April 29, 2026
ajiro khabar
Share

 

ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ବର୍ଷା ପ୍ରଭାବ ରହିବ। ଉତ୍ତର-ପଶ୍ଚିମ ଓଡ଼ିଶାର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ

 

ଜୁନ୍ ଶେଷ ଶୁଦ୍ଧା ୨୦ ଲକ୍ଷରୁ ଉର୍ଦ୍ଧ୍ବ ହିତାଧିକାରୀ ଇ- କେଓ୍ବାଇସି କରି ନାହାନ୍ତି। ଇ କେଓ୍ବାଇସି କରି ନ ଥିଲେ ଚାଉଳ ବନ୍ଦ।

 

ଯୁକ୍ତ ଦୁଇ ନାମଲେଖା ଅନଲାଇନ୍ ଆବେଦନ ସରିଲା। ଆସନ୍ତା ୭ ତାରିଖରେ ପ୍ରଥମ ମେଧା ତାଲିକା ବାହାରିବ।

 

ଆଜିଠାରୁ ଏଲଏଲବି ନାମଲେଖା ଆବେଦନ ଆରମ୍ଭ। ୧୫ ତାରିଖ ଯାଏଁ ଚାଲିବ। ୨୧ ତାରିଖରେ ପ୍ରଥମ ମେଧା ତାଲିକା ପ୍ରକାଶ ହେବ।

 

ରାଜ୍ୟରେ ‘ଶିଶୁ ସେବିକା’ ନିଯୁକ୍ତି କରିବେ ସ୍କୁଲ ପରିଚାଳନା କମିଟି। ମାସିକ ପାରିଶ୍ରମିକ ୩୦୦୦ ଟଙ୍କା

 

ପୁରୀରେ ଆଡ଼ପ ମଣ୍ଡପରେ ଶ୍ରୀଜୀଉଙ୍କୁ ଲାଗି ହେଲା ମହାପ୍ରସାଦ, କୃତାର୍ଥ ହେଲେ ଭକ୍ତ।

 

ବିଏମସି ଭୁବନେଶ୍ୱର ଅଫିସରେ ଅଭିଯୋଗ ଶୁଣାଣି ବେଳେ ଅତିରିକ୍ତ କମିଶନରଙ୍କୁ ଘୋଷାଡ଼ି, ରାସ୍ତାରେ ପକାଇ ଗୋଇଠା ମାଡ଼। ବିଜେପି କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ।

 

ବିଏମସି ଅତିରିକ୍ତ କମିଶନରଙ୍କୁ ବିଜେପି କର୍ପୋରେଟରଙ୍କ ଆକ୍ରମଣ ବିରୋଧରେ ସମୂହ ଛୁଟିରେ ଯିବେ ସବୁ ଓଏଏସ ଅଧିକାରୀ।

 

ବାୟୋମେଟ୍ରିକ ବ୍ୟବହାର କରୁନାହାନ୍ତି ପ୍ରିନ୍ସପାଲ ଓ କର୍ମଚାରୀ। ଉଚ୍ଚ ଶିକ୍ଷା ବିଭାଗ ପଦକ୍ଷେପ ନେବ

 

ବାଲେଶ୍ବର ଜିଲ୍ଲାର ଉତ୍ତର ଭାଗରେ ବନ୍ୟା ପରିସ୍ଥିତି। ସୁବର୍ଣ୍ଣରେଖାରେ ବନ୍ୟା ପ୍ରକୋପ, ୪୬ଟି ପଞ୍ଚାୟତ ପ୍ରଭାବିତ, ବାହ୍ୟଜଗତରୁ ବହୁ ଗାଁ ବିଚ୍ଛିନ୍ନ

 

ମୃତ୍ତିକା ସଂରକ୍ଷଣ ଏବଂ ଜଳଛାୟା ବିକାଶ ବିଭାଗର ଯୁଗ୍ମ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ।

 

ନୂଆପଦରେ ଯୌତୁକ ନିର୍ଯାତନା ଯୋଗୁ ଜୀବନ ହାରିଥିଲେ ମହିଳା। ଅଭିଯୁକ୍ତ ସ୍ବାମୀ ଓ ନଣନ୍ଦଙ୍କୁ ୧୦ବର୍ଷ ଜେଲ୍‌ ଦଣ୍ତ

 

ବ୍ରହ୍ମପୁର ବଡ଼ବଜାରରେ ଅପମିଶ୍ରଣ ଚାଲିଥିବା ଅଭିଯୋଗରେ ସସ୍‌ କମ୍ପାନୀରେ ଚଢ଼ାଉ, ଗିରଫ ଓ ସାମଗ୍ରୀ ଜବତ।

 

କନ୍ଧମାଳ-କଳାହାଣ୍ଡି ସୀମାନ୍ତ ଜଙ୍ଗଲରେ ପୁଲିସ ମାଓବାଦୀ ମୁହାଁମୁହିଁ, ୨ ମାଓବାଦୀଙ୍କ ମୁଣ୍ଡ ଗଡ଼ିଲା

 

