ଘାଟି ତଳକୁ ଖସିଲା ସିମେଣ୍ଟ ବୋଝଇ ଟ୍ରକ ଡ୍ରାଇଭର
( ଘାଟି ତଳକୁ ଖସିଲା ସିମେଣ୍ଟ ବୋଝଇ ଟ୍ରକ ଡ୍ରାଇଭର ଗୁରୁତର ) ରାମଗିରି -20.04.2023
ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ଠାରୁ ମାତ୍ର ତିନି କିମି ଦୂର ବାଦପୁର ଘାଟିରେ ଆଜି ସକାଳ ସମୟରେ ଏକ ସିମେଣ୍ଟ ବୋଝେଇ ଟ୍ରକ ଦୂର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଡ୍ରାଇଭର ଗୁରୁତର l ସ୍ଥାନୀୟ ଲୋକଙ୍କ ସହାୟତାରେ ଦୁର୍ଘଟଣାରେ ଗୁରୁତର ହୋଇଥିବା ଡ୍ରାଇଭରଙ୍କୁ ଚିକିତ୍ସା ପାଇଁ ଆର୍ ଉଦୟଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୁରୁତର ଡ୍ରାଇଭର ଜଣଙ୍କ ହେଲେ ପାଲାଦାରି ନାଗରାଜୁ । ସୂଚନା ପ୍ରକାରେ ୧୮ ଚକିଆ ସିମେଣ୍ଟ୍ ବୋଝେଇ ନମ୍ବର AP39J9539 ଟ୍ରକଟି ବିଶାଖାପାଟଣାମ୍ ରୁ ବାହାରି ଆର୍ ଉଦୟଗିରି ବ୍ଲକ୍ କୁଆଁପଡା ସ୍ଥିତ ଛେଳିଗଡ ଜଳସେଚନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କରୁଥିବା ଶାରଳା ପ୍ରୋଜେକ୍ଟ କୁ ଯାଉଥିଲା । ଡ୍ରାଇଭରଙ୍କ କହିବାନୁସାରେ ବାଦପୁର ଘାଟି ଗଡୁଥିବା ବେଳେ ବ୍ରେକ୍ ଫେଲ୍ ଯୋଗୁଁ ଟ୍ରକଟି ଘାଟିର ପ୍ରାୟ ୫୦ ଫୁଟ ତଳକୁ ଖସି ଯାଇଛି । ତେବେ ଅଳ୍ପକେ ବର୍ତିଯାଇଛନ୍ତି ଆନ୍ଧ୍ରପ୍ରଦେଶ ଚିପୁରୁପାଲ୍ଲୀ ର ଡ୍ରାଇଭର ପାଲାଦାରି ନାଗରାଜୁ । ସ୍ଥାନୀୟ ଲୋକେ ଗୁରୁତର ଡ୍ରାଇଭରଙ୍କୁ ଉଧାର କରି ଆମ୍ବୁଲାନ୍ସ୍ ଯୋଗେ ରା ଉଦୟଗିରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଲେ ଡ୍ରାଇଭରର ଅବସ୍ଥା ଶଙ୍କଟାପନ୍ନ ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାରଳାଖେମୁଣ୍ଡି କୁ ସ୍ଥାନାନ୍ତରିତ କରାଯାଇଛି ।ଆର.ଉଦୟଗିରି ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ତେବେ ଦୀର୍ଘ ବର୍ଷ ଧରି ଉକ୍ତ ବାଦପୁର ଘାଟି ବୁଲାଣିରେ ଛୋଟ ବଡ଼ ଦୁର୍ଘଟଣା ଘଟି ବହୁତ ଧନ ଜୀବନ ନଷ୍ଟ ହୋଇଛି l ସେହିପରି ଗତ ତିତଲି ମହାବାତ୍ୟା ସମୟରେ ମଧ୍ୟ ସେଠାରେ ଗୋଟିଏ କମ୍ବଳ ବୋଝେଇ ଟ୍ରକ ଦୂର୍ଘଟଣା ଘଟି ତିନି ଜଣଙ୍କ ମୃତ୍ୟୁ ଘଟିଥିଲା । ଟ୍ରକଟି ଏପରି ଦୁର୍ଘଟଣା ହୋଇଥିଲା ଯେ କାଗଜ ଖଣ୍ଡ ପରି ଟ୍ରକର ସମସ୍ତ ଅଂଶ ଚାରିଆଡେ ବିଛେଇ ହୋଇ ପଡିଥିଲା l ଯାହାକୁ ନେଇ ସ୍ଥାନୀୟ ଲୋକ ଉକ୍ତ ବୁଲାଣି ରାସ୍ତାକୁ ସିଧା ରାସ୍ତା କରିବା ଲାଗି ବହୁବାର ରାସ୍ତା ରୋକ କରିଥିଲେ l ସେହି ବୁଲାଣି ରାସ୍ତାକୁ ସିଧା କରିବା ଲାଗି ଜିଲ୍ଲପାଳ ପ୍ରତିଶୃତି ମଧ୍ୟ ଦେଇଥିଲେ l ତା ପରେ ଆରମ୍ଭ ହୋଇଥିଲା ବୁଲାଣି ରାସ୍ତାକୁ ସିଧା କରିବାର ପକ୍ରିୟା l ପାହାଡ଼କୁ ଖୋଳି ରାସ୍ତା ସିନା ବାହାର କରାଗଲା କିନ୍ତୁ ଆଜି ଯାଏ ସେଠାରେ ପିଚୁ ରାସ୍ତା ହୋଇପାରିଲା ନାହିଁ l କେବଳ ଧର୍ମକୁ ଆଖିଠାର ଦେଲାଭଳି ବାଦପୁର ବୁଲାଣି ରାସ୍ତାରେ କଂକ୍ରିଟର ଏକ ୱାଲ କରିଦିଆଗଲା l ତେଣୁ ଏଠାରେ ସାଧାରଣରେ ପ୍ରଶ୍ନ ଉଠୁଛି ଆଉ କେତେ ଦୁର୍ଘଟଣା ଘଟିଲେ କିମ୍ବା ଆଉ କେତେଜଣଙ୍କ ଜୀବନ ଗଲେ ଉକ୍ତ ବୁଲାଣି ରାସ୍ତାକୁ ସିଧା ରାସ୍ତାରେ ପରିଣତ କରାଯିବ ଏବେ ତାକୁ ହିଁ ସମସ୍ତଙ୍କ ଅପେକ୍ଷା l