April 29, 2026

ଉମରକୋଟ ନିକଟସ୍ଥ ବୁର୍ଜା ଠାରେ ଯାତାୟତରେ ଯନ୍ତ୍ରଣା ଦେଉଛି କାଦୁଅ ରାସ୍ତା………..

IMG-20250701-WA0005
Share

 

ଉମରକୋଟ:- (ଏମ୍.ଦିନା°ଶୁ ଆଚାରୀ) ବାରମ୍ବାର ଅଭିଯୋଗ ପରେ ମଧ୍ୟ ହୋଇ ପାରୁନି ବୁର୍ଜା ୟୁ,ଭି,୫ ତାପସ ଘର ଠାରୁ ମନ୍ଦିର ରାସ୍ତା, ବର୍ଷାରେ ରାସ୍ତାର ଅବସ୍ଥା ଶୋଚନୀୟ । ପ୍ରାୟ ଏକ କିଲମିଟର ରୁ ଉର୍ଦ୍ଧ ହେବ ରାସ୍ତା ସାରା ଛୋଟ ବଡ ଖାଲ। ସେଥିରେ ଜମା ହୋଇ ରହୁଛି ବର୍ଷା ପାଣି। କାଦୁଅ ମାଟି ରାସ୍ତା। ପାଦରେ ଚାଲୁ ଚାଲୁ ଗୋଡ଼ ଖସୁଛି। ଯାନବାହାନ ଓ ଆମ୍ବୁଲାନ୍ସ ଯାତାୟାତ ରେ ସମସ୍ୟା ଦେଖା ଯାଉଛି। ସାଇକେଲ ମୋଟର ସାଇକେଲ ଅଟୋ ଆଦି ରାତ୍ରୀରେ ଯାତାୟାତ କରୁଥିବା ବେଳେ ଖସି ପଡ଼ୁଥିବା ବେଳେ ଗୁରୁତର ରୋଗୀ ଗର୍ଭବତୀ ମହିଳା,ସ୍କୁଲ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଯିବାରେ ଅସୁବିଧା ହେଉଥିବା ଗ୍ରାମବାସୀ କହୁଛନ୍ତି। ବର୍ଷା ଋତୁ ଜାରି ରହିଥିବା ଗାଁ ଲୋକେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ବେଳେ ରାସ୍ତାର ଦୁର୍ଗତି ଲାଗି ଲୋକଙ୍କ ଗମନାଗମନରେ ସମସ୍ୟା ହେଉଛି। ଏପରି ଚିତ୍ର ଦେଖିବାକୁ ମିଳୁଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବୁର୍ଜା ପଞ୍ଚାୟତ ର ବୁର୍ଜା ୟୁ,ଭି,୫ ଗ୍ରାମରେ। ତାପସ ଘର ଠାରୁ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ପ୍ରାୟ ଏକ କିଲମିଟ ରାସ୍ତା ର ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି। ଯାତାୟତରେ ଯମଯନ୍ତ୍ରଣା ଭୋଗୁଥିବା କହିଛନ୍ତି ଗ୍ରାମବାସୀ। ଏହି ରାସ୍ତା ଦେଇ ଉମରକୋଟ କିମ୍ବା ରାଇଘର ଯିବା ପାଇଁ ବସଷ୍ଟାଣ୍ଡ ରେ ବସ ଜଗିବାକୁ ପଡେ। ତେଣୁ ତୁରନ୍ତ ରାସ୍ତା ମରାମତି କରି ଆଗାମୀ ଦିନରେ ଏହି ରାସ୍ତାକୁ ପକ୍କା ରାସ୍ତା ନିର୍ମାଣ କରିବାକୁ ସରକାର ଙ୍କୁ ଅନୁରୋଧ କରିଛନ୍ତି ଗ୍ରାମବାସୀ l

You may have missed