ଆଜିର ଖବର
*╭───────────────────╮*
*🌄ସକାଳର ଖବର, ୨୦-ଏପ୍ରିଲ-୨୦୨୩, ଗୁରୁବାର*
*╰───────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ଆଜି ଏ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ l ଭାରତୀୟ ସମୟ ଅନୁଯାୟୀ, ଏହି ସୂର୍ଯ୍ୟପରାଗ ସକାଳ ୭ଟା ୪ରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ୨୯ ପର୍ଯ୍ୟନ୍ତ ଚାଲିବ। ଏହା ଭାରତକୁ ଦୃଶ୍ୟମାନ ହେବ ନାହିଁ।
➡️୨-ଭୁବନେଶ୍ୱର ଡୁମୁଡୁମାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆଦର୍ଶ ମହିଳା ଭେଣ୍ଡିଂ ଜୋନ ହେଲା ଉଦ୍ଘାଟିତ l
➡️୩-ମେ’ ୫ରୁ ଆରମ୍ଭ ହେବ ବିଦ୍ୟାଳୟରେ ଖରାଛୁଟି, ଏଥର ପିଲାଙ୍କୁ ଦିଆଯିବ ଅବକାଶକାଳୀନ ଶିକ୍ଷା l
➡️୪-ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ପରିମାଣ ହେଲା ବୃଦ୍ଧି l ୨୦୨୩-୨୪ ଆର୍ଥିକ ବର୍ଷରୁ ଏହି ବର୍ଦ୍ଧିତ ସ୍କଲାରସିପ୍ ହେବ ଲାଗୁ ।
➡️୫-ମିଳିତ ଜାତିସଂଘ ଜନସଂଖ୍ୟା ରିପୋର୍ଟ ଅନୁସାରେ ଚୀନକୁ ଟପିଲା ଭାରତ l ଭାରତରେ ଜନସଂଖ୍ୟା ୧୪୨ କୋଟି ୮୬ ଲକ୍ଷ ହୋଇଥିବା ବେଳେ ଚୀନର ଜନସଂଖ୍ୟା ୧୪୨ କୋଟି ୫୭ ଲକ୍ଷ ରହିଛି l
➡️୬-ଏପ୍ରିଲ ୨୩ ତାରିଖ ଅକ୍ଷୟ ତୃତୀୟା ଅବସରରେ ଲୋକସେବା ଭବନ ପରିସରରେ ଖୋଲିବ ‘ମିଲେଟ୍ ଶକ୍ତି କାଫେ’। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ କରିବେ ଉଦଘାଟନ l
➡️୭-ସିଝୁଛି ସାରା ଓଡ଼ିଶା, ୨୩ ଓ ୨୪ ତାରିଖରେ ରାଜଧାନୀ ସହ ସାରା ରାଜ୍ୟରେ ବର୍ଷା ସମ୍ଭାବନା l
➡️୮-କଟକରେ ଏବର୍ଷ ରୁ AHPGICରେ ଖୋଲିବ MD-ପାଥୋଲୋଜି ପାଠ୍ୟକ୍ରମ। ୪ଟି ସିଟ୍ରେ ନାମଲେଖା ପାଇଁ ମିଳିଲା ଅନୁମତି।
➡️୯-ଏଣିକି ଭିନ୍ନକ୍ଷମ ହେବେ ସୁଦକ୍ଷ l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଖୋର୍ଦ୍ଧା ଗୁରୁଜଙ୍ଗର ଠାରେ ଲୋକାର୍ପିତ ହେଲା ‘କୃତ୍ରିମ ଅଙ୍ଗ ନିର୍ମାଣ କେନ୍ଦ୍ର’ l
➡️୧୦-ଏବର୍ଷ ଆନନ୍ଦପୁର ବୈତରଣୀ ବ୍ୟାରେଜ୍ରେ ସାଳନ୍ଦୀ କେନାଲ୍କୁ ମାଡ଼ିବ ପାଣି l ଏ ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଦେଲେ ସୂଚନା l
➡️୧୧-ଚଳିତ କଟନ୍ ଋତୁରେ ଆସିଲା ଦେଶରେ କଟନ୍ ଉତ୍ପାଦନ କମିବା ଆଶଂକା, ବଢିପାରେ କପଡ଼ା ମୂଲ୍ୟ l
➡️୧୨-ଆରମ୍ଭ ହେଲା ‘ପୁଷ୍ପା-2’ ର ସୁଟିଂ। ମାଲକାନଗିରିର ଘଂଚ ଜଙ୍ଗଲରେ ଚାଲିବ ପୁଷ୍ପାରାଜ। ସୋସିଆଲ ମିଡିଆରେ ଭାଇରାଲ ହେଲା ଫୋଟୋ ।
➡️୧୩-ସଲମାନ ଖାନ୍ଙ୍କୁ ପୁଣି ହତ୍ୟା ଧମକ, ମାମଲାରୁ ଦୂରେଇ ରହିବାକୁ ରାକ୍ଷୀ ସାଓ୍ବନ୍ତଙ୍କୁ ବି ମିଳିଲା ଧମକପୂର୍ଣ୍ଣ ମେଲ୍ l
