ ଙ୍କର ଦାୟଦ ସ୍ତୁତିପରିଷଦର କାର୍ଯ୍ୟ କାରି ସଭାପତି କୃଷ୍ଣ ଚନ୍ଦ୍ର ପଟ୍ଟନାୟକ ରଥରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଅବସ୍ଥାନ କଲାପରେ ଛେରାପହଁରା କାର୍ଯ୍ୟ କ୍ରମ ସମାପନ କରିଥିଲେ। ଏହି ବାହୁଡ଼ା ଯାତ୍ରାରେ ବହୁ ଶ୍ରଦ୍ଧାଳୁ ଭକ୍ତ ମାନେ ଆସି ଯୋଗଦେଇ ଥିଲେ। ଏହି ଅବସରରେ ଭକ୍ତିପୂତ ଭାବରେ ହରିବୋଲ, ହୁଳହୁଳି ଘଣ୍ଟବାଦନ, ନାମ ସଂକୀର୍ତ୍ତନ ସହ ସଫଳ ପୁର୍ବକ ରଥଟଣା କାର୍ଯ୍ୟ କରାଯାଇଥିଲା।ତତ୍ ସହିତ ବହୁ ଶ୍ରଦ୍ଧାଳୁ ଭକ୍ତ ମାନଙ୍କର ସମାଗମ ହୋଇଥିଲା। ସେହିପରି ବୋଲଗଡ଼,ବେଣାଗାଡିଆ,ଜରିପଡା,ଖଉରୁଣୀ,ଚମ୍ପାଇଲୋ,ରାଜସୁନାଖଳା,ସାନପଦରରେ ମଧ୍ୟ ନିତୀ କାନ୍ତି ଅନୁସାରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି।

 

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ)