April 30, 2026

ଉମରକୋଟ ପେଣ୍ଡ୍ରାଣୀ ମହା ବିଦ୍ୟାଳୟ ର ପ୍ରଧ୍ୟାପକ ରବି ମିଶ୍ରଙ୍କ ଚାକିରି ରୁ ଅବସର ଗ୍ରହଣ…….

IMG-20250701-WA0014
Share

 

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ଉମରକୋଟ ପେଣ୍ଡ୍ରାଣୀ ମହା ବିଦ୍ୟାଳୟର ଅର୍ଥନୀତି ବିଭାଗର ବରିଷ୍ଠ ପ୍ରଧ୍ୟାପକ ଡକ୍ଟର ରବୀନ୍ଦ୍ର ମିଶ୍ର ଆଜି ଚାକିରିରୁ ଅବସର ଗ୍ରହଣ କରିଛନ୍ତି। ନବରଙ୍ଗପୁର ନିବାସୀ ସ୍ୱର୍ଗତ ନବୀନ ଚନ୍ଦ୍ର ମିଶ୍ର ଓ ସତ୍ୟଭାମ। ମିଶ୍ରଙ୍କ ପୁଅ ଡକ୍ଟର ରବୀନ୍ଦ୍ର ମିଶ୍ର ଏହି ମହାବିଦ୍ୟାଳୟରେ ୧୯୯୦ ମସିହା ଅଗଷ୍ଟ ୧୪ ତାରିଖରେ ଯୋଗଦାନ କରି ଦୀର୍ଘ ୩୫ ବର୍ଷ ଧରି ଅଧ୍ୟାପନା କରିଥିଲେ। ଏହି ଅବସରରେ ଆଜି କଲେଜରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହେଇଥିଲା ଯେଉଁ ଥିରେ କି ଅଧକ୍ଷ ଡକ୍ଟର ଅନିଲ କୁମାର ମିଶ୍ର ସଭାପତିତ୍ବ କରିଥିଲେ। ଏଥିରେ ଇଂରାଜୀ ବିଭାଗର ବରିଷ୍ଠ ପ୍ରଧ୍ୟାପକ ଦିବାକର ପଟ୍ଟନାୟକ,ର।ମ ଶଙ୍କର ପଟନାୟକ, ଜି. ଧର୍ମେନ୍ଦ୍ର, ଡକ୍ଟର ପ୍ରଦୋଷ କୁମାର ପଟ୍ଟନାୟକ,ଡକ୍ଟର ଚିନ୍ମୟ ରାଉତ, ସମିର ମହାନ୍ତି, ଅଶୋକ କୁଜୁର୍,ସୁରଭି ଦାସ, ରିତୁ ଦୋର।, ଡକ୍ଟର ପ୍ରିୟଙ୍କାଙ୍କ ସମେତ ସମସ୍ତ ଅଧ୍ୟାପକ ଓ କର୍ମଚାରୀ ଉପସ୍ଥିତ ଥିଲେ। ସମସ୍ତ ଅଧ୍ୟାପକ ମାନେ ଡକ୍ଟର ରବି ମିଶ୍ରଙ୍କ ଦୃଢ ବ୍ୟକ୍ତିତ୍ଵ, ନିଷ୍ଠାପର ଶିକ୍ଷାଦାନ, କେମ୍ପସ କୁ ସଜାଡିବା ଓ ସବୁଜ ଜିମାରେ ପରିଣତ କରିବା ଓ ବିଭିନ୍ନ ଗଠନ ମୂଳକ କାର୍ଯ୍ୟରେ ଥିବ। ଭୂମିକା ଓ ମହାବିଦ୍ୟାଳୟର ବିକାଶ ରେ ଥିବା ଭୂମିକ।, ତାଙ୍କର ଛାତ୍ର ଛାତ୍ରୀଙ୍କ ପ୍ରତିଥିବା ମମତା, ସବୁ କର୍ମଚାରୀଙ୍କ ପ୍ରତି ଥିବା ଉତ୍ତମ ସମ୍ପର୍କ ଓ ବ୍ୟବହାର ଉପରେ ନିଜ ନିଜ ଭାଷଣରେ ମତବ୍ୟକ୍ତ କରିଥିଲେ। ଗତ କାଲି ଡକ୍ଟର ମିଶ୍ରଙ୍କୁ ଅର୍ଥନୀତି ବିଭାଗ ପକ୍ଷରୁ ବିଦାୟ କାଳୀନ ସମ୍ବର୍ଧନା ଜ୍ଞାପନ କରାଯାଇଥିଲା। ବିଭାଗର ମୁଖ୍ୟ ଅଧ୍ୟାପକ ଅଶୋକ କୁଜୁର ଓ ଛାତ୍ରଛାତ୍ରୀ ମାନେ ଡକ୍ଟର ମିଶ୍ରଙ୍କ ବିଭାଗର ବିକାଶ ପ୍ରତି ଥିବା ଅବଦାନ ଉପରେ ଆଲୋକପାତ କରି ଥିଲେ। ସେହି ପରି ଆଜୀ ଇଂରାଜୀ ବିଭାଗ ପକ୍ଷରୁ ମଧ୍ୟ ଡକ୍ଟର ମିଶ୍ରଙ୍କୁ ଅବସର କାଳୀନ ସମ୍ବର୍ଧନା ଜ୍ଞାପନ କରାଯାଇଥିଲା।