➡️୧୪-ରାଷ୍ଟ୍ରୀୟ କ୍ୱାଣ୍ଟମ୍ ମିଶନକୁ ମିଳିଲା କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରି l ଏହି ମିଶନରେ ମୋଟ୍ ୬୦୦୩.୬୫ କୋଟି ଟଙ୍କା ଖର୍ଚ୍ଚ ହେବ l
➡️୧୫-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଭାରତ ଗସ୍ତରେ ଆସିଥିବା ଆପଲ ସିଇଓ ଟିମ କୁକ l ସ୍ବାଗତ ସମ୍ବର୍ଦ୍ଧନା ପାଇଁ ଟିମ କୁକ ପ୍ରଧାନମନ୍ତ୍ରୀଙ୍କୁ ଦେଲେ ଧନ୍ୟବାଦ l
➡️୧୬-ସମଲିଙ୍ଗୀ ବିବାହ ମାମଲାରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପକ୍ଷଭୁକ୍ତ କରିବାକୁ ସୁପ୍ରିମ୍କୋର୍ଟଙ୍କୁ ଅନୁରୋଧ କଲେ କେନ୍ଦ୍ର ସରକାର l
➡️୧୭-ବିଦେଶୀ ପାଣ୍ଠି ସଂଗ୍ରହ ମାମଲାରେ ଅକ୍ସଫାମ୍ ଇଣ୍ଡିଆ ବିରୋଧରେ ମାମଲା ରୁଜ୍ଜୁ କଲା ସିବିଆଇ l
➡️୧୮-ଶୌଚାଳୟ ଅଚଳ ହେବାରୁ ଉଡ଼ାଣର ୨ଘଣ୍ଟା ପରେ ମଝି ଆକାଶରୁ ଫେରିଲା ଭିଏନାରୁ ନ୍ୟୁୟର୍କ ଅଭିମୁଖେ ଉଡ଼ାଣ କରିଥିବା ବିମାନ l
➡️୧୯-ଆସନ୍ତା ଖ୍ରୀଷ୍ଟମାସ ସୁଦ୍ଧା ସମୁଦ୍ରରେ ତିଆରି ହୋଇଯିବ ହାଇ-ୱେ, ମୁମ୍ବାଇରୁ ଗୋଆର ଦୂରତା ହେବ ମାତ୍ର ୨ଘଣ୍ଟା l ୬ ଲେନ ବିଶିଷ୍ଟ ଏହି ଏକ୍ସପ୍ରେସ୍ ୱେ ମୁମ୍ବାଇର ଭବିଷ୍ୟତ ବଦଳାଇଦେବ।
➡️୨୦-ଆଇପିଏଲର ୨୩ ତମ ମ୍ୟାଚ୍ରେ ପରାଜୟ ଭୋଗିଲା ରାଜସ୍ଥାନ, ୧୦ ରନରେ ଜିତିଲା ଲକ୍ଷ୍ନୌ l
➡️୨୧-ଏପ୍ରିଲ ୨୧ରୁ ଆରମ୍ଭ ହେବ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଦୁଇଦିନିଆ ‘ଭାରତୀୟ ପାରମ୍ପରିକ କ୍ରୀଡ଼ା ମହୋତ୍ସବ’ l ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ଭାରତର ବିଭିନ୍ନ ପାରମ୍ପରିକ କ୍ରୀଡ଼ାକୁ ପ୍ରଦର୍ଶିତ କରାଯିବ।
➡️୨୨-ଆଗାମୀ ଜୁନରେ ଭୁବନେଶ୍ୱରରେ ଆୟୋଜନ ହେବ ହିରୋ ଇଣ୍ଟରକଣ୍ଟିନେଣ୍ଟାଲ୍ କପ୍ l ଏହି ଟୁର୍ନାମେଣ୍ଟରେ ଲେବାନନ୍, ମୋଙ୍ଗୋଲିଆ ଏବଂ ଭାନୁଆଟୁ ଯୋଗ ଦେଉଥିବା ବେଳେ କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ଥର ଖେଳିବ ଭାରତୀୟ ସିନିଅର ପୁରୁଷ ଟିମ୍।
*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*
*🔅ଆଜି ରୁକ୍ମିଣୀ ଅମାବାସ୍ୟା ।।*
*🔅ଆଜି ଖଗ୍ରାସ ସୂର୍ଯ୍ୟପରାଗ (ପ୍ରାତଃ ୦୭.୦୫-ଦିବା ୧୨.୨୯) ।।*
*🔅ଆଜି ମୁନିଶ୍ରୀ ଶୁକଦେବ ଜୟନ୍ତୀ ।।*
*🔅ଆଜି ଶ୍ରୀ ଚନ୍ଦ୍ର ବାବୁ ନାଇଡୁଙ୍କ ଜନ୍ମଦିନ ।।*
*🔅ଆଜି ଜାତିସଂଘର ଚାଇନିଜ୍ ଭାଷା ଦିବସ ।।*
*ବି. ଦ୍ର : ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଟାଣ ଖରାରେ ବାହାରକୁ ବହାରନ୍ତୁ ନାହିଁ । ସାଙ୍ଗରେ ଛତା, ଗାମୁଛା ଏବଂ ପାଣି ବୋତଲ ଧରି ଯାଆନ୍ତୁ । ସଜାଗ ହୁଅନ୍ତୁ ଅଂଶୁଘାତ ରୁ ରକ୍ଷା ପାଆନ୍ତୁ ।।*
*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*
*ll ଶୁଭ ସକାଳ,ସୁପ୍ରଭାତ ll*