ବନହର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକକଂ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା
ଅତାବିରା ବ୍ଲକ ସିଂହପାଲି କ୍ଲଷ୍ଟର୍ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ବନହରର ପ୍ରଧାନଶିକ୍ଷକ ଶ୍ରୀ ସୁନୀଲ କୁମାର ସାହୁଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଶ୍ରୀ ବସନ୍ତ ଗଡତିଆଙ୍କ ସଭାପତିତ୍ବରେ ଆଜି ତା-୩୦/୦୬/୨୦୨୫ ସୋମବାର ଅନୁଷ୍ଠିତ ହୋଇଯାଇଅଛି | ସଭାରେ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀ ଦିଲିପ୍ କୁମାର ଗଡତିଆ | ସିଂହପାଲି କ୍ଲଷ୍ଟର୍ CRCC ଶ୍ରୀ କୃତାର୍ଥ ଚନ୍ଦ୍ର ଭୁଏ ମଞ୍ଚ ପରିଚାଳନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଭାରା ପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ସୁଶ୍ରୀ ଶକୁନ୍ତଳା ମିଶ୍ର |ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଅଧିକାରୀ ଶ୍ରୀ କାର୍ତ୍ତିକ ବାଗ ଓ ସମ୍ମାନୀତ ଅତିଥି ଭାବରେ ଅବସରପ୍ରାପ୍ତ ଶ୍ରୀ ଦୂର୍ଯୋଧନ ମାଝୀ ଓ କୌଶିକ ସାହୁ ଯୋଗଦାନ କରିଥିଲେ |କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଶିକ୍ଷକ ଛବିଳ ପ୍ରଧାନ ଓ ଶିକ୍ଷୟିତ୍ରୀ ତୃଷ୍ଣାମୟୀ ମାଝୀ |ପରିଶେଷରେ ବିଦାୟୀ ଶିକ୍ଷକ ଶ୍ରୀ ସାହୁଙ୍କୁ ଗ୍ରାମ୍ୟ ପରିକ୍ରମା କରାଯାଇ ତାଙ୍କ ବାସଭବନ ପର୍ଯ୍ୟନ୍ତ ଛାଡ଼ିବାକୁ ଗ୍ରାମର ଯୁବକଯୁବତୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ ଯାଇଥିଲେ |
