ନବରଙ୍ଗପୁର ଜିଲ୍ଲା ରାଇଘର ଠାରେ ଠେଙ୍ଗାରେ ପିଟି ସବୁ ସୁନା ଗହଣା ଲୁଟି ନେଇ ଯିବା ଘଟଣାକୁ ବିତିଯାଇଛି ୧୭ ଦିନ ପୋଲିସ ହାତ ଖାଲି……….

IMG-20250701-WA0007
Share

 

ନବରଙ୍ଗପୁର:-(ଏମ୍.ଦିନା°ଶୁ ଆଚାରୀ) ବନ୍ଧୁକ ଦେଖାଇଲେ, ଗୁଳି ଫୁଟାଇଲେ ଏବଂ ଠେଙ୍ଗାରେ ଆକ୍ରମଣ କରି ସବୁ ସୁନା ରୁପା ଲୁଟି ନେଲେ ମୁଖା ପିନ୍ଧା ଦୁର୍ବୁତ୍ତ ନବରଙ୍ଗପୁର ଜିଲ୍ଲା ରାଇଘର ସଦର ମହାକୁମା କଦଭାଟା ରେ ରହୁଥିବା ସୁନା ବ୍ୟବସାୟୀ ରାମ ଡାକୁଆ ରାଇଘର ମେଡିକାଲ ଛକ ରେ ଏକ ସୁନା ଦୋକାନ କରିଥିଲେ ଦୋକାନ ରେ ଥିବା ସୁନା, ରୁପା କୁ ଧରି ନିଜ ସ୍ତ୍ରୀ ସହ ଘରକୁ ଯାଉଥିବା କିଛି ମୁଖା ପିନ୍ଧା ଦୁର୍ବୁର୍ତ୍ତ ରାମ ଡାକୁଆ ଙ୍କୁ ବନ୍ଧୁକ ଦେଖାଇ ଗୁଳି କରିଥିଲେ ଏବଂ ଉଭୟ ସ୍ୱାମୀ ଓ ସ୍ତ୍ରୀ ଙ୍କୁ ଠେଙ୍ଗାରେ ମାଡ଼ ମାରି ସୁନା ରୁପା ଲୁଟି ନେଇଯାଇଥିଲେ ଏହି ଘଟଣାକୁ ନେଇ ରାମ ଡାକୁଆ ରାଇଘର ଥାନାରେ ଲିଖିତ ଅଭିଯୋଗ କରିବାପରେ ଆଜିକୁ ୧୭ ଦିନ ବିତିଗଲା କିନ୍ତୁ ଆଜିଯାଏ ଦୁର୍ବୁତ୍ତ ଧରା ପଡିନଥିବାରୁ ରାମ ଡାକୁଆ ଙ୍କ ସହ ସାହିବାସି ରାଇଘର ଥାନାକୁ ଯାଇ ଥାନା ଅଧିକାରୀଙ୍କୁ ମିଶି ଯଥାଶୀଘ୍ର ଦୋଷୀଙ୍କୁ ଧରି କଠୋର ଦଣ୍ଡଦେବାକୁ କହିଛନ୍ତି ।