April 27, 2026

ପ୍ରସ୍ତାବିତ ଗୋଳା ବାରୁଦ କାରଖାନା ବନ୍ଦ କରିବା,ଭୁମହୀନଙ୍କୁ ସିଲିଂ ଓ ସରକାରୀ ଜମିର ପଟ୍ଟା ଦେବା ଦାବିରେ ଗଣ ବିକ୍ଷୋଭ। 

IMG-20250701-WA0019
Share

 

ଆଜି ୩୦. ୦୬. ୨୫ ରିଖ ଜଗନ୍ନାଥ ପ୍ରସାଦ ତହସିଲ ସମ୍ମୁଖରେ ଅଲ ଇଣ୍ଡିଆ କ୍ଷେତ ମଜଦୂର କିଷାନ ସଭା ଓ ଅନୁସୂଚିତ ଜାତି ଓ ଜନଜାତି ଅଧିକାର ମଞ୍ଚ ଓଡିଶା ପକ୍ଷରୁ ଗଣ ବିକ୍ଷୋଭ ଅନୁଷ୍ଠିତ ହେଇଯାଇଛି। କୁଡୁତାଇ, ଗେରେଡା,ଝାଡଭୂଇଁ, ପ୍ରତାପୁର, ସମରବନ୍ଧ, ଗଣ୍ଡାଧର ଆଦି ପଂଚାୟତର ଶହ ଶହ ଜନସାଧାରଣ ଏହି ଗଣ ବିକ୍ଷୋଭ ରେ ସାମିଲ ହୋଇ କୁଡୁତାଇ ନେତେରେଇ ପାହାଡ଼ ତଳେ ହେଵାକୁ ଥିବା ପ୍ରସ୍ତାବିତ ଗୋଳା ବାରୁଦ କାରଖାନା ନିର୍ମାଣକୁ ବନ୍ଦ କରିବା ପାଇଁ ଅଭିଯୋଗ କରିଥିଲେ। ସେହିପରି ୧୯୭୭ ମାସିହାରୁ ଭୂମିହୀନଙ୍କୁ ସିଲିଂ ଜମି ପ୍ରଦାନ କରାଯାଇଛି ସେହି ସିଲିଂ ଜମିର ପଟ୍ଟା ଦେବା, ଦୀର୍ଘ ବର୍ଷ ଧରି ସରକାରୀ ଜମିରେ ଚାଷ କରି ଆସୁଥିବା ଭୂମିହୀନ ପରିବାରକୁ ଜମି ପଟ୍ଟା ଦେବା, ଘରବାରି ପଟ୍ଟା ପ୍ରଦାନ ଦାବିରେ ଜଗନ୍ନାଥ ପ୍ରସାଦ ବ୍ଲକ ଛକ ଠାରୁ ଶୋଭାଯାତ୍ରା ବାହାରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଏକ ସଭା ଅନୁଷ୍ଠିତ ହୋଇ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି ଗଣ ବିକ୍ଷୋଭରେ ଅଲ ଇଣ୍ଡିଆ କ୍ଷେତ ମଜଦୂର କିଷାନ ସଭାର ଜିଲ୍ଲା ଆବାହକ ନିରାକାର ନାୟକ, ରଞ୍ଜନ ଶବର,ସଞ୍ଜୟ ନାୟକ,ନିରଞ୍ଜନ ପ୍ରଧାନ,ଶିବରାମ ନାୟକ,ଭାଗିରଥି ନାୟକ,ଗନ୍ଧର୍ବ ନାଇକ, ଦାସରଥୀ ନାଇକ,ଆନନ୍ଦ ନାଇକ ପ୍ରମୁଖ ନେତୃତ୍ୱ ନେଇଥିଲେ।

ସୁକାନ୍ତ କୁମାର ନାୟକ

Bhanjanagar