ପାଟପୁର ବିଶ୍ୱାସରାୟ ବିଜ୍ଞାନ ମହାବିଦ୍ୟାଳୟର ଖେଳ ଶିକ୍ଷକ ଙ୍କୁ ଅବସର ସମ୍ବର୍ଦ୍ଧନା :

ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପାଟପୁର ସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ ମହାବିଦ୍ୟାଳୟ ର ଖେଳ ଶିକ୍ଷକ ଶ୍ରୀ ଲକ୍ଷ୍ମଣ କୁମାର ସାହୁ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।ଅଧ୍ୟକ୍ଷ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମହାରଣା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭା ରେ ସମ୍ପାଦନା କରିଥିଲେ ଅଧ୍ୟାପକ ଡ. କୈଳାଶ ଚନ୍ଦ୍ର ସ୍ୱାଇଁ । ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂକର୍ମଚାରୀ ମାନେ ଯୋଗ ଦେଇ ଲକ୍ଷ୍ମଣ କୁମାର ସାହୁ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।ଅଧ୍ୟକ୍ଷ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମହାରଣା ସମେତ ଅନ୍ୟ ଅଧ୍ୟାପକ ଏବଂ ଅଧ୍ୟାପିକା ମାନେ ସେମାନଙ୍କର ଅଭିଭାଷଣ ରେ ଲକ୍ଷ୍ମଣ ଙ୍କ ନିଷ୍ଠାବାନ୍ ସେବା ର ପ୍ରଶଂସା କରି , ତାଙ୍କର ସୁସ୍ଥ ଏବଂ ସୁଖମୟ ଜୀବନ ସହ ଦୀର୍ଘାୟୁ କାମନା କରି ଥିଲେ। ଏହି ଅବସର ରେ ଅର୍ଥନୀତି ବିଭାଗ ର ଅଧ୍ୟାପିକା ସୁଶ୍ରୀ ପିଙ୍କୀ ଓରାମ ଙ୍କୁ ମଧ୍ୟ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଛି ଯିଏ ପାଟପୁର କଲେଜ ରୁ ରାଉରକେଲା ସ୍ଥିତ ମୁନିଶିପାଲ୍ କଲେଜ କୁ ବଦଳି ହୋଇଛନ୍ତି।କର୍ମଚାରୀ ପରିଷଦ ସମ୍ପାଦକ ଡ. ସ୍ୱାଇଁ ଙ୍କ ସୁପରିଚାଳନା ରେ ଏହି କାର୍ଯ୍ୟକ୍ରମ ଟି ଆୟୋଜିତ ହେଇଥିଲା । ଶ୍ରୀ ଗୌରୀ ଶଙ୍କର ମହାପାତ୍ର ସଙ୍ଗୀତ ପରିବେଷଣ କରିଥିଲେ । ଅଧ୍ୟାପକ ତ୍ରିଲୋଚନ ଦାସ ଶେଷ ରେ ଧନ୍ୟବାଦ ଅର୍ପଣ କରିଥିଲେ।ସାନଖେମୁଣ୍ଡି ରୁ ବିଜୟ କୁମାର ପ୍ରଧାନ ଙ୍କ ରିପୋର୍ଟ ନିଉସ ଉପାନ୍ତ ଖବର