ଭଞ୍ଜନଗର କନ୍ଧମାଳ ସୀମାନ୍ତ ଗସମା ଜଙ୍ଗଲରୁ ଯୁବତୀର ଗଳିତ ନରକଙ୍କାଳ ଉଦ୍ଧାର ହୋଇଛି।

 

କେନ୍ଦ୍ର ସରକାର ଆଜିଠାରୁ ବଢ଼ାଇଲେ ରେଳ ଭଡ଼ା। ୫୦୧ରୁ ୧୫୦୦ କିମି ଯାତ୍ରା ପାଇଁ ୫ ଟଙ୍କା ବଢ଼ିଲା।

 

ଆଇପିଏସ ଅଫିସର ମାନେ କେନ୍ଦ୍ରୀୟ ଡେପୁଟେସନରେ ଯିବାକୁ ରାଜି ହେଉ ନାହାନ୍ତି, ଖାଲିପଡିଛି ୨୧୨ ପଦବୀ।

 

ଅଶାନ୍ତ ମଣିପୁରରେ କାର ଅଟକାଇ ୪ ଜଣଙ୍କୁ ଗୁଳି କରି ହତ୍ୟା କଲେ ଉଗ୍ରବାଦୀ।

 

ତେଲେଙ୍ଗାନା ପାଶାମିଲାରାମରେ ଫାର୍ମା କମ୍ପାନିରେ ବିସ୍ଫୋରଣ, ୧୨ ମୃତ, ୩୪ ଆହତ

 

ଚାରିଧାମ ଯାତ୍ରା ଉପରୁ ହଟିଲା ୨୪ ଘଣ୍ଟିଆ କଟକଣା। ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା ପରେ ଲାଗିଥିଲା ପ୍ରତିବନ୍ଧକ

 

ତେଲେଙ୍ଗାନା ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି, ବିବାହ ପ୍ରତିଶ୍ରୁତି ଭାଙ୍ଗିବା ଅପରାଧ ନୁହେଁ।

 

୨୭ ଜୁଲାଇରେ ଗଡ଼ିବ ସ୍ବତନ୍ତ୍ର ଭାରତଗୌରବ ଟ୍ରେନ୍‌। ସୁନ୍ଦରଗଡ଼ ଓ ଝାରସୁଗୁଡା ଜିଲ୍ଲା ଦେଇ ଯାତ୍ରା କରିବ

 

ୟୁଏସ୍ ଓପନ୍ ସୁପର ୩୦୦ ବ୍ୟାଡ୍‌ମିଣ୍ଟନ୍ ପ୍ରତିଯୋଗିତାରେ ଭାରତୀୟ ତନ୍ବୀ ଶର୍ମା ଓ ଆୟୁଷ ସେଟ୍ଟୀ ଫାଇନାଲ୍‌ରେ

 

ବାଙ୍ଗଲାଦେଶରେ ଜାରି ରହିଛି ହିନ୍ଦୁ ବିରୋଧୀ ହିଂସା। ମୁରାଦନଗରରେ ୨୧ ବର୍ଷୀୟା ଯୁବତୀଙ୍କୁ ନିର୍ଯ୍ୟାତନା ଓ ଭିଡ଼ିଓ ଭାଇରାଲ

 

ଆଜି ଜାତୀୟ ଡାକ୍ତର ଦିବସ

ଜାତୀୟ ଚାର୍ଟଡ଼ ଆକାଉଣ୍ଟାଣ୍ଟ ଦିବସ

 

ଆଜି ଜନ୍ମଦିନ: ଡକ୍ଟର ବିଧାନ ରାୟ, ଭେଙ୍କିଆ ନାଇଡୁ, ପରମବୀର ଚକ୍ର ଅବଦୁଲ ହମିଦ, ହରିପ୍ରସାଦ ଚୌରାସିଆ, ସୁଦେଶ ଭୋସଲେ, ଶରଦ ଯାଦବ, ଅଖିଲେଶ ଯାଦବ, ଅଲେଖ ପାତ୍ର (ସ୍ୱାଧୀନତା ସଂଗ୍ରାମୀ, ନୟାହାଟ, ପୁରୀ)

 

ଆଜି ତିରୋଧାନ: ଡକ୍ଟର ବିଧାନ ରାୟ

 

ଇତିହାସରେ ଆଜି ଦିନ: (୧୮୬୨) କଲିକତାରେ ହାଇକୋର୍ଟ ଖୋଲିଲା/ (୧୮୭୯) ଭାରତରେ ପୋଷ୍ଟକାର୍ଡ ବିକ୍ରି ଆରମ୍ଭ ହେଲା/ (୨୦୧୭) ଜିଏସଟି ମରଣଯନ୍ତା ଭାରତରେ ଆରମ୍ଭ ହେଲା/ (୧୯୯୭) ଚୀନରେ ହଂକଂ ମିଶିଲା

=======================

🌱 *ଗଛଟିଏ ଲଗାନ୍ତୁ*🌱

 

*ବନ୍ଦେ ଉତ୍କଳ ଜନନୀ*