ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟରେ ଧାନ ବିକ୍ରୀ ସମସ୍ୟାର ସମାଧାନ ପାଇଁ ମାର୍କେଟ ସମ୍ପାଦକଙ୍କ ସହ ଆଲୋଚନା କଲେ ବିଜେପି କାର୍ଯ୍ୟକର୍ତ୍ତା
ସୁରେନ୍ଦ୍ର କଠାର,ବରଗଡ
ଆଜି ମଂଗଲବାର ମଧ୍ଧାହ୍ନ ୧୨ଟାରେ ଅତାବିରା ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟରେ ଧାନ ବିକ୍ରୀ ସମସ୍ୟାର ସମାଧାନ ପାଇଁ ମାର୍କେଟ ସମ୍ପାଦକ ଶଶାଂକ ଶେଖର ସାହାଣୀକଂ ସହ ବିଜେପି କାର୍ଯ୍ୟକର୍ତ୍ତା ଆଲୋଚନା କରିଛନ୍ତି |ଆଲୋଚନା ସମୟରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମିଳନ ସେଟ,ବରିଷ୍ଠ ବିଜେପି କାର୍ଯ୍ୟକର୍ତ୍ତା ତଥା ପୂର୍ବତନ ବ୍ଲକ ଚେୟାରମ୍ୟାନ ଚିତ୍ତରଂଜନ ଭୋଇ,କୌଶିକ ମହାକୁର,ସାଂସଦ ପ୍ରତିନିଧି ସୁରେନ୍ଦ୍ର ସ୍ବାଇଁ,ଦଶରଥ ଭୋଇ,ଅଶ୍ବିନୀ ତ୍ରିପାଠୀ,ପହଲାଦ ଉର୍ମା,ଶୁଭଜିତ ବାରିକ,ସୌରଭ ଭୋଇ,ପ୍ରେମାନନ୍ଦ କର୍ଣ୍ନ ପ୍ରମୁଖ |
