April 24, 2026

ଉମରକୋଟ ଠାରେ ନବୀନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଶହ ଶହ କର୍ମୀ ଓ ଶୁଭେଚ୍ଛୁ………

IMG-20250624-WA0008
Share

 

ଉମରକୋଟ:- (ଏମ୍.ଦିନା°ଶୁ ଆଚାରୀ) ଚିକିତ୍ସା ପାଇଁ ମୁମ୍ୱାଇ ଯାଇଛନ୍ତି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନଙ୍କ ଆସୁ ଆରୋଗ୍ୟ କାମନା କରି ହଜାର ହଜାର ଲୋକ ନବୀନଙ୍କୁ ବିଦାୟ ଦେଇଛନ୍ତି। ଆଉ ଆଜି ହେଉଛି ସେହି ଦିନ। ମୁମ୍ୱାଇର ପ୍ରଖ୍ୟାତ କୋକିଲା ବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ନବୀନଙ୍କ ଅସ୍ତ୍ରୋପ୍ରଚାର ହୋଇଛି । ନବୀନଙ୍କ ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ତତ୍ତ୍ୱାବଧାନର ଅପରେସନ ହୋଇଛି। ତେଣୁ ନବୀନ କିପରି ଶୀଘ୍ର ସୁସ୍ଥ ହୋଇ ନିଜ କର୍ମସ୍ଥଳୀକୁ ଫେରି ଆସିବେ ସେଥିପାଇଁ ଉମରକୋଟ ବିଜୁ ଜନତା ଦଳ ତରଫରୁ ସମସ୍ତ ଦଳୀୟ କାର୍ଯ୍ୟ କର୍ତ୍ତା କର୍ମୀ ଓ ଶୁଭେଚ୍ଛୁ ଦୀର୍ଘାୟୁ କାମନା କରି ମା ପେଣ୍ଡ୍ରାଣୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା ସହ ଦୀପ ପ୍ରଜ୍ବଳନ କରିଛନ୍ତି। ସମସ୍ତଙ୍କ ଆଶା ଅଛି  ନବୀନଙ୍କର ଯେଉଁ ଅସ୍ତ୍ରୋପ୍ରଚାର ହେଇଛି ତାହା ସଫଳ ହେବ। ଆଉ ନବୀନ ଶୀଘ୍ର ସୁସ୍ଥ ହୋଇ ଶଙ୍ଖ ଭବନ ଫେରିବେ। ଆଉ ପୂର୍ବ ପରି ଦଳର ଦାୟିତ୍ୱ ନେବେ। ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ ଜୁନ୍ ୨୨ ତାରିଖରେ ସର୍ଭାଇକାଲ ଆର୍ଥ୍ରାଇଟିସ୍ ପାଇଁ ମୁମ୍ବାଇର କୋକିଲାବେନ ଧୀରୁବାଇ ଅମ୍ବାନୀ ହସ୍ପିଟାଲରେ ଚିକିତ୍ସା ପାଇଁ ଯିବେ ବୋଲି ନିଜେ ନବୀନ ଟ୍ୱିଟ୍ କରି ସୂଚନା ଦେଇଥିଲେ। ଆଉ ଜୁନ ୨୧ ରେ ନବୀନ ମୁମ୍ବାଇ ଅଭିମୁଖେ ବାହାରିଥିଲେ। ନବୀନ ଯିବା ପୂର୍ବରୁ ନବୀନ ନିବାସ ଓ ଏୟାରପୋର୍ଟରେ ତାଙ୍କ ଶୁଭେଚ୍ଛୁଙ୍କ ଭିଡ ଜମିଥିଲା।