April 24, 2026

ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆସୁ ଆରୋଗ୍ୟ କାମନା କରି ପାରାଦ୍ୱୀପ ନଗର ବିଜୁ ଜନତା ଦଳ ତରଫରୁ ହନୁମାନ ମନ୍ଦିରରେ ପୂଜାର୍ଚନା ହନୁମାନ ଚାଳିଶା ପାଠ କରିବା…

IMG-20250624-WA0010
Share

        ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆସୁ ଆରୋଗ୍ୟ କାମନା କରି ପାରାଦ୍ୱୀପ ନଗର ବିଜୁ ଜନତା ଦଳ ତରଫରୁ ହନୁମାନ ମନ୍ଦିରରେ ପୂଜାର୍ଚନା ହନୁମାନ ଚାଳିଶା ପାଠ କରିବା ସହିତ ଶହେଆଠ ଦ୍ବିପଦାନ କରାଯାଇଛି l ପାରାଦ୍ୱୀପ ବନ୍ଦର ନିର୍ମାଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବିଜୁ ପଟ୍ଟନାୟକ l 1999 ମସିହାର ପ୍ରଳୟଙ୍କରି ମହାବାତ୍ୟା ଉପକୂଳ ଓଡିଶାକୁ ଦୋହଲାଇ ଦେଇଥିବା ବେଳେ ସେହି ସମୟରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ସହିତ ଉଜୁଡା ପାରାଦ୍ବୀପ ଅଞ୍ଚଳ କୁ ସଜାଡ଼ିବାରେ ମୁଖ୍ୟ ପୁରୋଧା ସାଜିଥିଲେ l ପାରାଦ୍ୱୀପ କୁ କିପରି ଶିଳ୍ପସମୃଦ୍ଧ କରିବାରେ ନବୀନ ପଟ୍ଟନାୟକ ଙ୍କ ଭୂମିକା ଅତୁଳନୀୟ l ସାଢେ ଚାରିକୋଟି ଓଡ଼ିଆଙ୍କୁ ନିଜର ପରିବାର ଭାବୁଥିବା ଲୋକପ୍ରିୟ ଜନନେତା ନବୀନ ପଟ୍ଟନାୟକଙ୍କ ଅସୁସ୍ଥତା କାରଣରୁ ମୁମ୍ବାଇ ଠାରେ ଚିକିତ୍ସାଧୀନ ରହିଥିବା ବେଳେ ତାଙ୍କର ଦୀର୍ଘାୟୁ କାମନା କରିବା ସହିତ ଶହେଆଠ ଦୀପଜାଳି, ହନୁମାନ ଚାଳିଶା ପାଠ କରି ବଜରଙ୍ଗବାଲି ଙ୍କ ପାଖରେ ପୂଜାର୍ଚନା କରିବା ସହିତ ଦଳଗତ ନିର୍ବିଶେଷରେ ପାରାଦ୍ୱୀପ ଜନସାଧାରଣ ଙ୍କ ସହିତ ପାରାଦ୍ୱୀପ ନଗର ବିଜେଡି ସଭାପତି ବସନ୍ତ ବିଶ୍ୱାଳ ଙ୍କ ନେତୃତ୍ୱରେ ଶତାଧିକ ଦଳୀୟ କର୍ମୀ ପୂର୍ବତନ ମୁଖ୍ୟମନ୍ତ୍ରୀ ଙ୍କ ଆସୁ ଆରୋଗ୍ୟ କାମନା କରିଛନ୍ତି l। (ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )